ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟଭୀତ ହୋଇ ଦୌଡିଲେ ଲୋକେ
ସାଣ୍ଟିଆଗୋ,୩।୧୨: ଚିଲିର କାଲାମା ନିକଟ ଆଣ୍ଟୋଫାଗାସ୍ତା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂକମ୍ପ। ଏହାର ତିବ୍ରତା ରିକ୍ଟର ସ୍କେଲରେ ୬.୨ ରହିଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍ଏସ୍ସି) ସୂଚନା ଦେଇଛି। ଭୂକମ୍ପର କେନ୍ଦ୍ରସ୍ଥଳ କାଲାମା ୮୪ କିଲୋମିଟର ଉତ୍ତର-ପଶ୍ଚିମ ଏବଂ…
ଫେସବୁକ୍ ପ୍ରେମିକାଙ୍କୁ ଭେଟିବା ଲାଗି ପାକିସ୍ତାନ ସୀମା ଡେଇଁଥିଲେ ୟୁପିର ଯୁବକ, ଗିରଫ ହେବା ପରେ ଫସାଇଦେଲେ…
ଅଲିଗଡ଼/ଲାହୋର,୨।୧: ଫେସବୁକ୍ରୁ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ। ଦେଖୁଦେଖୁ ବର୍ଷେ କି ଦୁଇ ବର୍ଷ ନୁହେଁ ବରଂ ବିତିଯାଇଥିଲା ଅଢ଼େଇ ବର୍ଷ। ଏଣୁ ପ୍ରେମିକାକୁ ଥରେ ଆଖି ପୁରାଇ ଭେଟିବାକୁ ଇଚ୍ଛା କରିଥିଲେ ପ୍ରେମିକ। ହେଲେ ଏଥିରେ ବାଧା ସାଜିଥିଲା ଭାରତ-ପାକିସ୍ତାନ…
ଟ୍ରମ୍ପଙ୍କ ହୋଟେଲ ବାହାରେ ଜଳିଗଲା ମସ୍କଙ୍କ ସାଇବର ଟ୍ରକ୍, ଜଣେ ମୃତ ଦେଖନ୍ତୁ ଭିଡିଓ
ଓ୍ବାଶିଂଟନ,୨।୧: ଆମେରିକାରେ ପୁଣି ଥରେ ଏକ ଦୁର୍ଘଟଣା ଘଟିଛି। ପ୍ରଥମେ ନ୍ୟୁ ଆର୍ଲିନ୍ସରେ ଏକ ଟ୍ରକ ଅନେକ ଲୋକଙ୍କ ଉପର ମାଡି ଯାଇଥିବା ବେଳେ ଏବେ ଲସ ଭେଗାସରେ ଏକ ବିସ୍ଫୋରଣ ଘଟିଛି । ଟ୍ରମ୍ପ ଟାୱାର ବାହାରେ ଏହି ବିସ୍ଫୋରଣ…
ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୨ ପାଲେଷ୍ଟିନୀୟ ନିହତ
ଡେର୍ ଅଲ୍ ବଲାହ, ୨।୧:ନୂଆ ବର୍ଷରେ ମଧ୍ୟ ଗାଜାରେ ଇସ୍ରାଏଲ ଆକ୍ରମଣ କରିଛି। ଇସ୍ରାଏଲର ୩ ପୃଥକ୍ ଏୟାର ଷ୍ଟ୍ରାଇକ୍ରେ ବୁଧବାର ୧୨ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି। ଗାଜାର ଜାବାଲିୟା ଅଞ୍ଚଳର…
ନୂଆବର୍ଷରେ ଉତ୍ସବ ପାଳନ କରୁଥିବା ଲୋକଙ୍କ ଉପରେ ଟ୍ରକ ଚଢ଼ାଇ ଆଖିବୁଜା ଗୁଳିମାଡ଼
ଓ୍ବାଶିଂଟନ, ୧।୧: ନୂଆବର୍ଷରେ ଆମେରିକାର ନ୍ୟୁ ଓରଲିୟନ୍ସସ୍ଥିତ ବୋରବନ୍ ଷ୍ଟ୍ରିଟଠାରେ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ଗୋଟିଏ ଟ୍ରକ୍ ଦ୍ରୁତ ଗତିରେ ଆସି ନୂଆ ବର୍ଷ ପାଳନ କରୁଥିବା ହଜାରରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହାପରେ ଡ୍ରାଇଭର ଜଣକ…
ଭାରତ ସହିତ ଯୁଦ୍ଧ ହେଲେ କେତେଯାଏ ତିଷ୍ଠି ପାରିବ ତାଲିବାନ, ଜାଣନ୍ତୁ…
ନୂଆଦିଲ୍ଲୀ,୧।୧: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାରି ଭିତରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଆତଙ୍କବାଦୀମାନେ ଖାଇବର ପଖତୁନଖାରେ ବାଜୋର ଜିଲାର ସାଲାରଜାଇ ଅଞ୍ଚଳରେ ଏକ ପାକିସ୍ତାନୀ ସାମରିକ ଶିବିରକୁ କାବୁ କରିଛନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି…
