ଅନ୍ତର୍ଜାତୀୟ

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ ସଚିବ ବାଂଲାଦେଶ ଗସ୍ତ କରି ସେଠାରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରାଇ ନେବାର ପ୍ରକ୍ରିୟା…

୨୦୨୧ ସୁଦ୍ଧା ଶେଷ ହେବ ଲ୍ୟୁଲ୍‌ ନଦୀ ଉପରେ ଭାସମାନ ହୋଟେଲ: ଦିନକର ରହିବା ଭଡ଼ା ୭୫ ହଜାର

ଷ୍ଟକ୍‌ହୋମ୍‌,୧୪।୭: ସୁଇଡେନ୍‌ର ଲେପଲେଣ୍ଡ୍‌ ଅଞ୍ଚଳରେ ଥିବା ଲ୍ୟୁଲ୍‌ ନଦୀ ଉପରେ ଏକ ଭାସମାନ ହୋଟେଲ ନିର୍ମାଣ କରାଯାଉଛି। ହୋଟେଲ ନିର୍ମାଣ କାର୍ଯ୍ୟ ୨୦୨୦-୨୧ ସୁଦ୍ଧା ଶେଷ ହେବ। ଏଠାରେ ଗୋଟିଏ ଦିନ ରହିବା ପାଇଁ ଭଡ଼ା ଭାରତୀୟ ମୁଦ୍ରାରେ ୭୫ ହଜାର…

ଭୟଙ୍କର ହେଉଛି ନେପାଳ ବନ୍ୟା ପରିସ୍ଥିତି: ବଢୁଛି ମୃତ୍ୟୁ ସଂଖ୍ୟା

କାଠମାଣ୍ଡୁ,୧୪।୭: ନେପାଳରେ ଲାଗି ରହିଥିବା ବର୍ଷାରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ରୂପ ଧାରଣ କରୁଛି। ବନ୍ୟା ଓ ଭୂସ୍ଖଳନ ଫଳରେ ଏବେସୁଦ୍ଧା ଏଠାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ନିଖୋଜ ଅଛନ୍ତି ଓ ୨୦ରୁ ଊର୍ଦ୍ଧ୍ୱ…

ବାଂଲାଦେଶର ପୂର୍ବତନ ସାମରିକ ଶାସକ ମହମ୍ମଦ୍‌ ଇର୍ଶାଦ୍‌ଙ୍କ ପରଲୋକ

ଢ଼ାକା, ୧୪।୭: ବାଂଲାଦେଶର ପୂର୍ବତନ ସାମରିକ ଶାସକ ହୁସେନ୍‌ ମହମ୍ମଦ୍‌ ଇର୍ଶାଦ୍‌ଙ୍କର ରବିବାର ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୧୯୮୨ ଏପ୍ରିଲ୍‌ ୨୪ରେ ତତ୍‌କାଳୀନ ରାଷ୍ଟ୍ରପତି ଅବଦୁସ୍‌ ସତାର୍‌ଙ୍କ ବିରୋଧରେ ସେ ଷଡ଼ଯନ୍ତ୍ର ରଚି କ୍ଷମତା ଦଖଲ କରିଥିଲେ। ତେବେ…

ମାଡ଼ି ଆସୁଛି ‘ବାରୀ’ ପ୍ରବଳ ବର୍ଷା ସହ ହେବ ଭୂସ୍ଖଳନ

ଓ୍ବାଶିଂଟନ,୧୪।୭: ଆମେରିକାର ଲୁଇସିଆନା ସହରରେ ଘୂର୍ଣ୍ଣିବାତ୍ୟା ‘ବାରୀ’ର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବା ଅନୁମାନ କରାଯାଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଟଲାଣ୍ଟିକ ସିଜନର…

ଅଷ୍ଟ୍ରେଲିଆରେ ଭୂକମ୍ପ

କାନ୍‌ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍‌ ବ୍ରୁମ୍‌ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୩ କିଲୋମିଟର…

ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥାପନ କରାଯାଇଥିଲା। ତେବେ ଏସବୁ ଶିବିର ଏବେ ଆମେରିକା ଡ୍ରୋନ୍‌ ନଜରରେ…

ସେପ୍ଟେମ୍ବରରେ ମୋଦିଙ୍କ ଆମେରିକା ଗସ୍ତ

ଓ୍ବାଶିଂଟନ୍‌,୧୪ା୭(ପି.ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘର ସାଧାରଣ ସଭାରେ ଯୋଗଦେବା ଲାଗି ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବା ସମ୍ଭାବନା ଅଛି। ମୋଦି ତାଙ୍କ ଗସ୍ତକାଳରେ ହ୍ୟୁଷ୍ଟନ୍‌ରେ ସେପ୍ଟେମ୍ବର ୨୨ରେ ଭାରତୀୟ-ଆମେରିକୀୟଙ୍କୁ ଉଦ୍‌ବୋଧନ ଦେବେ। ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ହୋଇ ନ…

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ ବଡ଼ ବଡ଼ କୋଠା କ୍ଷତିଗ୍ରସ୍ତ ହେବା ସହ ଅତିକମ୍‌ରେ ୫୭ ଜଣ ଆହତ ହୋଇଥିବା…

ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୫୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ସଂଖ୍ୟା ଆଗକୁ ବଢିପାରେ…

ଚାଇନାର ଭିକାରି କ୍ୟୁଆର୍‌ କୋଡ୍‌ ସହାୟତାରେ ମାଗୁଛନ୍ତି ଭିକ

ବେଜିଂ,୧୩।୭: ଭାରତରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜୋର୍‌ସୋର୍‌ରେ ଜାରି ରହିଛି। ତେବେ ଚାଇନାର ଭିକାରି ମଧ୍ୟ ଏ କ୍ଷେତ୍ରରେ ବେଶ୍‌ ଆଗୁଆ ରହିଛନ୍ତି। ସେମାନେ ଭିକ ମାଗିବା ପାଇଁ କ୍ୟୁଆର୍‌ କୋଡ୍‌ର ବ୍ୟବହାର କରୁଛନ୍ତି। ଚାଇନାରେ କ୍ୟାସ୍‌ଲେସ୍‌ ବା ବିନା ନଗଦ…

ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ କଲେ ସୁଦ୍ଧା ସେମାନଙ୍କୁ ଦଣ୍ଡିତ କରାଯିବ ନାହିଁ। ଖଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri