ଜାହ୍ନବୀ ମୃତ୍ୟୁ ମାମଲା: ଅଭିଯୁକ୍ତ ପୋଲିସକୁ ସୁରକ୍ଷା ଦେଉଛି ଆମେରିକା ପୋଲିସ
ଓ୍ବାଶିଂଟନ୍,୧୬।୯: ଚଳିତ ବର୍ଷ ଜାନୁଆରୀରେ ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲା ପୋଲିସ ଗାଡିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏହାକୁ ନେଇ ସିଏଟେଲ ପୋଲିସ ଅଧିକାରୀ ଗିଲ୍ଡ ନିଜ ବିଭାଗର ଅଧିକାରୀ କେଭିନ ଡେଭଙ୍କୁ ସୁରକ୍ଷା ଦେଇ ଗଣମାଧ୍ୟମରେ...
ଜାହ୍ନବୀଙ୍କୁ ମରଣୋତ୍ତର ମାଷ୍ଟର ଡିଗ୍ରୀରେ ସମ୍ମାନୀତ କରିବ ୟୁନିଭର୍ସିଟି
ଓ୍ବାଶିଂଟନ,୧୬।୯: ଆମେରିକାରେ ଭାରତୀୟ ମୂଳବାସିନ୍ଦା ଜାହ୍ନବୀ କାଣ୍ଡୁଲାଙ୍କର ଏକ କାର ଧକ୍କାରେ ମୃତ୍ୟୁ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛନ୍ତି। ଏହି ସମୟରେ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି ଘୋଷଣା କରିଛନ୍ତି ଯେ ଭାରତୀୟ ଛାତ୍ରୀ ଜାହ୍ନଭୀ...
ଲିବିୟା ସମୁଦ୍ରକୂଳରେ ୧୦୦କିମି ପର୍ଯ୍ୟନ୍ତ ଭାସୁଛି ମୃତଦେହ,ମହାମାରୀ ବ୍ୟାପିବା ଆଶଙ୍କା…
ତ୍ରିପୋଲି,୧୬।୯: ଲିବିୟାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ର କୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଭାସୁଛି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଫଳରେ ଲିବିଆରେ ବନ୍ୟା ପରେ ବର୍ତ୍ତମାନ ମହାମାରୀ ହେବାର ଆଶଙ୍କା ଦେଖାଦେଇଛି। ଲିବିୟାରେ ବନ୍ୟା ପରିସ୍ଥିତି...
ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର...
ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ୍
ମସ୍କୋ,୧୬।୯: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍ ଶନିବାର ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଗଇ ଶୋଇଗୁଙ୍କୁ ଭେଟିଛନ୍ତି। କିମ୍ଙ୍କୁ ପ୍ରିଓବ୍ରାଜେନସ୍କି ରେଜିମେଣ୍ଟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। କୁହାଯାଉଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିମନ୍ତ୍ରଣରେ...
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ
ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି। ସେହିପରି...
ୟୁଏଇ ନକ୍ସାରେ ପିଓକେକୁ ଭାରତର ଅଂଶ ଭାବେ ଦର୍ଶାଇବା ଉପରେ ପାକିସ୍ତାନ ନାରାଜ
ଇସଲାମାବାଦ, ୧୬।୯: ୟୁଏଇ ମନ୍ତ୍ରୀ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରରେ ଏକ ଭିଡିଓ କ୍ଲିପ ଶେୟାର କରିବା ପରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି, ଯେଉଁଥିରେ ପୂରା କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କଶ୍ମୀରକୁ ଭାରତର ଏକ ଅଂଶ ଭାବରେ ଦର୍ଶାଉଥିବା...
ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ଚାଇନା
ବେଜିଂ,୧୬।୯: ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ ଦୀର୍ଘ ଦିନ ଧରି ନିଖୋଜ ଅଛନ୍ତି। ତେବେ ତାଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ପ୍ରସଙ୍ଗରେ ନୀରବ ଅଛନ୍ତି। ଏକ ଅନ୍ତର୍ଜାତୀୟ...
ଲିବ୍ୟା ବନ୍ୟା: ମଲେଣି ୧୧ହଜାର ଲୋକ, ବଢିପାରେ ମୃତକଙ୍କ ସଂଖ୍ୟା
ତ୍ରିପୋଲି,୧୬।୯: ପ୍ରକୃତିର ତାଣ୍ଡବରେ ଥରି ଉଠିଛି ଲିବ୍ୟା। ଭୟଙ୍କର ବନ୍ୟାରେ ଏପର୍ଯ୍ୟନ୍ତ ୧୧ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପୂର୍ବ ଲିବ୍ୟାର ଡର୍ନା ସହର ଏହି ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ଅନେକ ନିଖୋଜ ଲୋକଙ୍କୁ ଖୋଜିବା...
ପାକିସ୍ତାନର ବଡ ବଡ ନେତାଙ୍କ ନାଁରେ ରହିଛି ଆପରାଧିକ ମାମଲା, ଅପରାଧର ଚିଠା ଖୋଲିବ ଏନଏବି
ଇସଲାମବାଦ, ୧୬।୯: ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ନୱାଜ ସରିଫ ଅକ୍ଟୋବର ୨୧ରେ ଇଂଲଣ୍ଡରୁ ନିଜ ଦେଶକୁ ଫେରିବେ। ସ୍ବଦେଶକୁ ଫେରିବା ସହ ଆଗାମୀ ନିର୍ବାଚନ ପାଇଁ ହେବାକୁ ଥିବା ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ୱ ନେବେ। କିନ୍ତୁ ପାକିସ୍ତାନ...
କାନାଡାରେ ଶିଖ କିଶୋରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କଲା ଭାରତୀୟ ବାଣିଜ୍ୟ ଦୂତାବାସ, ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଟରଣ୍ଟୋ,୧୬।୯: ବ୍ରିଟିଶ କଲମ୍ବିଆର କାନାଡା ପ୍ରଦେଶରେ ଜଣେ ୧୭ ବର୍ଷୀୟ ଶିଖ କିଶୋରଙ୍କୁ ଘୃଣା ଅପରାଧ ଭାବରେ ଆକ୍ରମଣ କରାଯାଇଥିଲା। ପୀଡିତ ଶିଖ କିଶୋର ହାଇ ସ୍କୁଲର ଛାତ୍ର। ସର୍ବସାଧାରଣ ବସରେ ଝଗଡା ପରେ କିଶୋରଙ୍କୁ ବସଷ୍ଟପରେ ଟାର୍ଗେଟ କରାଯାଇଥିଲା।...
ଭାରତ-ଆମେରିକା ସହଯୋଗର ଆଉ ଏକ ପାଦ ହେବ ମହାକାଶ
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୯: କେବଳ ପୃଥିବୀରେ ନୁହେଁ ମହାକାଶରେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଅପାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ସହଯୋଗ ପାଇଁ ପରବର୍ତ୍ତୀ ଗନ୍ତବ୍ୟସ୍ଥଳ ବର୍ତ୍ତମାନ ମହାକାଶ ହେବ ବୋଲି ଅନୁମାନ କରାଯାଉଛି।...
Archives


