ଅନ୍ତର୍ଜାତୀୟ

ହିଜାବ ନ ପିନ୍ଧିଲେ ୪୯ ଲକ୍ଷ ଟଙ୍କା ଜୋରିମନା

ତେହରାନ,୨୯।୩: ଇରାନରେ ମହିଳାଙ୍କ ପାଇଁ ନିୟମ ଆହୁରି କଠୋର ହୋଇଛି। ଇରାନ ସଂସଦ ମହିଳାମାନଙ୍କ ଡ୍ରେସ କୋଡକୁ ନେଇ ଏକ ନୂତନ ନିୟମ କରିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବ ପିନ୍ଧିବେ ନାହିଁ, ତେବେ ସେମାନଙ୍କୁ ୪୯ ଲକ୍ଷ…

ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି

ଇସଲାମାବାଦ,୨୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍‌ ମଲିକ ଅମାନ ଶୁଣାଣି…

ଦକ୍ଷିଣ ଚାଇନା ସାଗରରେ ଆମେରିକା ଯୋଗୁ ଅଡୁଆରେ ଚାଇନା…

ଓ୍ବାଶିଂଟନ,୨୯।୩ : ଆମେରିକା ଦକ୍ଷିଣ ଚାଇନା ସାଗରରେ ନିଜର ଯୁଦ୍ଧ ଜାହାଜର କାର୍ଯ୍ୟକଳାପକୁ ବୃଦ୍ଧି କରିଛି। ଚାଇନା ଉପରେ ସର୍ବାଧିକ ଚାପ ପ୍ରୟୋଗ କରିବା ଏହାର ରଣନୀତିର ଏକ ଅଂଶ ଭାବେ ଏଭଳି କରାଯାଉଛି। ବେଜିଂ ଭିତ୍ତିକ ଥିଙ୍କ ଟ୍ୟାଙ୍କ ସାଉଥ…

ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ: ୯୦ ଲକ୍ଷ ଭୋକରେ…

କାବୁଲ,୨୯।୩ : ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚ୍ପି) ର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୯୦ ଲକ୍ଷ ଲୋକ ଅର୍ଥନୈତିକ ଏବଂ ମାନବିକ ସଙ୍କଟ ମଧ୍ୟରେ ଭୋକ ଉପାସରେ ଅଛନ୍ତି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ…

ଇମ୍ରାନଙ୍କୁ ଠକ କହିଲେ ପ୍ରଧାନମନ୍ତ୍ରୀ

ଇସଲମାବାଦ,୨୯ା୩: ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ନ୍ୟାଶନାଲ ସଂସଦରେ କହିଛନ୍ତି ଯେ, ସରକାର ଏବଂ ତାଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେବଳ ସମ୍ଭବ ହେବ ଯଦି ସେ ତାଙ୍କର ‘ଭୁଲ୍‌’କୁ ଗ୍ରହଣ କରନ୍ତି। ସେ ଯାହା…

ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବ ପାକିସ୍ତାନ, ପ୍ରସ୍ତାବ ସଂସଦରେ ଆଗତ…

ଇସଲାମାବାଦ,୨୯।୩ : ଦେଶର ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ସରକାର ସଂସଦରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଥିଲେ ଯେ ଯଦି ପ୍ରଧାନ ବିଚାରପତିଙ୍କ କ୍ଷମତାକୁ ହ୍ରାସ କରିବାକୁ ସଂସଦ ଆଇନ…

ଜିନପିଙ୍ଗଙ୍କୁ ଭେଟିବାକୁ ଜେଲେନସ୍କି ଆଗ୍ରହୀ: ୟୁକ୍ରେନ ଆସିବାକୁ କଲେ ଆମନ୍ତ୍ରଣ…

କିଭ୍‌,୨୯।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୟୁକ୍ରେନ ଗସ୍ତ କରିବାକୁ ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଛନ୍ତି। ବୁଧବାର ଆସୋସିଏଟେଡ ପ୍ରେସ ଦ୍ୱାରା ପ୍ରକାଶିତ ଖବରରେ ଏହା ଉଲ୍ଲେଖ କରାଯାଇଛି।…

ଆମେରିକା ବାଚସ୍ପତିଙ୍କୁ ଭେଟିବେ ତାଇଓ୍ବାନ ରାଷ୍ଟ୍ରପତି: ପ୍ରତିଶୋଧ ନେବାକୁ ଧମକ ଦେଲା ଚାଇନା…

ତାଇପେ/ବେଜିଂ,୨୯।୩ : ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ ୱେନ ବୁଧବାର ଗୁଆଟେମାଲା ଏବଂ ବେଲିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ନ୍ୟୁୟର୍କ ଏବଂ ଲସ ଆଞ୍ଜେଲସରେ ଅଟକିବେ ବୋଲି କୁହାଯାଉଛି। ଏହି ସମୟ ମଧ୍ୟରେ ସେ ଆମେରିକାର ହାଉସ ବାଚସ୍ପତି…

ମ୍ୟାନମାର୍‌ରେ ରାଜନୈତିକ ସଙ୍କଟ: ସ୍ୟୁ ଚୀଙ୍କ ଦଳକୁ ଭଙ୍ଗ କଲା ଜୁଣ୍ଟା…

ନାପିଦ୍ୱ,୨୯।୩ : ମ୍ୟାନମାରରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ପୂର୍ବତନ ନେତ୍ରୀ ଅଙ୍ଗ ସାନ ସ୍ୟୁ-ଚୀଙ୍କ ଦଳ ନ୍ୟାଶନାଲ ଲିଗ ଫର ଡେମୋକ୍ରାସି (ଏନଏଲଡି) ସମେତ ଚାଳିଶ ରାଜନୈତିକ ଦଳକୁ ଭଙ୍ଗ କରାଯାଇଛି। ସାମରିକ ଶାସକଙ୍କ ନିୟନ୍ତ୍ରଣରେ ଥିବା ଜୁଣ୍ଟା ଏହି…

ଚାଇନାର ମୁକାବିଲା ଲାଗି ଆମେରିକା ପ୍ରତିରକ୍ଷା ବଜେଟରେ ବୃଦ୍ଧି: ୨୦୨୪ ପାଇଁ ୬୯ ଲକ୍ଷ କୋଟି…

ଓ୍ବାଶିଂଟନ,୨୯।୩ : ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟର୍ଡ ଜେ.ଅଷ୍ଟିନ କହିଛନ୍ତି ଯେ ଚାଇନାର ଆହ୍ବାନକୁ ଦୃଷ୍ଟିରେ ରଖି ଆର୍ଥିକ ବର୍ଷ ୨୦୨୪ର ବଜେଟରେ ପ୍ରତିରକ୍ଷା ପାଇଁ ବ୍ୟୟ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବାକୁ ଆମେରିକା ବଜେଟରେ ୬୯ ଲକ୍ଷ…

ଆଫଗାନିସ୍ତାନରେ ଭୂକମ୍ପ ଝଟକା

କାବୁଲ,୨୯।୩: ଆଫଗାନିସ୍ତାନରେ ବୁଧବାର ସକାଳ ୫.୪୯ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଦେଶର କାବୁଲଠାରୁ ୮୫ କିଲୋମିଟର ପୂର୍ବରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଭୂକମ୍ପ ଯୋଗୁ କ୍ଷୟକ୍ଷତି କିମ୍ବା ଜୀବନ…

ପୃଥିବୀକୁ ଫେରିଲା ସୋୟୁଜ୍‌ ଏମଏସ-୨୨ କ୍ୟାପସୁଲ…

ମସ୍କୋ,୨୮।୩ : ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା। ରୁଷିଆର ସ୍ପେସ ଅଧିକାରୀମାନେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?