ଇରାନର ବୁଡି ଯାଇଥିବା କାର୍ଗୋ ଜାହାଜରୁ ଉଦ୍ଧାର ହେଲେ ୨ ଭାରତୀୟ
ଅଜରବୈଜାନ,୨୭।୭: ଇରାନର ଅଜରବୈଜାନ ନିକଟରେ ଏହାର ଏକ ମାଲବାହୀ ଜାହଜ ‘ଶାବହାଂଗ’ ବୁଡିଯାଇଛି। ଏଥିରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ୨ ଭାରତୀୟ ରହିଛନ୍ତି। ତେବେ ଜାହାଜଟି ବୁଡିଯିବା ପରେ...
ପୋଲ ପାର ହେବା ସମୟରେ ବାଇକ୍ ସହ ଭାସିଗଲେ ୨ ଯବାନ
କଲମ୍ବିଆ,୨୭।୭: କଲମ୍ବିଆରୁ ଏକ ବିଚଳିତ କରିଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ସୋକ ପାଙ୍ଗ ଜିଲାର ଥାମେର କେଭେ ଗଁାକୁ ୨ ଯବାନ ବାଇକ୍ରେ ନଦୀ ପାର ହୋଇ ଯାଉଥିଲେ। ଲଗାତାର ବର୍ଷା ଯୋଗୁ ପାଣିର ସୂଅ ଏତେ ପ୍ରଖର ଥିଲା...
କଶ୍ମୀର ସମସ୍ୟା: ଉପରେ ପଡ଼ି ଭାରତ-ପାକିସ୍ତାନକୁ ପରାମର୍ଶ ଦେଲା ଚାଇନା
ବେଜିଂ,୨୭।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିବାଦୀୟ ମନ୍ତବ୍ୟ ପରେ ଏବେ ଚାଇନା ଉପରେ ପଡ଼ି ଏହି ପ୍ରସଙ୍ଗରେ ପରାମର୍ଶ ଦେଇଛି। ଚାଇନା କହିଛି ଭାରତ-ପାକିସ୍ତାନ ନିଜ ମଧ୍ୟରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଆଲୋଚନା...
କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ
କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଜ୍ନୀ ପ୍ରଦେଶରେ ଶନିବାର ସକାଳେ...
ଭାରତ-ପାକିସ୍ତାନ କଳିରୁ ଲାଭରେ ଆମେରିକା: ଗରିବ ପାକିସ୍ତାନକୁ ଏଫ୍-୧୬ ଯୁଦ୍ଧ ବିମାନ ପାଇଁ ୨୪ ଘଣ୍ଟିଆ ସହାୟତା ଯୋଗାଇବ ଆମେରିକା
ଓ୍ବାଶିଂଟନ୍,୨୭।୭: ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏଥିରୁ ଆମେରିକା ବେଶ୍ ଲାଭରେ ରହିଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଆମେରିକା ଗସ୍ତର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହା ଅନ୍ତର୍ଗତ ଆମେରିକା ପାକିସ୍ତାନକୁ...
ଫିଲିପାଇନ୍ସରେ ୨ଟି ଭୂକମ୍ପ ବଡ ବଡ କୋଠା କ୍ଷତିଗ୍ରସ୍ତ: ୮ ମୃତ, ୧୨ ଆହତ
ମନିଲା,୨୭।୭: ଫିଲିପାଇନ୍ସର ଲୋଜେନ ଦ୍ୱୀପର ଉତ୍ତରରେ ଥିବା ଦ୍ୱୀପ ଗୁଡିକରେ ଶନିବାର ୨ଟି ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଆହତ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢିପାରେ ବୋଲି...
