ଅନ୍ତର୍ଜାତୀୟ

ଚାଇନାରେ ଶେଷ ହୋଇନାହିଁ କରୋନା, ସତର୍କ ରହିବାକୁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ

ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାର…

ପ୍ରବଳ ତୁଷାର ଝଡ଼: ୧୬୦୦ରୁ ଅଧିକ ବିମାନ ବାତିଲ, ୬୫ ହଜାର ଲୋକଙ୍କ ଘରୁ ବିଦ୍ୟୁତ୍‌ କାଟ୍‌

ଓ୍ବାଶିଂଟନ,୨୩ା୨: ଆମେରିକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ ସଡ଼କ ପରିବହନ ମଧ୍ୟ ବ୍ୟାହତ ହୋଇଛି। ତୁଷାର ଝଡ଼ ଯୋଗୁ ଡ୍ରାଇଭରମାନେ କାର୍‌ରେ ଅଟକି ରହିଯାଇଛନ୍ତି। ହଜାର ହଜାର ଲୋକ…

ବ୍ରିଟେନରେ ପନିପରିବା ସଙ୍କଟ: ଜଣଙ୍କୁ ୨ ଟମାଟୋ-୨ କାକୁଡି କିଣିବାକୁ ସୁପର ମାର୍କେଟର ଅନୁମତି…

ଲଣ୍ଡନ,୨୩।୨ : ସମ୍ପ୍ରତି ବ୍ରିଟେନରେ ପନିପରିବା କିଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଲୋକମାନେ ବଜାରକୁ ଯାଉଛନ୍ତି, କିନ୍ତୁ ସେମାନଙ୍କୁ କେବଳ ସୀମିତ ପନିପରିବାରେ ସନ୍ତୁଷ୍ଟ ହେବାକୁ ପଡୁଛି। ସୀମିତ ଅର୍ଥ ଗ୍ରାହକମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପନିପରିବା କିଣିପାରୁଛନ୍ତି। ବିଶେଷକରି…

ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…

ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍‌ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ…

ଉଡ଼ାଣର ୭ ଘଣ୍ଟା ପରେ ଅବତରଣ ନ କରି ୩୩୫ ଯାତ୍ରୀଙ୍କ ନେଇ ଫେରିଲା ବିମାନ…

ଟୋକିଓ୨୩।୨ : ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିମାନ ୩୩୫ ବିମାନ ଯାତ୍ରୀଙ୍କ ସହିତ ଉଡ଼ାଣ କରିବାର ସାତ ଘଣ୍ଟା ପରେ ପୁଣି ଉଡ଼ାଣ କରିଥିବ ବିମାନ ବନ୍ଦରରେ ଅବତରଣ କରିଛି। ବିମାନ ବନ୍ଦରରେ ପାଗ…

ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ପାଲଟିଛି ଭରସା: ବିଲ୍‌ ଗେଟ୍ସ

କାଲିଫର୍ନିଆ,୨୩।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କ ବ୍ଲଗ ‘ଗେଟ୍ସ ନୋଟ୍ସ’ରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ଭରସା ପାଲଟିଛି। ଯେତେବେଳେ ବିଶ୍ୱ ଅନେକ…

ଶିକ୍ଷୟିତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ ଛାତ୍ର

ପ୍ୟାରିସ୍‌,୨୩ା୨: ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ନାବାଳକ ଶିକ୍ଷୟିତ୍ରୀଙ୍କୁ ଛୁର ଭୁସି ହତ୍ୟା କରିଛନ୍ତି। ଆଞ୍ଚଳିକ ପ୍ରସିକ୍ୟୁଟର କହିଛନ୍ତି, ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଏକ ବିଦ୍ୟାଳୟରେ କ୍ଲାସ ଚାଲିଥିବା ସମୟରେ ଜଣେ ନାବାଳକ ଛାତ୍ର ଆକ୍ରମଣ କରିବା ପରେ ଶିକ୍ଷୟିତ୍ରୀଙ୍କର…

୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲା ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ, ତା’ପରେ ହେଲା ଚମତ୍କାର

ଓଟାଓ୍ବା,୨୩।୨: କାନାଡାର ଅଣ୍ଟାରିଓରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଦେଢ ବର୍ଷ ଶିଶୁର ହୃଦ୍‌ସ୍ପନ୍ଦନ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଯାଇଥିବା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଶିଶୁର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମକୁ…

ଆମେରିକାରେ ଶିଖ-ଇହୁଦୀ ଘୃଣା ଅପରାଧରେ ସର୍ବାଧିକ ପୀଡିତ: ଏଫବିଆଇ ରିପୋର୍ଟ…

ଓ୍ବାଶିଂଟନ,୨୩।୨ : ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ଏଫବିଆଇ) ଦ୍ୱାରା ଦେଶବ୍ୟାପୀ ଘଟଣାର ବାର୍ଷିକ ସଂକଳନ ଅନୁଯାୟୀ, ୨୦୨୧ ମସିହାରେ ଆମେରିକାରେ ଇହୁଦୀ ଏବଂ ଶିଖ ସମ୍ପ୍ରଦାୟମାନେ ଘୃଣା ଅପରାଧର ସର୍ବାଧିକ ଟାର୍ଗେଟରେ ଥିଲେ । ୨୦୨୧ ମସିହାରେ ଧର୍ମ…

ଇସ୍ରାଏଲ ସୈନିକଙ୍କ ଆକ୍ରମଣରେ ନିହତ ପାଲେଷ୍ଟାଇନ ଉଗ୍ରବାଦୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଲା,୧୦୦ ଆହତ…

ନାବଲୁସ,୨୩।୨ : େଓଷ୍ଟ ବ୍ୟାଙ୍କରଏକ ଫ୍ଲାସପଏଣ୍ଟ ସହରରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସୈନ୍ୟମାନେ ଚାରିଜଣ ବନ୍ଧୁକଧାରୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କ ସମେତ ୧୧ ଜଣ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।…

ଭୟଙ୍କର ତୁଷାର ଝଡ଼: ୧୩୦୦ରୁ ଅଧିକ ବିମାନ ବାତିଲ…

ଓ୍ବାଶିଂଟନ,୨୩।୨ : ଆମେରିକାରେ ତୁଷା ଝଡ଼ ବିପଦ ବଢ଼ିବାରେ ଲାଗିଛି। ଏହି ଝଡ଼ ପଶ୍ଚିମ ଏବଂ କେନ୍ଦ୍ରୀୟ ରାଜ୍ୟଗୁଡିକରେ ଜାରି ରହିଛି। ଫଳେରେ ସୁରକ୍ଷା କାରଣରୁ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ଇତି ମଧ୍ୟରେ ୧୩୦୦ରୁ ଅଧିକ ବିମାନ ବାତିଲ କରାଯାଇଥିବାବେଳେ…

ଘରୋଇ ବିମାନ ଦୁର୍ଘଟଣା ଗ୍ରସ୍ତ: ୫ ମୃତ…

ଓ୍ବାଶିଂଟନ,୨୩।୨ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା। ଫେଡେରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri