ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ: ହାଫିଜ୍ ସଇଦ୍ଙ୍କ ବିରୋଧରେ ୨୩ ମାମଲା ଦାଏର କଲା ପାକିସ୍ତାନ
ଇସଲାମାବାଦ୍,୪।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜମାତ୍-ଉଦ୍-ଦାଓ୍ବା ମୁଖ୍ୟ ହାଫିଜ୍ ସଇଦ୍ଙ୍କ ବିରୋଧରେ ପାକିସ୍ତାନ ସରକାର ୨୩ଟି ମାମଲା ଦାଏର କରିଛନ୍ତି। ଏସବୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅନ୍ତର୍ଗତ ଦାଏର ହୋଇଥିବା କୁହାଯାଉଛି। ତାଙ୍କ ନିର୍ଦ୍ଦେଶରେ ପରିଚାଳିତ ୫ଟି…
ମଦ ବୋତଲରେ ଗାନ୍ଧିଜୀଙ୍କ ଛବି
ଜେରୁଜେଲମ୍,୪ା୭(ପି.ଟି.): ଇସ୍ରାଏଲ୍ର ୭୧ତମ ସ୍ବାଧୀନତାର ସ୍ମାରକୀ ସ୍ବରୂପ ସ୍ଥାନୀୟ ଏକ କମ୍ପାନୀ ଏହାର ମଦବୋତଲରେ ମହାତ୍ମା ଗାନ୍ଧୀଙ୍କ ଛବି ରଖି ବିବାଦୀୟ ହୋଇପଡ଼ିଛି। ଏହାଦ୍ୱାରା ଭାରତ ସରକାର ତଥା ଭାରତୀୟଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ସମ୍ପୃକ୍ତ କମ୍ପାନୀ କ୍ଷମାପ୍ରାର୍ଥନା କରିଛି। ରାଜ୍ୟ…
ଆମେରିକା ରାଷ୍ଟ୍ରପତି ଦୌଡ଼: ଡେମୋକ୍ରାଟ ଦଳର ୨ୟ ସ୍ଥାନରେ କମ୍ଲା ହାରିସ୍
ଓ୍ବାଶିଂଟନ,୪ା୭(ପି.ଟି.): ଆମେରିକାରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ଦଳରୁ ୨୦ରୁ ଊର୍ଦ୍ଧ୍ୱ ଆଶାୟୀ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ କମ୍ଲା ହାରିସ୍ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ସଦ୍ୟ ପ୍ରକାଶିତ ଜନମତ ସର୍ଭେରୁ ଜଣାପଡିଛି। ପ୍ରଥମ ଡେମୋକ୍ରାଟ୍ ରାଷ୍ଟ୍ରପତି…
ବିଏଲ୍ଏ ଆତଙ୍କବାଦୀ ସଂଗଠନ : ଘୋଷଣା କଲା ଆମେରିକା
ଓ୍ବାଶିଂଟନ,୪ା୭(ପି.ଟି.): ବେଲୁଚିସ୍ତାନ ଲିବରେଶନ ଆର୍ମି (ବିଏଲ୍ଏ)କୁ ଆମେରିକା ବିଶ୍ୱ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି। ବେଲୁଚିସ୍ତାନରେ ପାକିସ୍ତାନୀ ଶାସନକୁ ବିରୋଧ କରୁଥିବା ଏହି ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଆମେରିକାର ଘୋଷଣାକୁ ଅଯଥାର୍ଥ ବୋଲି କହିଛି। ୨୦୦୬ରେ ପାକିସ୍ତାନ ବିଏଲ୍ଏକୁ ନିଷିଦ୍ଧ ଘୋଷଣା…
ଜଟିଳ ହେଉଛି ଲିବ୍ୟା ସଙ୍କଟ
ତ୍ରିପୋଲି,୪ା୭: ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଲିବ୍ୟା ସଙ୍କଟ। ଉତ୍ତର ଆଫ୍ରିକାର ଏହି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଏକଚ୍ଛତ୍ରବାଦୀ ମୁଆମାର ଅଲ୍-ଗଦ୍ଦାଫିଙ୍କ ୨୦୧୧ରେ ପତନ ହେବା ପରଠୁ ସେଠାରେ ହିଂସା ଓ ବିଭାଜନ ଲାଗିରହିଛି। ସରକାରଙ୍କ ଦ୍ୱାରା…
ଆମାଜନ୍ ସିଇଓଙ୍କ ମହଙ୍ଗା ଛାଡ଼ପତ୍ର: ସ୍ତ୍ରୀଙ୍କୁ ଦେବାକୁ ପଡ଼ିବ ୩୮ ଶହ କୋଟି ଡଲାର
