୫ବର୍ଷ ପରେ ସାମ୍ନାକୁ ଆସିଲା ଆଇଏସ୍ ନେତାଙ୍କ ଭିଡିଓ
ଦାମସ୍କସ୍,୩୦।୪: ଇସଲାମିକ୍ ଷ୍ଟେଟର ନେତା ସୋମବାର ଏକ ଭିଡିଓ ଜାରି କଲାପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଉକ୍ତ ଭିଡିଓରେ ଇଷ୍ଟରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣ ଓ ସେଥିରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ନେଇ ଏହି ଇସ୍ଲାମିକ ନେତା ପ୍ରଶଂସା କରୁଥିବା…
ରଖେ ହରି ମାରେ କିଏ?: ଶ୍ରୀଲଙ୍କା ବିସ୍ଫୋରଣରେ ରକ୍ଷା ପାଇଥିବା ମୂଳ ଭାରତୀୟ ଦମ୍ପତ୍ତି ୨୬/୧୧ ମୁମ୍ବାଇ ଆକ୍ରମଣରେ ମଧ୍ୟ ଥିଲେ ସୁରକ୍ଷିତ
କଲମ୍ବୋ,୨୯।୪: କଥାରେ ଅଛି ରଖେ ହରି ମାରେ କିଏ?। ଏହା ମୂଳ ଭାରତୀୟ ଦମ୍ପତ୍ତି ଅଭିନବ ଚାରି ଏବଂ ତାଙ୍କ ସ୍ତ୍ରୀ ନବରୂପ ଚାରିଙ୍କ ପାଇଁ ସତ୍ୟରେ ପରିଣତ ହୋଇଛି। ଏବେ ଅଭିନବ ଦୁବାଇରେ ରହୁଛନ୍ତି। ସେ ଶ୍ରୀଲଙ୍କାରେ ସିରିଜ୍ ବିସ୍ଫୋରଣ…
ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା
କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଲୋକେ ମୃତକଙ୍କ…
ଭାରତୀୟ ଶିଶୁ ପାଇଁ ନିୟମ ଭାଙ୍ଗିଲା ୟୁଏଇ
ଆବୁଧାବି,୨୯।୪: ଜଣେ ଭାରତୀୟ ଶିଶୁକୁ ଜନ୍ମ ପ୍ରମାଣ ପତ୍ର ଦେବା ଲାଗି ୟୁନାଇଟେଡ୍ ଆରବ ଏମିରେଟ୍ସ(ୟୁଏଇ) ତା’ର ନିୟମ ଭଙ୍ଗ କରିଛି। ଏହି ଆଧାରରେ ୟୁଏଇ ସରକାର ଜଣେ ହିନ୍ଦୁ ପିତା ଓ ମାସଲମାନ ମା’ଙ୍କ ୯ ମାସର ଶିଶୁକୁ ଜନ୍ମ…
ହଂକଂରେ ମୃତଦେହ ପୋତିବାକୁ ଭରିବାକୁ ପଡ଼ୁଛି କୋଟି କୋଟି ଟଙ୍କା
ହଂକଂ,୨୯।୪: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା ପାଇଁ ସେମାନଙ୍କୁ ଜମି କିଣିବାକୁ ପଡ଼ୁଛି। ଆଉ ଏହା ପାଇଁ ପ୍ରାୟ ୧କୋଟି ୬୨ଲକ୍ଷ…
ଦକ୍ଷିଣ କୋରିଆରେ ପିଲାଙ୍କ ସଂଖ୍ୟା କମ୍ ଥିବାରୁ ବରିଷ୍ଠ ନାଗରିକ ଯାଉଛନ୍ତି ସ୍କୁଲ
ସିଓଲ,୨୯।୪: ଦକ୍ଷିଣ କୋରିଆରେ ଏବେ ଜନସଂଖ୍ୟା ଏତେ ପରିମାଣରେ କମିବାରେ ଲାଗିଛି ଯେ ଏଠାରେ ସ୍କୁଲ ଯିବା ପାଇଁ ପିଲାଙ୍କର ଅଭାବ ପରିଲକ୍ଷିତ ହେଉଛି। ତେଣୁ ନିଜ ନାତି ନାତୁଣୀଙ୍କ ସହ କେତେଜଣ ବରିଷ୍ଠ ନାଗରିକ ଏବେ ସ୍କୁଲ ଯାଇ ପାଠପଢୁଥିବା…
ମରୁଭୂମିରେ ୯୫ ହଜାର କୋଟିରେ ନିର୍ମିତ ହେଉଛି ସୋଲାର ପାର୍କ: ୧୩ ଲକ୍ଷ ଘରକୁ କରିବ ଆଲୋକିତ