୨୦୨୫ରେ ବିନାଶ ହୋଇଯିବ ମଣିଷ! ନୂଆ ବର୍ଷ ଆରମ୍ଭରୁ ଚମକାଇଲା ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ, ଘଟିବ ଏମିତି…
ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ୨୦୨୫ରେ ମନୁଷ୍ୟର ବିଲୁପ୍ତ ହେବାର ପୂର୍ବାନୁମାନ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାରେ ଅଛି। ଅତୀତରେ ତାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି। ନୂଆ ବର୍ଷ ଆରମ୍ଭ ହୋଇଛି। ଜ୍ୟୋତିଷ ଏବଂ ବିଶେଷଜ୍ଞଙ୍କ…
ଲକ୍ଷେ ଚେଷ୍ଟା କରିକି ବି ହାସିନାଙ୍କୁ ଅଟକାଇ ପାରିଲେନି ୟୁନୁସ୍, ବଡ଼ ଗେମ୍ ଖେଳିଲେ…
ଢାକା,୧।୧: ଗତ ବର୍ଷ ଅଗଷ୍ଟରେ ସରକାରୀ ବିରୋଧୀ ଆନ୍ଦୋଳନ ମଧ୍ୟରେ ଶେଖ ହାସିନା ବାଂଲାଦେଶ ଛାଡି ପଳାଇବା ପରେ ଲାଗୁଛି ଯେମିତି ତାଙ୍କର ରାଜନୈତିକ କ୍ୟାରିୟର ଶେଷ ହୋଇଛି। ଦେଶରେ ମହମ୍ମଦ ୟୁନୁସ୍ଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର କ୍ଷମତାକୁ ଆସିଥିଲେ। ମହମ୍ମଦ ୟୁନୁସଙ୍କ…
ନୂଆବର୍ଷରେ ନାଲିଆଖି ଦେଖାଇଲେ ଟ୍ରୁଡୋ: ଇସାରାରେ କହିଦେଲେ ଏମତି…
ଓଟାଓ୍ବା,୧।୧:ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ କରାଯାଉଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଦେଶର ନାଗରିକମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଟ୍ରୁଡୋ ତାଙ୍କ ଟୁଇଟ୍ରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଟ୍ରମ୍ପ…
ନୂଆବର୍ଷରେ ଧମକ ଦେଲା ଚାଇନା:ଆମକୁ କେହି…
ବେଜିଂ,୧।୧: ସମଗ୍ର ବିଶ୍ୱରେ ନୂତନ ବର୍ଷ ଉତ୍ସବରେ ସମସ୍ତେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଚାଇନା ନୂଆବର୍ଷରେ ଧମକ ଦେବା ବନ୍ଦ କରୁନାହିଁ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ନୂଆ ବର୍ଷର ବାର୍ତ୍ତାରେ ତାଇୱାନ ବିଷୟରେ ଏକ ବଡ଼ ବିବୃତ୍ତି…
ଫୋକସ୍ରେ ବିମାନବନ୍ଦର ଏମ୍ବାଙ୍କମେଣ୍ଟ
ସିଓଲ,୧ା୧: ଦକ୍ଷିଣ କୋରିଆ ଜେଜୁ ଏୟାରର ବୋଇଂ ୭୩୭-୮୦୦ ବିମାନ ଦୁର୍ଘଟଣାରେ ସମସ୍ତ ୧୭୫ ଯାତ୍ରୀ ଏବଂ ୪ ଜଣ କ୍ରିଉ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ଚିହ୍ନଟ କାର୍ଯ୍ୟରେ ପୋଲିସ ବ୍ୟସ୍ତ ଥିବାବେଳେ କେଉଁ କାରଣରୁ ଏଭଳି ଭୟାବହ ଦୁର୍ଘଟଣା…
ପାକିସ୍ତାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭଗତ ସିଂ ଗ୍ୟାଲେରି
ଲାହୋର, ୧।୧: ପାକିସ୍ତାନର ରାଓ୍ବଲପିଣ୍ଡିସ୍ଥିତ ଐତିହାସିକ ପୁଞ୍ଛ୍ ହାଉସରେ ଥିବା ଭଗତ ସିଂହ ଗ୍ୟାଲେରିକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯାଇଛି। ଏଥିପାଇଁ ପାକିସ୍ତାନର ପଞ୍ଜାବ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଗ୍ୟାଲେରିରେ ଭାରତର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କର ବିଭିନ୍ନ…
Archives


