Home

ଏମିତି କ’ଣ ହେଲା ଫଟୋ ଶେୟାର କରି ଡିଲିଟ୍‌ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆ ପୋଷ୍ଟ ଡିଲିଟ କରିବା ପାଇଁ ରୋହିତ ଶର୍ମା ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା…

ଭଦ୍ରକ ସହରରୁ ହଟିଲା ଜବରଦଖଲ

ଭଦ୍ରକ,୧ା୮(ସନାତନ ରାଉତ): ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକଠାରୁ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ଗୁରୁବାର ଉଚ୍ଛେଦ ଆରମ୍ଭ କରିଛି। ଦୀର୍ଘଦିନ ଧରି କଚେରି ବଜାରରେ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ କରି ବ୍ୟବସାୟ ଚଳାଇଥିଲେ। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା…

ଭଡ଼ାରେ ଭେଣ୍ଡିଂ ଜୋନ୍‌

ଗଞ୍ଜାମ,୧ା୮ବିଦ୍ୟାଧର ସାହୁ): ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ରୋଡ୍‌ ସମ୍ପ୍ରସାରଣ ସମୟରେ ଉଠାଦୋକାନୀମାନଙ୍କୁ ଥଇଥାନ କରିବା ଲାଗି ଏନ୍‌ଏସି ପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଗଲା। ପୂର୍ବରୁ ଯେଉଁମାନଙ୍କ କ୍ୟାବିନ୍‌ କିମ୍ବା ଦୋକାନ ଥିଲା ସେମାନେ…

ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ବିରଳ ପ୍ରଜାତିର ମାଛ

ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହୀରାକୁଦର ୨୦ ସ୍ଲୁଇଜ୍‌ ଗେଟ୍‌ ଦେଇ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେଉଛି। ସେହି ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବାହାକୁଦ ଦେଇ ସମୁଦ୍ରକୁ…

ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୧।୮(ଅନିଲ ଦାସ): ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ…

କିଏ ସେହି ଅଂଶୁମାନ ଗାଏକ୍ୱାଡ: ଯାହାଙ୍କ ମୃତ୍ୟୁରେ କ୍ରିକେଟ୍‌ ଜଗତ ସ୍ତବ୍ଧ

ନୁଆଦିଲ୍ଲୀ,୧।୮: ପୂର୍ବତନ ଭାରତୀୟ କ୍ରିକେଟର ଅଂଶୁମାନ ଗାଏକ୍ୱାଡ ୭୧ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। କିମ୍ବଦନ୍ତୀ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିସିସିଆଇ ସଚିବ ଜୟ…

ପୋଲିସ ଢିଲା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସଟ୍ଟାଜୁଆ, ଚୋରାମଦ କାରବାର ଆଦି ସାଧାରଣରେ ଏଠାରେ ପରିଣତ ହୋଇଛି। ସେହିପରି ଦିନ ଦ୍ୱିପ୍ରହରରେ ଏଠାରେ ହତ୍ୟାକାଣ୍ଡ ଘଟୁଥିବାବେଳେ ଲୁଟେରାଙ୍କ ଦୌରାତ୍ମ ମଧ୍ୟ ବଢ଼ି ଚାଲିଛି। କେବଳ ସେତିକି ନୁହେଁ,…

ରାହୁଲ ଗାନ୍ଧୀ ହେବେ ଆଗାମୀ ପ୍ରଧାନମନ୍ତ୍ରୀ: ଏହି ବ୍ୟକ୍ତି କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୮।୧: ୨୦୨୪ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ ପରେ କଂଗ୍ରେସ ପଛକୁ ବାଉନ୍ସ କରୁଥିବା ଜଣାପଡିଛି। ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକୁ ସମସ୍ତେ ଦେଖୁଛନ୍ତି। ତାଙ୍କର ଫଲୋଅର୍ସ ମଧ୍ୟ ବୃଦ୍ଧି ପାଉଛି। ବେଳେବେଳେ ରାହୁଲ ଗାନ୍ଧୀ ସାଧାରଣ ଜନତାଙ୍କ ମଧ୍ୟରେ ନଜର…

ରାହୁଲଙ୍କ ଜାତିକୁ ନେଇ ବଡ଼ ଖୁଲାସା, କଂଗ୍ରେସ ନେତାଙ୍କର ଗୋତ୍ରର ଖୁଲାସା କଲେ ଏହି ବଡ଼ ପଣ୍ଡିତ

ନୂଆଦିଲ୍ଲୀ,୧।୮: କିଛିଦିନ ଧରି ଜାତି ପ୍ରସଙ୍ଗ ନେଇ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଜାତି ଟିପ୍ପଣୀକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି। ନିକଟରେ ଗୃହରେ ଭାଜପା ଏମପି ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ…

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା: ସହାୟତାର ହାତ ବଢାଇଲେ ମୋଦି

ଶିମ୍‌ଲା,୧।୮: ଆସାମ ଏବଂ କେରଳ ପରେ ବର୍ତ୍ତମାନ ହିମାଚଳ ପ୍ରଦେଶରେ ବର୍ଷା ହୋଇଛି। ଏଠାରେ କୁଲୁର ନିରମାଣ୍ଡ ବ୍ଲକ, କୁଲୁର ମଲାନା ଏବଂ ମଣ୍ଡି ଜିଲାରେ ବାଦଲ ଫଟା ବର୍ଷା ହୋଇଛି। ବାଦଲ ଫଟା ବର୍ଷା ଯୋଗୁ ଅନେକ ଘର, ବିଦ୍ୟାଳୟ…

ସାରା ବିଶ୍ୱରେ ଭୟର ବାତାବରଣ; ବଢୁଛି ଯୁଦ୍ଧ ଆଶଙ୍କା: ଜାଣନ୍ତୁ କାହିଁକି

ବେରୁଟ୍‌/ତେହରାନ୍‌,୧ା୮: ଇରାନର ରାଜଧାନୀ ତେହେରାନରେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଥିଲା, ଯାହା ବର୍ତ୍ତମାନ ଉଭୟ ଦେଶ ପାଇଁ ଏକ ନିର୍ଣ୍ଣାୟକ କ୍ଷଣ ହୋଇପାରେ। ଇରାନର ନୂତନ ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିବା ପରେ ତେହେରାନରେ…

ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ, ୫ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧।୮:ବୁଡିଲା ରାଜଧାନୀ। ବାଦଲାଫଟା ବର୍ଷା ଯୋଗୁ ବେହାଲ ଦିଲ୍ଲୀ। ରାସ୍ତାରେ ଚାଲିଲା ପାଣି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡି ଟ୍ରାଫିକ ସମସ୍ୟା ଦେଖା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?