ଆବୁଧାବି,୨୯।୪: ଦୁବାଇର ମରୁଭୂମିରେ ୟୁଏଇ ପ୍ରଧାନମନ୍ତ୍ରୀ ମହମ୍ମଦ୍ ବିନ୍ ଶହିଦ୍ ଅଲ୍ ମକତୁମ୍ଙ୍କ ନାମରେ ଏକ ସୋଲାର ପାର୍କ ନିର୍ମାଣ କରାଯାଉଛି। ଏଥିରେ ୯୫ ହଜାର ୨ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ୧୩ ଲକ୍ଷ ଘରକୁ…
ଶ୍ରୀଲଙ୍କାରେ ମୁହଁ ଘୋଡ଼ାଇବା ହେଲା ନିଷେଧ
କଲମ୍ବୋ,୨୯।୪: ଇଷ୍ଟର ସଣ୍ଡେ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସମସ୍ତ ପ୍ରକାର ମୁହଁ ଘୋଡ଼ାଇବାକୁ ନିଷେଧ କରାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ରାଷ୍ଟ୍ରପତି ମାଥ୍ରିପଲା ସିରିସେନା ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ସୋମବାରଠାରୁ ଲାଗୁ କରିବା ପାଇଁ…
ଲଣ୍ଡନ ମାରାଥନ୍ରେ ଦୌଡ଼ିଲେ ୪୦ହଜାର
ଲଣ୍ଡନ, ୨୯ା୪: ରବିବାର ବିଶ୍ୱପ୍ରସିଦ୍ଧ ୩୯ତମ ଲଣ୍ଡନ ମାରାଥନ୍ରେ ୪୦ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭାଗନେଇଥିଲେ। ଅଧିକାଂଶ ଦୌଡାଳି ଗିନିଜ୍ ବିଶ୍ୱରେକର୍ଡ ହାସଲ କରିବାକୁ ଲକ୍ଷ୍ୟ ରଖିଥିଲେ। ସେମାନେ ଦୌଡିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଚଳିତବର୍ଷ ବିଶିଷ୍ଟ ଟେନିସ ଖେଳାଳି ଆଣ୍ଡି…
୨୭୨ ନିର୍ବାଚନ କର୍ମଚାରୀ ମୃତ,୧,୮୭୮ ଅସୁସ୍ଥ
ଜାକର୍ତ୍ତା,୨୯ା୪: ଇଣ୍ଡୋନେସିଆ ନିର୍ବାଚନ ଭୋଟ ଗଣତିବେଳେ କାର୍ଯ୍ୟ ଚାପରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ସଙ୍ଗେ ରାଷ୍ଟ୍ରପତି ନିର୍ବାଚନ ସହ ଜାତୀୟ ପାର୍ଲାମେଣ୍ଟ ଓ ଆଞ୍ଚଳିକ ପାର୍ଲାମେଣ୍ଟ ଲାଗି ନିର୍ବାଚନ ହୋଇଥିଲା। ଦୀର୍ଘ ସମୟ ଧରି ଭୋଟ୍ ଗଣତିରେ କର୍ମଚାରୀମାନେ…
ଚେକ୍ ପୋଷ୍ଟରେ ବିସ୍ଫୋରଣ: ୩ ମୃତ
ଇସଲାମାବାଦ୍,୨୮।୪: ପାକିସ୍ତାନର ବଜରିସ୍ତାନର ଉତ୍ତର ପଶ୍ଚିମ ଜିଲାରେ ଏକ ଚେକ୍ ପୋଷ୍ଟରେ ବିସ୍ଫୋରଣ ଘଟିଛି। ଏଥିରେ ୩ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୨ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଘଜାଇ ଅଞ୍ଚଳରେ…
କାଲିଫର୍ନିଆ ଗୁଳିକାଣ୍ଡ: ଜଣେ ମୃତ ୩ ଆହତ
କାଲିଫର୍ନିଆ,୨୮।୪: ଆମେରିକାର କାଲିଫର୍ନିଆରେ ଥିବା ଇହୁଦି ପ୍ରାର୍ଥନାସ୍ଥଳୀ ଉପରେ କେହି ଅଜ୍ଞାତ ବନ୍ଧୁକଧାରୀ ଗୁଳି କରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ…
Archives


