ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା
ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ…
ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରତ୍ୟାହାର କରିବା ଉଦ୍ୟମ ସହ ଜଡିତ ମାମଲାରେ ଟ୍ରମ୍ଫଙ୍କ ଦାବି, ଶୁଣାଣିରୁ ନିଜକୁ ଦୂରେଇ ରଖିଲେ ବିଚାରପତି
ଓ୍ବାଶିଂଟନ,୧୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ୨୦୨୦ ନିର୍ବାଚନର ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଉଦ୍ୟମ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ଟ୍ରମ୍ପ ତାଙ୍କ ମାମଲାରୁ ଓହରିଯିବାକୁ କହିଛନ୍ତି। ଖବର ଅନୁଯାୟୀ,…
ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ
ବେଜିଂ,୧୨।୯: ଚାଇନାରେ ସବୁକିଛି ଠିକ ଚାଲିଥିବା ପରି ମନେ ହେଉନାହିଁ। ବୈଦେଶିକ ମନ୍ତ୍ରୀଙ୍କ ପରେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଲି ସେଙ୍ଗଫୁଙ୍କ ନିଖୋଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ନିଖୋଜ ଖବର ଇଣ୍ଟରନେଟ ମିଡିଆରେ ପ୍ରସାରିତ ହେଉଛି। ତାଙ୍କୁ ଶେଷ…
ମରକ୍କୋ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୮୦୦, ବିଭିନ୍ନ ଦେଶ ଦେଲା ସହାୟତା
ରବାତ,୧୨।୯: ଏକ ଭୟଙ୍କର ଭୂକମ୍ପର ଶିକାର ହୋଇଥିବା ଆଫ୍ରିକୀୟ ଦେଶ ମରକ୍କୋରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ବୃଦ୍ଧି ପାଇଛି। ସ୍ପେନ, କତାର, ବ୍ରିଟେନ, ଇସ୍ରାଏଲ ଏବଂ ୟୁଏଇର ଅଂଶଗ୍ରହଣରେ ଉଦ୍ଧାରକାରୀ ଦଳ ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଶୁକ୍ରବାର…
ସ୍ପେଶାଲ ଟ୍ରେନ ଯୋଗେ ରୁଷିଆରେ ପହଞ୍ଚିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ, ପୁଟିନଙ୍କ ସହ ହେବ ସିକ୍ରେଟ ମିଟିଂ
ସିଓଲ,୧୨।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବାକୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ମଙ୍ଗଳବାର ସ୍ପେଶାଲ ଟ୍ରେନ ଯୋଗେ ରୁଷିଆରେ ପହଞ୍ଚିଛନ୍ତି। ଏକ ସଂକ୍ଷିପ୍ତ ବୈଠକରେ ଦକ୍ଷିଣ କୋରିଆ ସେନା ଏହି ସୂଚନା ଦେଇଛି।…
ଜି-୨୦ର ସଫଳ ଆୟୋଜନକୁ ନେଇ ଭାରତକୁ ବିଶ୍ୱରେ ପ୍ରଶଂସା: ଆମେରିକା କହିଲା,ଏହା ଏକ ବଡ଼ ସଫଳତା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୯: ଜି-୨୦ ଶିଖର ସମ୍ମିଳନୀକୁ ସଫଳତାର ସହ ଆୟୋଜନକୁ ନେଇ ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ଅଧିକାଂଶ ବିଶ୍ୱ ଗଣମାଧ୍ୟମ ଭାରତର ବଢୁଥିବା ଆଭିମୁଖ୍ୟକୁ ବିଶ୍ୱ ଦକ୍ଷିଣର ସ୍ବର ଭାବରେ ପ୍ରଶଂସା କରିଛନ୍ତି।…
ରୁଷିଆ ଗସ୍ତରେ କିମ ଜୋଙ୍ଗ ଉନ: ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ହେବ ଆଲୋଚନା
