ଫେସ୍‌ବୁକ୍‌-ଇନ୍‌ଷ୍ଟାଗ୍ରାମର ପୋଲ୍‌ ଖୋଲିଦେଲେ ଏଲନ ମସ୍କ

କାଲିଫର୍ନିଆ,୪।୧୨: ଏକ୍ସ ସିଇଓ ଏଲନ ମସ୍କ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଏଲନ ମସ୍କ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମ ତୁଳନାରେ ଏକ୍ସର ଅର୍ଗାନିକ୍‌ ଟ୍ରାଫିକ ଅଧିକ ବୋଲି କହିଛନ୍ତି। ଏହି ଦୁଇଟି ପ୍ଲାଟଫର୍ମରେ ଟ୍ରାଫିକ ପାଇଁ ମେଟା କେତେ ଟଙ୍କା ଖର୍ଚ୍ଚ କରୁଛି ସେ ମଧ୍ୟ କହିଛନ୍ତି। ଏଲନ ମସ୍କଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋ ଅନୁଯାୟୀ, ନଭେମ୍ବରରେ ଆମେରିକାରେ ଡେସ୍କଟପରେ ଏକ୍ସର ଟ୍ରାଫିକ ୬୫୦.୯ ମିଲିୟନ ଥିବାବେଳେ ମେଟାର ଫେସବୁକ ଏବଂ ଇନଷ୍ଟାଗ୍ରାମର ଟ୍ରାଫିକ ୪୯୬.୫ ଏବଂ ୫୨୦.୭ ମିଲିୟନ ଅଟେ। ଏହାର ଅର୍ଥ ହେଉଛି ଏକ୍ସରେ ଅଧିକ ଅର୍ଗାନିକ୍‌ ଟ୍ରାଫିକ ଅଛି।
ଏକ୍ସର ପେଡ ଟ୍ରାଫିକ ମାତ୍ର ୧୧୦୦ ଥିବାବେଳେ ଫେସବୁକ ଏବଂ ଇନଷ୍ଟାଗ୍ରାମର ଟ୍ରାଫିକ ୭୦୮.୪ ଏବଂ ୯୯.୯ ହଜାର ଅଟେ। ଏହାର ଅର୍ଥ ହେଉଛି ଏକ୍ସ ତୁଳନାରେ, ଏହି ପ୍ଲାଟଫର୍ମଗୁଡିକ ପେଡ ଟ୍ରାଫିକ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି ଏବଂ ଏହି କାରଣରୁ କମ୍ପାନୀର ଟ୍ରାଫିକ ବଢିଥାଏ। ଏକ୍ସ ଟ୍ରାଫିକରେ କେବଳ ୧୪,୩୦୦ ଡଲାର (ପ୍ରାୟ ୧୧,୯୧,୯୪୯ ଟଙ୍କା) ଖର୍ଚ୍ଚ କରୁଥିବାବେଳେ ଫେସବୁକ ଏବଂ ଇନଷ୍ଟାଗ୍ରାମ ଯଥାକ୍ରମେ ୧.୧ ମିଲିୟନ ଡ଼ଲାର ଏବଂ ୧୦୫.୪ ହଜାର ଡଲାର ଖର୍ଚ୍ଚ କରିଛନ୍ତି। ସୋସିଆଲ ମିଡିଆ କମ୍ପାନୀଗୁଡିକ ଟଙ୍କା ମାଧ୍ୟମରେ ଗୁଗୁଲରୁ କିୱାର୍ଡ କିଣନ୍ତି, ଯାହା ଗୁଗଲ ବିଜ୍ଞାପନ ପେଜ୍‌ରେ ଦେଖାଯାଏ। ଏଠାରୁ ୟୁଜର ଓ୍ବେସାଇଟ୍‌ରେ ପହଞ୍ଚନ୍ତି।
ଅନେକ କମ୍ପାନୀ ଆଉ ଏକ୍ସରେ ବିଜ୍ଞାପନ ଦେବାକୁ ପସନ୍ଦ କରୁ ନାହାନ୍ତି। ଡିଜ୍‌ନୀ, ଆଇବିଏମ, ୱାର୍ଣ୍ଣର ବ୍ରଦର୍ସ ଏବଂ ଡିସକଭରୀ ପରି କମ୍ପାନୀଗୁଡିକ ଏକ୍ସ ପ୍ଲାଟଫର୍ମରେ ସେମାନଙ୍କର ଦେୟଯୁକ୍ତ ବିଜ୍ଞାପନ ଅଭିଯାନ ପ୍ରତ୍ୟାହାର କରି ନେଇଛନ୍ତି। ଏନେଇ ମସ୍କ କହିଛନ୍ତି , ମୁଁ ଚାହେଁ ନାହିଁ ଯେ ସେମାନେ ବିଜ୍ଞାପନ ଦିଅନ୍ତୁ, ଯଦି କେହି ମୋତେ ବିଜ୍ଞାପନ ଟଙ୍କା ଦେଇ ବ୍ଲାକମେଲ କରିବାକୁ ଯାଉଛନ୍ତି, ତେବେ ନିଜେ ପଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri