Home

ଶିଆଳି ଲଟାର ଦଉଡ଼ି

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ ହୋଇଆସୁଛି। ଏଠାକାର ଆରାଧ୍ୟ ଦେବତା ଭଗବାନ ବଳଭଦ୍ର ରହିଥିଲେ ହେଁ ରଥର ନାମ ନନ୍ଦିଘୋଷ…

ଶାବର ଶ୍ରୀକ୍ଷେତ୍ର

ଶାବର ଶ୍ରୀକ୍ଷେତ୍ର ରୂପେ ପରିଚିତ କୋରାପୁଟ ରଥଯାତ୍ରାର ରହିଛି ବିଶେଷ ସ୍ବତନ୍ତ୍ରତା। ରଥଯାତ୍ରାରେ ବିଭିନ୍ନ ଆଦିବାସୀ ସଂସ୍କୃତିର ମହାମିଳନ ଦେଖିବାକୁ ମିଳେ। ଗ୍ରାମ ମୁଖିଆ ତଥା ନାୟକଙ୍କୁ ରାଜାର ସମ୍ମାନ ପ୍ରଦାନ କରାଯାଇଥାଏ। ସେ ରଥରେ ଛେରାପହଁରା କରନ୍ତି। ରଥଯାତ୍ରାରେ ଯୋଗଦେବା…

ନୂପୁର ଶର୍ମା ଟିଭିରେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧।୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ନୁପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ କଡ଼ା ନିନ୍ଦା ଦେଇଛନ୍ତି। ଟିଭିରେ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌ ବୋଲି କୋର୍ଟ କହିଛନ୍ତି। ତାଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ…

ଆରମ୍ଭ ହେଲା ‘ଛେରାପହଁରା’

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ପରେ ତିନି ରଥରେ ବିରାଜମାନ କରିଛନ୍ତି। ଅନ୍ୟପଟେ, ଆରମ୍ଭ ହୋଇଛି ରଥଯାତ୍ରାର ଆକର୍ଷଣୀୟ ପରମ୍ପରା…

ସୁପ୍ରିମକୋର୍ଟ ଗଲେ ନୂପୁର: ଲଗାତର ମିଳୁଛି ହତ୍ୟା ଧମକ

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଶୁକ୍ରବାର ସୁପ୍ରିମକୋର୍ଟ ଯାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ତାଙ୍କୁ କ୍ରମାଗତ ଭାବରେ ହତ୍ୟା…

ଉଦ୍ଧବଙ୍କୁ ଝଟ୍‌କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା…

କ୍ଷମତା ପାଇଁ ଅର୍ଥ-ବାହୁବଳର ପ୍ରୟୋଗ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ, ୧।୭ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମ୍‌ପି ଜୟରାମ ରମେଶ ଭାଜପାକୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ ଭାଜପା ଅଯଥାରେ କ୍ଷମତା ଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ…

ଫଟୋ ଖବରଦାତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ବରିଷ୍ଠ ଫଟୋ ଖବରଦାତା ଅଶୋକ ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଜାଣି ମୁଁ ଦୁଃଖିତ।…

‘ମୁଁ ସିନ୍ଧେଙ୍କୁ ଶିବସୈନିକ ଭାବୁନାହିଁ’

ମୁମ୍ବାଇ,୧।୭: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ଏହାର ଗୋଟିଏ ଦିନ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ସଞ୍ଜୟ ରାଉତ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ…

ସିନ୍ଧେଙ୍କ ବିଧାନସଭା ପ୍ରବେଶ ଉପରେ ଲାଗୁ ରୋକ, ଅଯୋଗ୍ୟତା ନୋଟିସ ନେଇ ସୁପ୍ରିମ୍‌କୋର୍ଟରେ ଶିବସେନା…

ମୁମ୍ବାଇ, ୧।୭ : ମହାରାଷ୍ଟ୍ରରେ କ୍ଷମତାର ଓଲଟପାଲଟ ହୋଇଛି ଏବଂ ବର୍ତ୍ତମାନ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପରେ ମଧ୍ୟ ରାଜନୈତିକ ମତଭେଦ ବନ୍ଦ ହୋଇନାହିଁ । ବିବାଦକୁ ନେଇ ଶିବସେନା ପୁଣି ଥରେ ସୁପ୍ରିମକୋର୍ଟଙ୍କ…

କୂଅରେ ଖସିପଡ଼ିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର,୧ା୭(ସ୍ବ.ପ୍ର.): ସଦର ବ୍ଲକ ନେଲୁଙ୍ଗ ଗ୍ରାମ ଆମ୍ବୁଆ ପଶି ସାହିରେ ଏକ ଫାର୍ମ ପରିସରରେ ଥିବା କୂଅରେ ବଣୁଆ ଭାଲୁଟି ପଡ଼ିଯିବାରୁ ବନ ଓ ଦମକଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୂଅରୁ ପାଣି ବାହାର କରି ଏକ…

ମେଗା ପାନୀୟ ଜଳ ପ୍ରକଳ୍ପ, ବୃଦ୍ଧି ପାଉଛି ସମସ୍ୟା

ନାଉଗାଁ,୧ା୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଗଜରାଜପୁର ପଞ୍ଚାୟତ ଦେଇ ପ୍ରବାହିତ ଦେବୀ ନଦୀର ତୁମ୍ବେଶ୍ୱରଠାରେ ନିର୍ମାଣ କରାଯାଉଛି ମେଗା ପାନୀୟ ଜଳ ପ୍ରକଳ୍ପ। ଏହି ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପ୍ରକଳ୍ପ ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri