୧୦୨ ବର୍ଷର କନ୍ୟାଙ୍କୁ ୧୦୦ ବର୍ଷର ବର
ଓହିଓ,୫।୭: ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ। ପ୍ରେମ ନା ବୟସ ଦେଖେ ନା ଜାତିଧର୍ମ। ତା’ ପାଇଁ ସବୁ ସମାନ। କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଆମେରିକାରୁ। ଆମେରିକାର ଓହିଓରେ ଏକ ଯୋଡି ଶହେ ବର୍ଷ ବୟସରେ ବି…
ବ୍ରିଟେନ କବ୍ଜାରେ ଇରାନର ‘ଗ୍ରେସ୍ ୧’
ମାଦ୍ରିଦ୍,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍ଟରରେ ଧରାପଡ଼ିଛି। ଗ୍ରେସ୍ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳ ପରିବହନ କରି ସିରିଆକୁ…
ହାଫିଜ୍ଙ୍କୁ ଖୁବ୍ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ
ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦ୍ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ପାକିସ୍ତାନ। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ ପଞ୍ଜାବ…
ଚାଇନାରେ ଘୂର୍ଣ୍ଣିବାୟୁର ତାଣ୍ଡବ: ୬ ମୃତ ଶତାଧିକ ଆହତ
ବେଜିଂ,୪।୭: ଚାଇନାର ଉତ୍ତର ପୂର୍ବରେ ଥିବା ଲିଓନଇଙ୍ଗ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ହୋଇଥିବା ଘୂର୍ଣ୍ଣିବାୟୁରେ ୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୧୯୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୧୫ ମିନିଟରେ…
ମାନବ ମସ୍ତିଷ୍କ କୋଷିକା ପ୍ରତିରୋପଣ କରି ମାଙ୍କଡ଼କୁ କରାଯିବ ବୁଦ୍ଧିଆ: ଚାଇନାରେ ହେଉଛି ଗବେଷଣା
ବେଜିଂ,୪।୭: ମାନବ ମସ୍ତିଷ୍କ କୋଷିକା ମାଙ୍କଡ଼ଠାରେ ପ୍ରତିରୋପଣ କରାଯାଇ ଏହାକୁ ବୁଦ୍ଧିଆ କରାଯିବ। ଏନେଇ ଚାଇନାରେ ଗବେଷକମାନେ ନାନା ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ମାଙ୍କଡ଼ଠାରେ ସଫଳତା ମିଳିଲେ ପରବର୍ତ୍ତୀ ସମୟରେ ଏହାକୁ କୁକୁର ସମେତ ଅନ୍ୟ ପ୍ରାଣୀଙ୍କଠାରେ ପ୍ରୟୋଗ କରାଯିବାର ଯୋଜନା…
ପଦ୍ମଫୁଲ ଚୋରାଇବାରୁ ବନ୍ଦ କରିଦିଆଗଲା ଚାଇନାର ଇକୋ ପାର୍କ
ବେଜିଂ,୪।୭: ଚାଇନାର ସିଂଚୁଆନ ଅଞ୍ଚଳରେ ତିଆରି ହୋଇଥିବା ଇକୋ ପାର୍କ ଏଠାରେ ଫୁଟୁଥିବା ପଦ୍ମଫୁଲ ପାଇଁ ବେଶ୍ ପ୍ରସିଦ୍ଧ। ଦିନକୁ ଅତିକମ୍ରେ ୨ଶହରୁ ୩ଶହ ପର୍ଯ୍ୟଟକ ଏହାର ଶୋଭାକୁ ଉପଭୋଗ କରିବାକୁ ଆସିଥାନ୍ତି। ବିଶେଷ କରି ଜୁନ୍ ମାସରେ ଏଠାରେ ଅଧିକ…
କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ
ତେଗୁସିଗଲ୍ପା,୪।୭: କାରିବିୟନ୍ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୯ ଜଣ ଧୀବର ନିଖୋଜ ଅଛନ୍ତିି। ୫୫ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି। ଖରାପ…
ଥରିଲା ଆଫଗାନୀସ୍ତାନ
କାବୁଲ,୪।୭: ଆଫଗାନୀସ୍ତାନ ହିନ୍ଦୁ କୁଶ ଅଞ୍ଚଳରେ ଗୁରୁବାର ସକାଳ ୯ଟା ୫୦ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପ ହେବାରୁ ଲୋକେ ଭୟରେ ଘରୁ ବାହାରକୁ…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍ ସଇଦ୍ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ
ଇସଲାମାବାଦ୍,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ହାଫିଜ୍ ସଇଦ୍ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅନ୍ତର୍ଗତ ଦାଏର ହୋଇଥିବା କୁହାଯାଉଛି। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ୫ଟି…
ମଦ ବୋତଲରେ ଗାନ୍ଧିଜୀଙ୍କ ଛବି
ଜେରୁଜେଲମ୍,୪ା୭(ପି.ଟି.): ଇସ୍ରାଏଲ୍ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ ସରକାର ତଥା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସମ୍ପୃକ୍ତ କମ୍ପାନୀ କ୍ଷମାପ୍ରାର୍ଥନା କରିଛି। ରାଜ୍ୟ…
ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍ଲା ହାରିସ୍
ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍ଲା ହାରିସ୍ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ସଦ୍ୟ ପ୍ରକାଶିତ ଜନମତ ସର୍ଭେରୁ ଜଣାପଡିଛି। ପ୍ରଥମ ଡେମୋକ୍ରାଟ୍ ରାଷ୍ଟ୍ରପତି…
ବିଏଲ୍ଏ ଆତଙ୍କବାଦୀ ସଂଗଠନ : ଘୋଷଣା କଲା ଆମେରିକା
ଓ୍ବାଶିଂଟନ,୪ା୭(ପି.ଟି.): ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍ଏ)କୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବେଲୁଚିସ୍ତାନରେ ପାକିସ୍ତାନୀ ଶାସନକୁ ବିରୋଧ କରୁଥିବା ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆମେରିକାର ଘୋଷଣାକୁ ଅଯଥାର୍ଥ ବୋଲି କହିଛି। ୨୦୦୬ରେ ପାକିସ୍ତାନ ବିଏଲ୍ଏକୁ ନିଷିଦ୍ଧ ଘୋଷଣା…