ପ୍ୟୋଙ୍ଗୟାଙ୍ଗ୍,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ରୁଷିଆ ଗସ୍ତରେ ଯାଇଛନ୍ତି। ସେଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଅସ୍ତ୍ରଶସ୍ତ୍ର ଚୁକ୍ତି ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଜଣାପଡିଛି। କ୍ରେମଲିନ କିମ୍ଙ୍କ ଏହି ଗସ୍ତକୁ ନିଶ୍ଚିତ…
ମାନବାଧିକାର, ପ୍ରେସ୍ ସ୍ବାଧୀନତା ପ୍ରସଙ୍ଗ ଉଠାଇଥିଲେ ବାଇଡେନ୍
ହାନୋଇ,୧୨ା୯: ନୂଆଦିଲ୍ଲୀରେ ଜି୨୦ ସମିଟ୍ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ-ଆମେରିକା ସହଭାଗୀତାକୁ ମଜଭୁତ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ବୋଲି ଭିଏଟ୍ନାମ ରାଜଧାନୀ ହାନୋଇଠାରେ ଖବରଦାତାମାନଙ୍କୁ କହିଛନ୍ତି। ଏଥିସହିତ ମାନବାଧିକାରକୁ ସମ୍ମାନ ଦେବା,…
ଭୟଙ୍କର ବନ୍ୟା-ଝଡ଼: ୨ ହଜାରରୁ ଅଧିକ ମୃତ୍ୟୁ, ଅନେକ ନିଖୋଜ
ଟ୍ରିପୋଲି,୧୧।୯: ଭୟଙ୍କର ଝଡ ଏବଂ ବନ୍ୟା ଆଫ୍ରିକୀୟ ଦେଶ ଲିବ୍ୟାରେ ଭୟଙ୍କର ବିନାଶ ଘଟାଇଛି। ଦେଶର ପୂର୍ବ ଉପକୂଳବର୍ତ୍ତୀ ସହରଗୁଡ଼ିକରେ ବନ୍ୟା ଯୋଗୁ ଦୁଇ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ନିଖୋଜ ଅଛନ୍ତି। ପୂର୍ବ…
ଜି୨୦ ଘୋଷଣାନାମାକୁ ଚାଇନାର ପ୍ରଶଂସା
ବେଜିଂ,୧୧ା୯: ଜି୨୦ ସମିଟ୍ ଅବସରରେ ନୂଆଦିଲ୍ଲୀ ଘୋଷଣାନାମାକୁ ଚାଇନା ପ୍ରଶଂସା କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ବୈଶ୍ୱିକ ଚ୍ୟାଲେଞ୍ଜର ମୁକାବିଲା କରିବା ଏବଂ ଅର୍ଥନୀତିରେ ସୁଧାର ପାଇଁ ହାତ ମିଳାଇଥିବାରୁ ଏହା ଏକ ସକାରାତ୍ମକ ସଙ୍କେତ ଦେଉଛି ବୋଲି ସୋମବାର ବେଜିଂ କହିଛି।…
ମାଲଦ୍ୱୀପ ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚନ କମିଶନ ଅରୁଣ ଗୋୟଲ ହେଲେ ପର୍ଯ୍ୟବେକ୍ଷକ, ଚାଇନା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ
ମାଲେ/ନୂଆଦିଲ୍ଲୀ,୧୧।୯: ମାଲଦ୍ୱୀପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ଭାରତ ଏବଂ ଚାଇନା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଲଦ୍ୱୀପରେ ନିର୍ବାଚନ ଆୟୋଗଙ୍କ ନିମନ୍ତ୍ରଣ କ୍ରମେ ମାଲଦ୍ୱୀପରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ପର୍ଯ୍ୟବେକ୍ଷକ ଭାବରେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ନେତୃତ୍ୱରେ ତିନି…
ସୌଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ମୋଦି କହିଛନ୍ତି-ମାନବ ବିକାଶ ପାଇଁ ମିଳିତ ଭାବେ କାମ କରିବୁ
ନୂଆଦିଲ୍ଲୀ/ରିୟାଦ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସରେ ସୌଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ବିନ ଅବଦୁଲଅଜିଜ ଅଲ ସଉଦଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ବାର୍ତ୍ତା କରିଛନ୍ତି। ମୋଦିଙ୍କ ସହ ସାକ୍ଷାତକାର ପୂର୍ବରୁ ସୌଦି କ୍ରାଉନ ପ୍ରିନ୍ସଙ୍କର ରାଷ୍ଟ୍ରପତି…
Archives


