ଅନ୍ତର୍ଜାତୀୟ

ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମିଳିଲା ଆମେରିକା ନୌସେନାର ସର୍ବୋଚ୍ଚ ସମ୍ମାନ

ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ ମୁଭିରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା। ଜଣେ ଆକ୍ସନ ଅଭିନେତା ଭାବରେ, ହଲିଉଡରେ…

ମହାକାଶରେ ଫସିଛନ୍ତି ସୁନୀତା ଓ୍ବିଲିୟମ୍ସ: ଏପ୍ରିଲ ପୂର୍ବରୁ ଫେରିପାରିବେନି

ଓ୍ବାଶିଂଟନ, ୧୯।୧୨:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲମୋରଙ୍କ ସହ ୬ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ତେବେ ଉଭୟଙ୍କୁ ପୃଥିବୀ ଫେରାଇ ଆଣିବାରେ ବିଳମ୍ବ ହେବ ବୋଲି…

ମାଡିଗଲାଣି ନୂଆ ଭାଇରସ୍‌, ପ୍ରବଳ ଜର ସହ ଦେଖାଯାଉଛି ଏସବୁ ଲକ୍ଷଣ

ଉଗାଣ୍ଡା,୧୯।୧୨: ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଏହାର ଅର୍ଥ ହେଉଛି‘ ନୃତ୍ୟ ପରି ଗତି କରିବା ’। ଏହି ରହସ୍ୟମୟ ରୋଗ ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ…

ଖୁବ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ, ଜାଣନ୍ତୁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ଲାନ କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୧୨: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ ଶୀଘ୍ର ହାଇଡ୍ରୋଜେନ ଆଧାରିତ ଶକ୍ତି ବିଶ୍ୱରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଯଦି ସବୁ ଯୋଜନା ଅନୁଯାୟୀ…

ତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ମସ୍କୋ,୧୯ା୧୨: ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍‌ ଡୁମାରେ ପାରିତ ଏହି ଆଇନ ବଳରେ…

ଜାତିସଂଘକୁ ସମ୍ବୋଧିତ କରିବେ ଶ୍ରୀଶ୍ରୀ ରବିଶଙ୍କର

ଜାତିସଂଘ ସାଧାରଣ ସଭା ପକ୍ଷରୁ ଡିସେମ୍ବର ୨୧କୁ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରାଯିବା ନେଇ ସଂକଳ୍ପନାମା ପାରିତ ହୋଇଥିବା ପରିପ୍ରେକ୍ଷୀରେ ବୈଶ୍ୱିକ ଆଧ୍ୟାମତ୍ିକ ଗୁରୁ ତଥା ମାନବବାଦୀ ଗୁରୁଦେବ ଶ୍ରୀଶ୍ରୀ ରବିଶଙ୍କର ଶନିବାର ଓ୍ବାଲର୍‌ଡ ମେଡିଟେଶନ୍‌ ଉପରେ ସମ୍ବୋଧିତ କରିବେ।…

ଭାରତ-ଆମେରିକାର ଚିନ୍ତା ବଢାଇଲାଣି ଚାଇନା, ପରମାଣୁ ବୋମା ସଂଖ୍ୟା ଅତିକ୍ରମ କଲା ୬୦୦, ୨୦୩୦ ବେଳକୁ…

ବେଜିଂ/ଓ୍ବାଶିଂଟନ,୧୯।୧୨: ଆମେରିକାର ପ୍ରତିରକ୍ଷା ବିଭାଗ ଚାଇନାର ସାମରିକ ଶକ୍ତି ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ସୂଚନା କେବଳ ଆମେରିକାର ନୁହେଁ ପଡୋଶୀ ଦେଶ ଭାରତର ଚିନ୍ତା ବଢାଇବାକୁ…

ରାଗରେ ନିଆଁବାଣ ପୁଟିନ୍‌: ୟୁକ୍ରେନକୁ ଧମକ ଦେଲା ରୁଷିଆ

ମସ୍କୋ,୧୮।୧୨: ସମୟ ସହିତ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ କିଛି ମାସ ଧରି ରୁଷିଆର ୟୁକ୍ରେନ ଉପରେ ଆଣବିକ ଆକ୍ରମଣକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଏସବୁ ମଧ୍ୟରେ ରୁଷିଆର ଆଣବିକ କାର୍ଯ୍ୟକ୍ରମ…

ଭିକ ମାଗି ପାରିବେନି ପାକିସ୍ତାନୀ, ନୋ ଫ୍ଲାଏ ଲିଷ୍ଟରେ ୪୩୦୦ ଭିକାରିଙ୍କୁ ପକାଇଲା ପଡୋଶୀ ଦେଶ

ରିୟାଦ,୧୮।୧୨: ନୋ ଫ୍ଲାଏ ତାଲିକାରେ ପାକିସ୍ତାନ ୪୩୦୦ ଭିକାରୀଙ୍କୁ ସ୍ଥାନିତ କରିଛି। ସୂଚନାଯୋଗ୍ୟ, ସୌଦି ଆରବ ସମେତ ଅନେକ ଦେଶ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ଯେ ଯଦି ପାକିସ୍ତାନ ଭିକାରୀ ପଠାଇବା ବନ୍ଦ ନ କରେ ତେବେ ସେମାନେ ଏହା ବିରୋଧରେ…

ଉତ୍ତର କୋରିଆ ସେନାଙ୍କ ମୃତଦେହ ଜଳାଇ ଦେଉଛି ରୁଷିଆ? ରାଷ୍ଟ୍ରପତି ଜେଲନସ୍କିଙ୍କ ଗୁରୁତର ଅଭିଯୋଗ

କ୍ୱିଭ,୧୮।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିପଜ୍ଜନକ ସ୍ତରରେ ପହଞ୍ଚୁଛି। ମଙ୍ଗଳବାର ରୁଷିଆ ବିରୁଦ୍ଧରେ ଭୋଲୋଡିମିର ଜେଲେନସ୍କି ଏକ ନୂଆ ଦାବି କରିଛନ୍ତି ଯେ ରୁଷିଆ ଉତ୍ତର କୋରିଆ ସୈନିକମାନଙ୍କ ମୁହଁ ଜାଳି ସେମାନଙ୍କ ଉପସ୍ଥିତି ଲୁଚାଉଛି। ଏଥି ସହିତ, ଜେଲେନସ୍କି ଇନଷ୍ଟାଗ୍ରାମରେ ଏକ…

ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ

ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା ବଳର…

କ୍ୟାନସର୍‌ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା,ନୂଆବର୍ଷରୁ…

ମସ୍କୋ,୧୮।୧୨: ଆଜି ସମଗ୍ର ବିଶ୍ୱ କର୍କଟ ଭଳି ଗମ୍ଭୀର ରୋଗରେ ପୀଡିତ। ଏଭଳି ପରିସ୍ଥିତିରେ ରୁଷିଆ ଏକ ଦାବି କରିଛି, ଯାହା ସମଗ୍ର ବିଶ୍ୱ ପାଇଁ ଆଶ୍ୱସ୍ତି ଆଣିଦେଇଛି। ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri