ଆଫଗାନିସ୍ତାନ ରାଜଧାନୀରେ ଆତ୍ମଘାତୀ ବିସ୍ଫୋରଣ: ୬ମୃତ, ଅନେକ ଆହତ
କାବୁଲ,୨୭ା୩: ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ବହିର୍ବ୍ୟାପାର ମନ୍ତ୍ରଣାଳୟ ବାହାରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଆଫଗାନିସ୍ତାନର ମନ୍ତ୍ରଣାଳୟ ନିକଟରେ ଆକ୍ରମଣ ଚଳିତ ବର୍ଷର ଏହା ଦ୍ୱିତୀୟ ଘଟଣା।…
ପୁଣି ଚିନ୍ତା ବଢ଼ାଇଲା କରୋନା: ମୁମ୍ବାଇ ହସ୍ପିଟାଲରେ ଖୋଲିଲା କୋଭିଡ୍ ଓ୍ବାର୍ଡ
ମୁମ୍ବାଇ, ୨୭ା୩: ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ମୁମ୍ବାଇର କେତେକ ଘରୋଇ ହସ୍ପିଟାଲରେ ସ୍ବତନ୍ତ୍ର କୋଭିଡ୍ ଓ୍ବାର୍ଡ ଖୋଲିଛି। କେତେକ ହସ୍ପିଟାଲରେ ମାସ୍କ ବ୍ୟବହାର ଏବଂ କୋଭିଡ୍ ପରୀକ୍ଷା ବଢ଼ାଇ ଦିଆଯାଇଛି। ଗତ ଶନିବାର ମହାରାଷ୍ଟ୍ରରେ ୪୩୭ ସଂକ୍ରମିତ ଚିହ୍ନଟ ହୋଇଥିବା…
ଇଡି ସମନ ବିରୋଧରେ କବିତାଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ,୨୭ା୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସମ୍ପୃକ୍ତ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ଚ୍ୟାଲେଞ୍ଜ କରି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ. କବିତା ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି।…
ଲାଞ୍ଚ ନେବା ମାମଲାରେ କର୍ନାଟକ ଭାଜପା ବିଧାୟକ ଗିରଫ
ବେଙ୍ଗାଲୁରୁ,୨୭।୩: କନର୍ର୍ାଟକ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ଲାଞ୍ଚ ନେବା ମାମଲାରେ ଭାଜପା ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କୁ ଗିରଫ କରାଯାଇଛି। ସୋମବାର ତୁମକୁରୁରେ କ୍ୟାଥାସନ୍ଦ୍ର ଟୋଲ ପ୍ଲାଜା ନିକଟରେ ମଦଲ ବିରୁପକ୍ଷପ୍ପାଙ୍କୁ ପୋଲିସ ଗିରଫ କରିଛି। ଗତ…
କର୍ନାଟକ ନିର୍ବାଚନ: ଏକାକୀ ଲଢ଼ିବ ବିଏସ୍ପି
ବେଙ୍ଗାଲୁରୁ,୨୭।୩: କର୍ନାଟକ ରାଜ୍ୟରେ ବିଧାନସଭା ନିର୍ବାଚନ ବିଏସ୍ପି ଏକାକୀ ନିଜ ବଳରେ ଲଢ଼ିିବ। ଏନେଇ ବିଏସ୍ପି ସୁପ୍ରିମୋ ମାୟାବତୀ ସୋମବାର ଘୋଷଣା କରିଛନ୍ତି। କର୍ନାଟକ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ରାଜ୍ୟର ବରିଷ୍ଠ ତଥା ଦାୟିତ୍ୱବାନ ବ୍ୟକ୍ତିଙ୍କ ସହ ସୋମବାର ଦିଲ୍ଲୀରେ…
୨୪ଘଣ୍ଟାରେ ୧୩୦୦କି.ମି. ଅତିକ୍ରମ କରି ପ୍ରୟାଗରାଜର ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଲା ଅତିକଙ୍କ କନ୍ଭେ
ପୟାଗରାଜ,୨୭।୩: ମାଫିଆରୁ ବାହୁବଳୀ ବିଧାୟକ ହୋଇଥିବା ଅତିକ ଅହମ୍ମଦଙ୍କୁ ଗୁଜରାଟର ଅହମ୍ମଦାବାଦର ସାବରମତୀ ଜେଲ୍ରୁ ଉତ୍ତରପ୍ରଦେଶ ପ୍ରୟାଗରାଜକୁ ଅଣାଯାଇଛି। କଡ଼ା ସୁରକ୍ଷା ବଳୟରେ ତାଙ୍କ କନ୍ଭେ ପ୍ରୟାଗରାଜର ନୈନି ସେଣ୍ଟ୍ରାଲ ଜେଲ୍ରେ ପହଞ୍ଚିଛି। ଜେଲ୍ରେ ଅତିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।…
ରାହୁଲଙ୍କୁ ଖାଲି କରିବାକୁ ପଡ଼ିବ ସରକାରୀ ବଙ୍ଗଳା: ଜାରି ହେଲା ନୋଟିସ୍
ନୂଆଦିଲ୍ଲୀ,୨୭।୩: ସଂସଦରୁ ସଦସ୍ୟତା ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ…
ରାହୁଲଙ୍କ ବୟାନକୁ ନେଇ ନାରାଜ ଉଦ୍ଧବ, ଯୋଗ ଦେବେନାହିଁ ମଲ୍ଲିକାର୍ଜୁନଙ୍କ ଡିନର ପାର୍ଟିରେ
ମୁମ୍ବାଇ,୨୭ ।୩: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବୀର ସାୱରକରଙ୍କୁ ନେଇ ଦେଇଥିବା ବୟାନ ଉପରେ ଏହାର ସହଯୋଗୀ ଦଳ ବି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ କଡା…
‘ଅପରାଧିଙ୍କ ମଧ୍ୟରେ ଭୟ, ସମସ୍ତଙ୍କୁ ହେଲା ଯୋଗୀ ଫୋବିୟା’, ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଲେ ଗିରିରାଜ
ନୂଆଦିଲ୍ଲୀ,୨୭ ।୩: କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବା ପରେ ଏବେ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଉଦ୍ଧବ ଠାକରେ ସାୱରକରଙ୍କୁ ନେଇ କଂଗ୍ରେସ ବିରୋଧରେ ତ କହୁଛନ୍ତି, ହେଲେ…
୩ କୋଟି ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଚିତ୍ରକୋଣ୍ଡା,୨୭ା୩(ଡି.ଏନ୍.ଏ.): ଚିତ୍ରକୋଣ୍ଡା ପୋଲିସକୁ ଗଞ୍ଜେଇ ଚଢ଼ାଉରେ ସଫଳତା ମିଳିଛି। ମାଲକାନଗରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ଥ୍ରୀ (dyke-3) ଜଙ୍ଗଲରେ ଚଢ଼ାଉ କରି ୧୩୨ ଜରି ବସ୍ତା ଅର୍ଥାତ୍ ୩ ଟନ୍ ୩୦୦ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର…
ଅନୁଷ୍କାଙ୍କ ଆଗରେ ‘ନାଟୁ ନାଟୁ’ ଗୀତରେ ଡ୍ୟାନ୍ସ କଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ଦେଶର ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଦମ୍ପତି ଭାରତୀୟ କ୍ରୀଡ଼ା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି କାର୍ଯ୍ୟକ୍ରମରେ କୋହଲି ଓସ୍କାର…
ସୀମାନ୍ତରେ ପୁଣି ଲାଲ୍ ଆତଙ୍କ: ଜଣେ ଯବାନ ଶହୀଦ
ମାଲକାନଗିରି,୨୭ା୩(ଡି.ଏନ୍.ଏ.): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବିଜାପୁର ଅଞ୍ଚଳ ମିରତୁର ଥାନା ଅନ୍ତର୍ଗତ ତିମେନାରରେ ଆଇଇଡି ବ୍ଲାଷ୍ଟ ଯୋଗୁ ଜଣେ ଯବାନ ଶହୀଦ ହୋଇଛନ୍ତି। ସୂଚନାନୁଯାୟୀ, ତିମେନାର ଅଞ୍ଚଳରେ ଚାଲିଥିବା ରାସ୍ତା କାମକୁ ସୁରକ୍ଷା ଦେବା…

