ବଗଦାଦିଙ୍କ ୫ମ ଥର ମୃତ୍ୟୁ ଖବର: କେତେ ସତ କେତେ ମିଛ? ରୁଷିଆର ସନ୍ଦେହ-ତୁର୍କୀର ସମର୍ଥନ

ଓ୍ବାଶିଂଟନ,୨୮।୧୦: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହାକୁ ମିଶାଇ ୫ମ ଥର ପାଇଁ ଏଭଳି ଖବର ମିଳିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଇଦବିଲ୍‌ ପ୍ରଦେଶରେ ହୋଇଥିବା ୨ ଘଣ୍ଟାର ଅପରେଶନ୍‌ର ଲାଇଭ୍‌ ଟ୍ରମ୍ପ୍‌ ଦେଖିଥିବା କହିଛନ୍ତି। ତେବେ ଏହା ପୂର୍ବରୁ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ୪ ଥର ପ୍ରଚାରିତ ହୋଇଛି। ତେଣୁ ୫ମ ଥରର ଖବରରେ କେତେ ଦୂର ସତ୍ୟାସତ୍ୟ ରହିଛି ସେ ନେଇ ଆମେରିକା କଥାକୁ ରୁଷିଆ ନାପସନ୍ଦ କରିବା ସହିତ ସନ୍ଦେହ ପ୍ରକାଶ କରିଛି। ଅପର ପକ୍ଷରେ ତୁର୍କୀ ଆମେରିକା ଦାବିକୁ ସମର୍ଥନ କରିଛି। ୨୦୧୪ ସେପ୍ଟେମ୍ବର ୬ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହୋଇଥିଲା। ମିଳିତ ସୁରକ୍ଷାକର୍ମୀଙ୍କ ବୋମାମାଡ଼ରେ ଆହତ ବଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ତେବେ ୨୦୧୪ ନଭେମ୍ବର ୧୩ରେ ବଗଦାଦିଙ୍କର ଏକ ଅଡ଼ିଓ ଟେପ୍‌ ଜାରି ହୋଇଥିଲା। ଏହା ତାଙ୍କ ମୃତ୍ୟୁ ଖବର ମିଥ୍ୟା ବୋଲି ସାବ୍ୟସ୍ତ କରିଥିଲା। ସେହିପରି ୨୦୧୫ ଏପ୍ରିଲ୍‌ ୨୭ରେ ସିରିୟାର ଗୋଲାନ ହାଇଟସ୍‌ ଅଞ୍ଚଳରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପୁଣି ପ୍ରଚାରିତ ହୋଇଥିଲା। ମାତ୍ର ସେହିବର୍ଷ ଜୁଲାଇରେ ବାଗଦାଦି ଜୀବିତ ଥିବା ଜଣାପଡ଼ିଥିଲା। ତୃତୀୟ ଥର ୨୦୧୫ ଅକ୍ଟୋବର ୧୨ରେ ଇରାକ୍‌-ସିରିୟା ସୀମାରେ ବୋମାମାଡ଼ରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥିଲା। ତେବେ ନଭେମ୍ବର ଶେଷରେ ବଗଦାଦି ଏହି ଖବର ମିଛ ବୋଲି ନିଜେ କହିଥିଲେ। ଚତୁର୍ଥ ଥର ୨୦୧୬ ଜୁନ୍‌ ୯ରେ ସିରିୟାର ରକ୍କା ସହରରେ ବଗଦାଦିଙ୍କ ମୃତ୍ୟୁ ଘଟିଥିବା ଆମେରିକା କହିଥିଲା। ମାତ୍ର ପରେ ଜଣାପଡ଼ିଥିଲା ଆମେରିକା ସୈନ୍ୟଙ୍କ ଆକ୍ରମଣ ସମୟରେ ବଗଦାଦି ସେଠାରେ ନ ଥିଲେ। ଇତିମଧ୍ୟରେ ଆମେରିକା ୫ମ ଥର ପାଇଁ ଏଭଳି ଦାବି କରିଛି। ଏହା ସହିତ ଆମେରିକା ସୈନ୍ୟ ବାହିନୀ ପକ୍ଷରୁ ଡିଏନ୍‌ଏ ପରୀକ୍ଷା ରିପୋର୍ଟକୁ ଗୁରୁତ୍ୱ ଦେଇଛି। ତେବେ ଏହାର ସତ୍ୟାସତ୍ୟ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

୧୨ ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ମଦ ବିରୋଧରେ ମହିଳାଙ୍କ ମହାମେଳି। ବେଆଇନ ମଦ ରନ୍ଧା ଏବଂ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୧୨ଟି ଗ୍ରାମର ମହିଳା। ନବରଙ୍ଗପୁର…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?