ସାନ୍ ଫ୍ରାନ୍ସିସ୍କୋ,୩।୭: ଆମାଜନ ସିଇଓ ଜେଫ୍ ବେଜୋସ୍ ପୃଥିବୀର ସବୁଠାରୁ ମହଙ୍ଗା ଛାଡ଼ପତ୍ର ଦେବେ। ଏଥିପାଇଁ ସ୍ତ୍ରୀ ମୈକେଜି ବେଜୋସଙ୍କୁ ସେ ୩୮ ଶହ କୋଟି ଡଲାର କ୍ଷତିପୂରଣ ଦେବେ। ଦୁହିଁଙ୍କର ବିବାହ ପ୍ରାୟ ୨୬ ବର୍ଷ ତଳେ ହୋଇଥିଲା। ଛାଡ଼ପତ୍ର…
ସୁପ୍ରିମ୍କୋର୍ଟଙ୍କ ରାୟ ଆଗରେ ନୋଇଁଲେ ଟ୍ରମ୍ପ୍: ୨୦୨୦ ଜନଗଣନାରେ ରହିବନି ନାଗରିକତା ପ୍ରଶ୍ନ
ଓ୍ବାଶିଂଟନ,୩।୭: ଆମେରିକା ସୁପ୍ରିମ୍କୋର୍ଟଙ୍କ ରାୟ ଆଗରେ ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍ ନୋଇଁବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଏଣିକି ୨୦୨୦ରେ ଆମେରିକାରେ ହେବାକୁଥିବା ଜନଗଣନାରେ ନାଗରିକତା ପ୍ରଶ୍ନକୁ ବାଦ୍ ଦିଆଯିବ। ୧୯୫୦ ଜନଗଣନା ପରେ ପ୍ରଥମଥର ପାଇଁ ଟ୍ରମ୍ପ୍ ସରକାର ୨୦୨୦ ଜନଗଣନାରେ…
ଲାହୋର ବିମାନବନ୍ଦରରେ ଗୁଳିଚାଳନା: ଦୁଇ ମୃତ
ଲାହୋର, ୩।୭: ପାକିସ୍ତାନର ଲାହୋର ବିମାନବନ୍ଦରରେ ଅଚାନକ ଗୁଳିଚାଳନା କରାଯାଇଛି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପୋଲିସ ଗୁଳିଚାଳନା କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକ୍: ୪୪ ମୃତ
ତ୍ରିପୋଲି,୩।୭: ଲିବିୟାର ଏକ ପ୍ରବାସୀ କେନ୍ଦ୍ର ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୪୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା…
ଆମେରିକା ବି ମାନିଲା:ପାକିସ୍ତାନରେ ରହୁଛି ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ୍
ଓ୍ବାଶିଂଟନ୍, ୩।୭: ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ୍ ପାକିସ୍ତାନରେ ହିଁ ଅଛି ବୋଲି ଆମେରିକା ଯାଞ୍ଚ୍ ଏଜେନ୍ସି ଏଫବିଆଇ ଲଣ୍ଡନର ଏକ ଅଦାଲତରେ ଦାବି କରିଛି। ଦାଉଦ ପାକିସ୍ତାନରେ ରହୁଥିବାର ସମସ୍ତ ପ୍ରମାଣ ରହିଛି। ସେ କରାଚିରେ ରହି ନିଜ ସଂଗଠନ…
ପାକିସ୍ତାନରେ ପୁଣି ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ
ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି ଅପହରଣ କରିନେଇଥିବା ପାକିସ୍ତାନ ହିନ୍ଦୁ ଓ୍ବେଲ୍ଫେୟାର୍ ସେବା ଟ୍ରଷ୍ଟ ସଭାପତି ସଞ୍ଜେଶ ଧାଞ୍ଜା କହିଛନ୍ତି।…
ସୀମା ଲଂଘିଲା ଇରାନ
ତେହେରାନ୍,୩ା୭: ୟୁରାନିୟମ୍ ଉତ୍ପାଦନ କ୍ଷେତ୍ରରେ ସୀମା ଲଂଘିଛି ଇରାନ। ୨୦୧୫ରେ ବିଶ୍ୱ ଶକ୍ତିଗୁଡ଼ିକ ସହ ଚୁକ୍ତି ଅନୁସାରେ ନିର୍ଦ୍ଧାରିତ ପରିମାଣ ୩୦୦ କେ.ଜି.ଠାରୁ ଅଧିକ ୟୁରାନିୟମ୍ ଉତ୍ପାଦନ କରିଛି ପଶ୍ଚିମ ଏସିଆର ଏହି ଇସ୍ଲାମିକ୍ ରାଷ୍ଟ୍ର। ୩.୬୭%ରୁ ଊର୍ଦ୍ଧ୍ୱ ୟୁରାନିୟମ୍ ଗଚ୍ଛିତ…
Archives


