ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ପାରାଦୀପ,୧୬ା୮: ପାରାଦୀପରେ ଆଉ ଏକ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କୁଜଙ୍ଗ ସବ୍ଜଜ୍ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ଜାହାଜ ପାରାଦୀପ ଛାଡ଼ି କୁଆଡ଼େ ଯାଇପାରିବ ନାହିଁ।…
ଡେବ୍ୟୁ କଲେ ରାହୁଲ ଦ୍ରାବିଡଙ୍କ ପୁଅ: ପ୍ରଥମ ମ୍ୟାଚ୍ରେ ଏତିକି ରନ୍ରେ ହେଲେ ଆଉଟ୍
ନୂଆଦିଲ୍ଲୀ,୧୬।୮: ଭାରତର କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ ମହାରାଜା ଟ୍ରଫି ଟି-୨୦ ଟୁର୍ନାମେଣ୍ଟରେ ଡେବ୍ୟୁ କରିଛନ୍ତି। ସମିତଙ୍କ ଠାରୁ ବହୁତ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା। କିନ୍ତୁ ପ୍ରଥମ ମ୍ୟାଚରେ ସେ ମାତ୍ର ୭ ରନ ସ୍କୋର…
ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି: ଏସବୁ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୧୬ା୮: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ୧୧ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ଏନେଇ ଖୋର୍ଦ୍ଧା,…
ତାଇଓ୍ବାନ୍ରେ ବଡ଼ ଧରଣର ଭୂକମ୍ପ: ଥରିଲା ଅଟ୍ଟାଳିକା
ତାଇପେ,୧୬।୮:ତାଇୱାନର ପୂର୍ବ ସହର ହୁଆଲିଏନ ଠାରୁ ୩୪ କିଲୋମିଟର (୨୧ ମାଇଲ)ରେ ୬.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ପାଣିପାଗ ବିଭାଗ ଅନୁଯାୟୀ, ୨୪ ଘଣ୍ଟାରୁ କମ ସମୟ ମଧ୍ୟରେ ଦ୍ୱୀପକୁ ଏହା ଦ୍ୱିତୀୟ ବଡ଼ ଭୂକମ୍ପ ଥିଲା। ଏପର୍ଯ୍ୟନ୍ତ କୌଣସି…
ଶେଖ ହାସିନାଙ୍କୁ ପୁଣି ବାଂଲାଦେଶ ପଠାଇଦେବ ଭାରତ? ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି
ଢାକା,୧୫।୮: ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମହମ୍ମଦ ତୋହିଦ ହୁସେନ ଗୁରୁବାର ଶେଖ ହାସିନାଙ୍କ ବାଂଲାଦେଶ ଫେରିବାକୁ ନେଇ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାର ଖୁବଶୀଘ୍ର ଶେଖ ହାସିନାଙ୍କ ପ୍ରତ୍ୟର୍ପଣକୁ ନେଇ ନିଷ୍ପତ୍ତି ନେବେ, କାରଣ ତାଙ୍କ ବିରୋଧରେ ମାମଲା…
ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର
ନୂଆଦିଲ୍ଲୀ,୧୫।୮: ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ରହିବେ। ବିସିସିଆଇ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛି। ନଭେମ୍ବର ୨୦୨୧ରୁ ତାଙ୍କର ପ୍ରଥମ ତିନି-ବର୍ଷ ଚୁକ୍ତିନାମା…
ପରଲୋକରେ ଅଗ୍ନି ମିଶାଇଲର ଜନକ
ନୂଆଦିଲ୍ଲୀ,୧୫।୮: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ)ର ଜଣାଶୁଣା ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ନ୍ୟୁଜ ଏଜେନ୍ସି ଏଏନଆଇ ଜଣେ ଡିଆରଡିଓ ଅଧିକାରୀଙ୍କ ବୟାନ ଅନୁଯାୟୀ କହିଛି ଯେ ରାମ ନାରାୟଣ ଅଗ୍ରୱାଲଙ୍କର ଗୁରୁବାର ହାଇଦ୍ରାବାଦରେ ୮୪ବର୍ଷ ବୟସରେ…
‘ବାମ ଆଉ ରାମ’ଙ୍କ କାମ…ମହିଳା ଡାକ୍ତର ବଳାତ୍କାର ଘଟଣାକୁ ନେଇ ଚର୍ଚ୍ଚାରେ ମମତାଙ୍କ ବୟାନ
କୋଲକାତା,୧୫।୮: ପଶ୍ଚିମବଙ୍ଗର ଆରଜି କର ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ମାମଲାରେ ରାଜନୀତି ଚରମ ସୀମାରେ ରହିଛି। ସ୍ବାଧୀନତା ଦିବସ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ରାଜ ଭବନରେ ପହଞ୍ଚିଥିଲେ। କିନ୍ତୁ ଚା ’ପାର୍ଟି ପରେ ସେ…
ନେତା ହେବ ତ କିଶିଦାଙ୍କ ଭଳି…ଶୁଣିଲେ ଜନତାଙ୍କ ସ୍ବର
ଟୋକିଓ,୧୫।୮: ମନ୍ତ୍ରୀ ଏବଂ ବିଧାୟକଙ୍କ କଥା ଛାଡନ୍ତୁ ଏଠାକାର ଲୋକମାନେ କାଉନସିଲର ପଦ ଛାଡିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏପରି ଏକ ଉଦାହରଣ ଦେଇଛନ୍ତି ଯାହା ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ। ମୁଦ୍ରାସ୍ଫୀତିରେ ଜନସାଧାରଣ…
ଅପିଲ ଖାରଜ ହେବା ପରେ ପ୍ରଥମ ପୋଷ୍ଟ ଶେୟାର କଲେ ଭିନେଶ, ଫଟୋ ଦେଖିଲେ ଭାଙ୍ଗିଯିବ ହୃଦୟ
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ପରେ ଭାରତୀୟ ପ୍ରଶଂସକଙ୍କୁ ଏକ ବଡ ଝଟକା ଲାଗିଛି। ଅଯୋଗ୍ୟତା ପରେ ରେସଲର ଭିନେଶ ଫୋଗଟ କୋର୍ଟ ଅଫ ଆର୍ବିଟ୍ରେସନ ଫର ସ୍ପୋର୍ଟସ (ସିଏଏସ) ରେ ଡିସକ୍ୱାଲିଫିକେଶନ ପରେ ଆବେଦନ କରିଥିଲେ। ଭିନେଶଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା।…
ସିଜେଆଇ ଚନ୍ଦ୍ରଚୁଡ଼ କହିଲେ, ବାଂଲାଦେଶରେ ଯାହା ଘଟୁଛି ତାହା ଆମକୁ ମନେପକାଇ ଦେଇଛି…
ନୂଆଦିଲ୍ଲୀ/ଢାକା,୧୫।୮: ଗୁରୁବାର ଧୀନତା ଦିବସ ଅବସରରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡଓ୍ବାଇ ଚନ୍ଦ୍ରଚଡ଼ ଏକ ବଡ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଦିନ ଆମକୁ ସମ୍ବିଧାନର ସମସ୍ତ ମୂଲ୍ୟବୋଧକୁ ହୃଦୟଙ୍ଗମ କରିବାରେ ପରସ୍ପର ତଥା ରାଷ୍ଟ୍ର ପ୍ରତି ଆମର…
ବିକ୍ରି ହେଉଛି ‘ଆଇ ଲଭ ପାକିସ୍ତାନ’ ଲେଖାଥିବା ବେଲୁନ!
କୋଚି,୧୫।୮: କେରଳର କୋଚିରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପାକିସ୍ତାନ ପତାକା ଚିତ୍ର ଥିବା ବେଲୁନ ଏବଂ ପାକିସ୍ତାନକୁ ସମର୍ଥନ କରୁଥିବା ବାର୍ତ୍ତା ବିବାଦୀୟ ବିଷୟ ପାଲଟିଛି। ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ସ୍ଥାନୀୟ ଯୁବକ…
Archives