୯ ଭାରତୀୟଙ୍କୁ ମୁକ୍ତକଲା ଇରାନ
ନୂଆଦିଲ୍ଲୀ,୨୭ା୭(ଆଇଏଏନ୍ଏସ୍): ହର୍ମୁଜ୍ ପ୍ରଣାଳୀରେ ପାନାମାର ଏକ ତୈଳବାହୀ ଜାହାଜକୁ ଇରାନ ଗତ ୧୩ ତାରିଖରେ ଜବତ କରିଥିବାବେଳେ ସେଥିରେ ଥିବା ୧୨ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ୯ ଜଣଙ୍କୁ ମୁକ୍ତ କରିଦେଇଛି। ଏହି ଜାହାଜ ସମେତ ଅନ୍ୟ ଦୁଇଟି ଜାହାଜର...
ଭାରତୀୟ ଶାନ୍ତିଦୂତଙ୍କୁ ଜାତିସଂଘର ମରଣୋତ୍ତର ସମ୍ମାନ
ୟୁଏନ୍: ଲେବାନନ୍ରେ ଜାତିସଂଘର ମିଶନରେ କର୍ତ୍ତବ୍ୟରତ ସର୍ଜେଣ୍ଟ ରମେଶ ସିଂହଙ୍କୁ ଶ୍ରେଷ୍ଠ ବଳିଦାନ ଲାଗି ଜାତିସଂଘ ପକ୍ଷରୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ସମର୍ପଣ ଭାବ ଓ ପ୍ରତିବଦ୍ଧତା ଲାଗି ଏହା ପ୍ରଦାନ କରାଯାଇଛି। ଲେବାନନ୍ରେ ଜାତିସଂଘ ଦ୍ୱାରା...
କୃତ୍ରିମ ଗଳା
ବୈଜ୍ଞାନିକମାନେ ଏବେ ଏକ କୃତ୍ରିମ ଗଳା ବିକାଶ କରିଛନ୍ତି। ଏହା ୦.୬/୧.୨ ଇଞ୍ଚ ଆକାରର ଏହି କୃତ୍ରିମ ଗଳାକୁ ଟେମ୍ପୋରାରି ଟାଟୁ ଭଳି ବେକରେ ଲଗାଇହେବ । ବୃଦ୍ଧାଙ୍ଗୁଳି ନଖର ଦୁଇ ଗୁଣ ଆକାରର ଏହି ଗଳା କଣ୍ଠର ମୁଭ୍ମେଣ୍ଟକୁ...
ଶେଷ ଇଚ୍ଛା ପୂରଣ କରିବ ଆମ୍ବୁଲାନ୍ସ
ସିଡନି,୨୬।୭: କୁହାଯାଏ ମରିବାକୁ ଥିବା ବା ମୃତବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରିବା ଭଲ। ଏହାକୁ ନଜରରେ ରଖି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ତାଙ୍କୁ ଆମ୍ବୁଲନ୍ସ ଜରିଆରେ ହସ୍ପିଟାଲ ନେବା ପୂର୍ବରୁ ସମୁଦ୍ର କୂଳକୁ...
ସୀମା ପାର ହେବାକୁ ସୁରକ୍ଷା କର୍ମୀଙ୍କୁ ହାତ ଯୋଡିଲେ ମା’: ଭିଡିଓ ଭାଇରାଲ
ମେକ୍ସିକୋ,୨୬।୭: ପ୍ରତିବର୍ଷ ବହୁ ସଂଖ୍ୟାରେ ମଧ୍ୟ ଆମେରିକାର ଶରଣାର୍ଥୀ ମେକ୍ସକୋ ଦେଇ ଆମେରିକା ପହଞ୍ଚିବାକୁ ଚେଷ୍ଟା କରିଥାଆନ୍ତି। ଏହି ସମୟରେ କେହି ସୀମା ପାର କରି ଯାଉଥିବା ବେଳେ କେହି କେହି ସୁରକ୍ଷାକର୍ମୀଙ୍କ ହାତରେ ଧରାପଡନ୍ତି ତ ପୁଣି କାହାର...
ବୋରିସ୍ଙ୍କ କ୍ୟାବିନେଟ୍ରେ ୩ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ,୨୬।୭(ପି.ଟି.):ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ବୋରିସ୍ ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇବାର କିଛି ଘଣ୍ଟା ପରେ ସେ ପ୍ରୀତି...
Archives


