ଅଣଧାନ ଫସଲକୁ ଅଣଦେଖା
ଭୁବନେଶ୍ୱର,୩ା୨(ବ୍ୟୁରୋ): ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ କଳ ଯାଏ ସମସ୍ତେ କେବଳ ଧାନ ଚାଷ ପଛରେ ଗୋଡ଼ାଇଛନ୍ତି। ରାଜ୍ୟରେ ଧାନ ଉତ୍ପାଦନ ବଢ଼ି ଚାଲିଥିବା ବେଳେ ଅଣଧାନ ଫସଲ ଚୁଲିିକି ଗଲାଣି। ଆଳୁ, ପିଆଜ, ଡାଲି, ତୈଳବୀଜ ଆଦି ପାଇଁ ଅନ୍ୟ…
ନେତାଜୀ ବସ୍ ଟର୍ମିନାଲ ନିର୍ମାଣରେ ସ୍ଥଗିତାଦେଶ
କଟକ ଅଫିସ୍, ୩।୨: କଟକ ଖାନ୍ନଗରଠାରେ ନିର୍ମାଣ ହେବାକୁ ଥିବା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ପ୍ରକଳ୍ପ ନିର୍ମାଣରେ ଲାଗିଛି ରୋକ୍। ପ୍ରସ୍ତାବିତ ୧୨ଏକର ପରିମିତ ବସ୍ ଟର୍ମିନାଲ ପ୍ରକଳ୍ପ ମଧ୍ୟରେ ଥିବା କାଳୀ ମନ୍ଦିରକୁ ନ ଭାଙ୍ଗିବା ପାଇଁ ମଙ୍ଗଳବାର ହାଇକୋର୍ଟ…
ସିବିଏସ୍ଇ ଦଶମ, ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ
ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ତାରିଖରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସିବିଏସ୍ଇ ଦଶମ ପରୀକ୍ଷା ମେ ୪ରୁ ଜୁନ୍ ୭ତାରିଖ ପର୍ଯ୍ୟନ୍ତ ଚାଲିବ।…
୪ ଜଣଙ୍କୁ ଫ୍ଲାଟ୍ ଉପହାର ଦେଲେ କଙ୍ଗନା
ଗତ କିଛି ମାସ ହେବ ନିଜର କଠୋର ବକ୍ତବ୍ୟ ପାଇଁ ବଲିଉଡ୍ ଅଭିିନେତ୍ରୀ କଙ୍ଗନା ରଣାଓ୍ବତ୍ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ଚଣ୍ଡିଗଡରେ ଫ୍ଲାଟ୍ ଉପହାର ରୂପେ ଦେଇଛନ୍ତି।…
ପ୍ରକାଶ ପାଇଲା ସିବିଏସ୍ଇ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷାର ସୂଚୀ
ନୂଆଦିଲ୍ଲୀ,୨।୨- ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବୋର୍ଡ ପରୀକ୍ଷାର ସୂଚୀ। ଆସନ୍ତା ମେ’୪ରୁ ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ହେବ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ…
ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା
ରାଜକୁମାର ରାଓ ବଲିଉଡ୍ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍ କମ୍ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ପାଲଟି ପାରିଛନ୍ତି। ନିକଟରେ ଅଭିନେତା ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ପୂରଣ ହେଲା ଆତ୍ମନିର୍ଭର ଭାରତର ସଂକଳ୍ପ: ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨ ।୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବେଙ୍ଗାଲୁରୁ ଗସ୍ତ କରିଛନ୍ତି । ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ଏଚ୍ଏଏଲ୍)ର ଦ୍ୱିତୀୟ ଏଲ୍ସିଏ(ଲାଇଟ୍ କମ୍ବାଟ୍ ଏୟାରକ୍ରାପ୍ଟ)ର ପ୍ରଡକ୍ସନ ଲାଇନର ଉଦ୍ଘାଟନ କରିଛନ୍ତି । ଚୁକ୍ତି ଅନୁଯାୟୀ ବାୟୁସେନାକୁ ତେଜସ ଏଲ୍ସିଏର ଡେଲିଭରି ମାର୍ଚ୍ଚ ୨୦୨୪ରେ…
ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ
ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଏଭଳି ବିବାଦ ବିରଳ ଘଟଣା…
ରାଜଧାନୀରେ ନକଲି ମୃଦୁ ପାନୀୟ କାରଖାନା: ଚଢ଼ାଉ କଲା ପୋଲିସ
ଭୁବନେଶ୍ୱର, ୨।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଏକ ନକଲି କାରଖାନା ଠାବ ହୋଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଠାବ ହୋଇଥିବା ଏହି କାରଖାନା ଉପରେ ପୋଲିସ ଚଢ଼ାଉ ଜାରି ରଖିଛି। ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ…
ମୃତକଙ୍କୁ ୨ କିମି କାନ୍ଧରେ ବୋହି ନେଲେ ମହିଳା ଏସ୍ଆଇ
ବିଶାଖାପଟ୍ଟନମ୍, ୨।୨: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲାର କାସିବୁଗାରେ ଅଞ୍ଚଳରେ କାର୍ଯ୍ୟ କରୁଥିବା ମହିଳା ଏସ୍ଆଇ କୋଟ୍ଟୁରୁ ଶ୍ରୀଷା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସୋମବାର ଜଣେ ଅଜଣାବ୍ୟକ୍ତିଙ୍କ ମୃତଦେହ ଅଦାଭି କୋଟୁଟୁ ଗାଁରେ ପଡ଼ି ରହିଥିବା ଖବର ମିଳିଥିଲା।…
୭ ମାସ ପରେ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ମହିଳା ଆଇଆଇସି
ବାଲେଶ୍ୱର ଅଫିସ, ୨।୨: ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ ପାଇଁ ୨୫ ହଜାର ଟଙ୍କା…
ଅଣ୍ଡା ଭିତରୁ ହେବ ଲିଙ୍ଗ ପରିବର୍ତ୍ତନ !
ଜେରୁଜେଲମ, ୨।୨: ପ୍ରତିବର୍ଷ ମାଂସ ପାଇଁ ପୃଥିବୀରେ ୭୦୦ କୋଟିରୁ ଅଧିକ ଅଣ୍ଡିରା ଚିଆଁଙ୍କୁ ମାରି ଦିଆଯାଇଥାଏ। ମାଈ ଚିଆଁ ବଡ଼ ହୋଇ ଅଣ୍ଡା ଦେଇଥାଏ। ପରେ ଏହା ଅଣ୍ଡାଦେବା ବନ୍ଦ କରିଲେ ତାକୁ ମାଂସ ଲାଗି ହତ୍ୟା କରାଯାଇଥାଏ। ତେଣୁ…
Archives


