ଅନ୍ତର୍ଜାତୀୟ

ପାନାମା ମାମଲାରେ ନୱାଜ ଶରିଫଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପାଇଁ ବାଜୱା ଦାୟୀ: ଇମ୍ରାନ

ଇସଲାମାବାଦ,୨୩ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ନୱାଜ ଶରିଫ ଓ ତାଙ୍କ ଦଳକୁ ଟାର୍ଗେଟ କରି ଚାଲିଛନ୍ତି । ଏଥିପାଇଁ ସେ କୌଣସି ଗୋଟିଏ ବି ସୁଯୋଗ ହାତଛଡା କରୁ ନାହାନ୍ତି । ଶନିବାର ଇମ୍ରାନ ପୂର୍ବତନ…

୯୩% ସମ୍ପତ୍ତି ହରାଇଛନ୍ତି ଚାଇନା ବିଲିୟନେୟାର ହୁଇ କା ୟାନ୍‌

ବେଜିଂ, ୨୩।୧: ଚାଇନା ଏଭରଗ୍ରାଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ହୁଇ କା ୟାନ୍‌ଙ୍କୁ ନିଜ ସମ୍ପତ୍ତିର ୯୩% ହରାଇବାକୁ ପଡ଼ିଛି। ହୁଇଙ୍କ ସମ୍ପତ୍ତି ୪୨ ବିଲିୟନ୍‌ ଡଲାରରୁ ବର୍ତ୍ତମାନ ୩ ବିଲିୟନ୍‌ ଡଲାରରେ ଯାଇ ପହଞ୍ଚିଛି। ପୂର୍ବରୁ ଏସିଆର ସବୁଠୁ ଧନୀ ବ୍ୟକ୍ତି…

ମେ ୧୪ରେ ତୁର୍କିରେ ନିର୍ବାଚନ

ଅଙ୍କାରା,୨୩ ।୧: ତୁର୍କିର ରାଷ୍ଟ୍ରପତି ରେସେପ ତଇପ ଏର୍ଦେଗନ ରବିବାର ଘୋଷଣା କରିଛନ୍ତି, ଯେ ନିର୍ଦ୍ଧାରିତ ସମୟର ୧ ମାସ ପୂର୍ବରୁ ମେ ୧୪ରେ ନିର୍ବାଚନ ହେବ । ରବିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଏହି…

ବିମାନରେ ବୋମା ଆତଙ୍କ: ଜରୁରୀକାଳୀନ ଅବତରଣ

ଏଥେନ୍ସ,୨୩।୧: ପୋଲାଣ୍ଡରୁ ଗ୍ରୀସକୁ ଯାଉଥିବା ଏକ ବିମାନରେ ବୋମା ବିଷୟରେ ସୂଚନା ମିଳିବା ପରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ମିଳିବା ପରେ ସଙ୍ଗେ ସଙ୍ଗେ ଗ୍ରୀକ ଏୟାରଫୋର୍ସ ଯୁଦ୍ଧ ବିମାନକୁ ପଠାଇ ବିମାନକୁ ସୁରକ୍ଷିତ ସ୍ଥାନକୁ ନେଇଥିଲା। ଏହା…

ଇସ୍ରାଏଲରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା, ନୂଆ ଆଇନ ବିରୋଧରେ ହେଉଛି ପ୍ରଦର୍ଶନ

ତେଲ ଆଭିବ,୨୩ ।୧: ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଯାଉଥିବା ଏକ ଆଇନର ପ୍ରସ୍ତାବକୁ ଲଗାତାର ବିରୋଧ କରାଯାଉଛି । ଶନିବାର ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଜେରୁଜେଲମ, ହାଇଫା,…

‘ଭିକ୍ଷା ଥାଳି ଧରି ବୁଲୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, କେହି ପଇସାଟିଏ ଦେଉନାହାନ୍ତି’

ଇସଲାମାବାଦ୍‌,,୨୨।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ‘ଭିକ୍ଷା ଥାଳ’ ଧରି ପୃଥିବୀର ବିଭିନ୍ନ ଦେଶ ଭ୍ରମଣ କରୁଛନ୍ତି, କିନ୍ତୁ କେହି ତାଙ୍କୁ ଗୋଟିଏ ପଇସାଟିଏ ମଧ୍ୟ ଦେଉ ନାହାଁନ୍ତି…

ଆମେରିକାରେ ଗୁଳିକାଣ୍ଡ: ୯ ମୃତ

ଓ୍ବାଶିଂଟନ,୨୨ା୧: ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଲସ୍‌ ଆଞ୍ଜେଲ୍‌ସର ପୂର୍ବ ମୋଣ୍ଟେରୀ ପାର୍କରେ ଚାଇନାର ନୂଆବର୍ଷ ପାଳନ ପରେ ଏହି ଗୁଳି ବିନିମୟ ହୋଇଥିବା…

କୋଠା ଭୁଶୁଡ଼ି ଜଣେ ଶିଶୁଙ୍କ ସମେତ ୧୦ ମୃତ

ଡାମାସକସ୍‌,୨୨ା୧: ରବିବାର ସିରିଆର ଉତ୍ତର ଆଲେପ୍ପୋରେ ଏକ କୋଠା ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅତି କମ୍‌ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ପାଞ୍ଚ ମହଲା ବିଶିଷ୍ଟ କୋଠାଟି ଭୁଶୁଡି ପଡିଥିଲା । କୁହାଯାଉଛି, ଲଗାତର ଜଳ ନିଷ୍କାସନ…

ଜାପାନରେ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ୪ ଜୀବନ୍ତ ଦଗ୍ଧ…

ଟୋକିଓ,୨୨।୧ : ଜାପାନର କୋବେ ସହରରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅନ୍ୟ ୪ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ…

ଭାରତକୁ ଅନୁସରଣ କଲା ଚାଇନା, ଆଇଏମଏଫ ବେଲ ଆଉଟ ପ୍ୟାକେଜ ପାଇଁ ଶ୍ରୀଲଙ୍କାକୁ ଦେଲା ଆଶ୍ୱାସନା…

ବେଜିଂ,୨୨।୧ : ଋଣଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଚାଇନା ମଧ୍ୟ ଭାରତକୁ ଅନୁସରଣ କରିଛି। ୨.୯ ବିଲିୟନ ଡ଼ଲାରର ଏକ ବେଲଆଉଟ ପ୍ୟାକେଜ ଆଇଏମଏଫରୁ ରିଲିଜ ପାଇଁ ଶ୍ରୀଲଙ୍କାକୁ ଚାଇନା ଆଶ୍ୱାସନା ଦେଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର…

ଆମେରିକାରେ ପୁଣି ଗୁଳିକାଣ୍ଡ, ସମାରୋହରେ ଗୁଳି ଚାଳନାରେ ବହୁ ଆହତ…

ଓ୍ବାଶିଂଟନ,୨୨।୧ : ଆମେରିକାରେ ପୁଣି ଗୁଳିକାଣ୍ଡ ଘଟିଛି। କାଲିଫର୍ନିଆରେ ଏକ କାର୍ଯ୍ୟରେ ଜଣେ ଅଜଣା ବ୍ୟକ୍ତି ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ ଚାଇନାର ନୂଆ ବର୍ଷକୁ ଦୃଷ୍ଟିରେ ରଖି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି ଘଟିଛି। ଏହି ଘଟଣାରେ ପ୍ରାୟ ୧୬…

ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ ୬୬ ବର୍ଷ। ସେ ଗ୍ୟାସ ଷ୍ଟେଶନରେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ହତ୍ୟା ଘଟଣାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri