ଅନ୍ତର୍ଜାତୀୟ

ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ

ଓ୍ବାଶିଂଟନ,୨୦।୭: ଜୁଲାଇ ୧୯, ୨୦୨୪ ଶୁକ୍ରବାରକୁ ଅଧିକାଂଶ ଲୋକେ ଭୁଲିପାରିବେ ନାହିଁ। କାରଣ ଏହିଦିନ ସାରା ବିଶ୍ୱରେ ଠପ୍‌ ହୋଇଯାଇଥିଲା ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ବନ୍ଦ ହେତୁ ବିଶ୍ୱର ୯୫ ପ୍ରତିଶତ କମ୍ପ୍ୟୁଟର ବନ୍ଦ ହୋଇଯାଇଥିଲା। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖାଗଲା।…

ବାଂଲାଦେଶରେ ହିଂସାର ନିଆଁରେ ଜଳିଲା ୧୦୫ ଜୀବନ, ପୂରା ଦେଶରେ ଲାଗିଲା କଫ୍ୟୁ, ପ୍ରଧାନମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ

ଢାକା,୨୦।୭: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ବିରୋଧ ଦିନକୁ ଦିନ ହିଂସାତ୍ମକ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା କର୍ଫ୍ୟୁ ଲାଗୁ କରିବା ସହ ସମଗ୍ର ଦେଶରେ ସେନା…

ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍‌

ଲଣ୍ଡନ୍‌,୨୦ା୭: ବ୍ରିଟେନ୍‌ର ଲିଡ୍ସ ସହରରେ ଚାଇଲ୍ଡ କେୟାର ଏଜେନ୍ସି ଏକ ପରିବାରର କେତେଜଣ ଶିଶୁଙ୍କୁ ନେଇଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏଜେନ୍ସିକୁ ବିରୋଧ କରିଥିଲେ। ପୋଲିସ ପହଞ୍ଚିବା ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ମାସ୍କ ପିନ୍ଧିଥିବା କେତେଜଣ ବ୍ୟକ୍ତି…

ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍‌ ଫୁ ଟ୍ରୋଙ୍ଗ୍‌ଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଗୁରୁତର ଭାବେ ଅସୁସ୍ଥ ହୋଇ ହନୋଇର ଏକ ମିଲିଟାରି ହସ୍ପିଟାଲରେ…

ପାକିସ୍ତାନରେ ବଢିଲା ହିନ୍ଦୁ ଜନସଂଖ୍ୟା

ଇସଲାମାବାଦ,୧୯।୭: ମୁସଲମାନ ବହୁଳ ପାକିସ୍ତାନରେ ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କର ଜନସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଶିଖ ଏବଂ ପାରସୀଙ୍କ ଜନସଂଖ୍ୟା ସମାନ ରହିଛି। ଦେଶର ୨୪କୋଟିରୁ ଅଧିକ ଲୋକଙ୍କର ମୋଟ ଜନସଂଖ୍ୟାରେ ୩୮ ଲକ୍ଷ ହିନ୍ଦୁ ଅଛନ୍ତି। ଡନ ଖବରକାଗଜ…

ଆମେରିକାକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୭: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀଙ୍କ ‘ରଣନୀତିକ ସ୍ବାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ ଏହାର…

ଅନ୍ୟ ଜଣେ ମହିଳାଙ୍କୁ ଜିଲ ବୋଲି ଭାବୁଥିଲେ ବାଇଡେନ! ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୯।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସତରେ ଏବେ ବୃଦ୍ଧ ହୋଇଯାଇଛନ୍ତି। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଗଣମାଧ୍ୟମରେ କ୍ରମାଗତ ଭାବରେ ହେଡଲାଇନରେ ରହୁଛନ୍ତି। ବେଳେବେଳେ ସେ ଭୁଲ କଥା କହି ଦେଉଛନ୍ତି ଏବଂ ବେଳେବେଳେ ତାଙ୍କ ପାଦ ଖସି ଯାଇ…

ଜାହଜ ଓଲଟିବା ଘଟଣାରେ ୮ ଉଦ୍ଧାର, ୫ ଭାରତୀୟ ଏବେ ବି ନିଖୋଜ

ନୂଆଦିଲ୍ଲୀ, ୧୯ା୭: ଓମାନ ତଟରେ ଜୁଲାଇ ୧୪ ତାରିଖରେ କୋମୋରୋଲ ଧ଼୍ବଜ ଲାଗିଥିବା ଏକ ମାଲବାହୀ ଜାହଜ ଓଲଟି ପଡ଼ିଥିବା ଜଣାପଡ଼ିଛି । ଏହି ଜାହଜରେ ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ ହୋଇଯାଇଥିଲେ । ଅନ୍ୟ ୩ ସଦସ୍ୟ…

ଭାରତର ରାଗ ଲଙ୍କାରେ ତିଆରି ଚିପ୍ସ ଖାଇ ଜାପାନର ୧୪ ଛାତ୍ର ଅସୁସ୍ଥ

ଟୋକିଓ,୧୯।୭: ଜାପାନର ୧୪ ଜଣ ଛାତ୍ର ଭାରତର ରାଗ ଲଙ୍କା (ଭୋତ ଜୋଲାକିଆ) ରୁ ପ୍ରସ୍ତୁତ ଆଳୁ ଚିପ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ କଡିଛି। ଜାପାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଏହି ଚିପ୍ସ…

ଓସାମା ବିନ ଲାଦେନଙ୍କ ନିକଟ ସହଯୋଗୀ ଆତଙ୍କବାଦୀ ଅମିଲ ଉଲ ହକ ପାକିସ୍ତାନରୁ ଗିରଫ

ଲାହୋର,୧୯।୭: ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ସର୍ବଦା ଜଣାଶୁଣା ଏବଂ ଏବେ ପୁଣିଥରେ ପାକିସ୍ତାନ ଏହା ପ୍ରମାଣ କରିଛି। ସୂଚନାଯୋଗ୍ୟ, ଓସାମା ବିନ ଲାଦେନଙ୍କ ଘନିଷ୍ଠ ସହଯୋଗୀ ଅମିନ ଉଲ ହକଙ୍କୁ ଶୁକ୍ରବାର ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଗିରଫ କରାଯାଇଛି।…

ସାରା ବିଶ୍ୱରେ ବ୍ୟାଙ୍କ ସେବା ଠପ୍‌

ଓ୍ବାଶିଂଟନ,୧୯।୭: ମାଇକ୍ରୋସଫ୍ଟ ୱିଣ୍ଡୋରେ ବୈଷୟିକ ତ୍ରୁଟି ହେତୁ ବ୍ୟାଙ୍କିଙ୍ଗ ସେବା ଠପ୍‌ ହୋଇଯାଇଛି। ଏପରିକି ବିମାନ ସେବା ସମଗ୍ର ବିଶ୍ୱରେ ପ୍ରଭାବିତ ହୋଇଛି। ସାରା ବିଶ୍ୱରେ ୱିଣ୍ଡୋ ବ୍ୟବହାରକାରୀମାନେ ସେମାନଙ୍କର ଡିଭାଇସରେ ଲେଖାଯାଇଥିବା ତ୍ରୁଟି ସହିତ ଏକ ନୀଳ ପରଦା ଦେଖୁଛନ୍ତି।…

ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ

ନୂଆଦିଲ୍ଲୀ,୧୯ା୭: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍‌ ଚେକ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri