Home

ଖେଳାଳିଙ୍କୁ ନିଶାଦ୍ରବ୍ୟ ବିଜ୍ଞାପନ କରିବା ମନା:ସରକାରଙ୍କ କଡ଼ା ଚେତାବନୀ ଜାରି

ନୂଆଦିଲ୍ଲୀ,୨।୮: ଦେଶର କୌଣସି ଖେଳାଳିଙ୍କୁ ମଦ୍ୟପାନ କିମ୍ବା ଧୂମପାନର ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ସ୍ବାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟଲ ବିସିସିଆଇ ଏବଂ ଏସ୍‌ଏଆଇକୁ ଚିଠି ଲେଖି ଖେଳାଳିଙ୍କଠାରୁ ତୁରନ୍ତ ଆଫିଡେଭିଟ ନେବାକୁ କହିଛନ୍ତି। ଏହି ଚିଠିରେ ଗୋୟଲ…

ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଜନ୍ମମାଟି

ଗୋପ,୨ା୮(ଭାରତୀ ଭୂଷଣ ଉପାଧ୍ୟାୟ): କେରଳର ଓ୍ବାୟନାଡ୍‌ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ବାସ…

୧୦,୦୪୧ ରକ୍ତ ନମୁନାରୁ ୨୪୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨ା୮(ବନ୍ଦନା ସେଠୀ): ଚଳିତ ବର୍ଷ ଜୁଲାଇ ୩୦ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ମୋଟ ୧୦ ହଜାର ୪୧ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨୪୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ…

ଖୁବ୍‌ଶୀଘ୍ର ମୋ ଘର ରେଡ୍‌ କରିବ ସିବିଆଇ: କାହିଁକି ଏମିତି ଦାବି କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ା୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ସେ କହିଛନ୍ତି, ଜୁଲାଇ ୨୯ରେ ସଂସଦରେ ଦିଆଯାଇଥିବା ‘ଚକ୍ରଭ୍ୟୁ’ ଭାଷଣ ପରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ଘରେ…

ଲୋପ ପାଇ ଚାଲିଛି କାଡ଼ା ନାଳ

ପଟ୍ଟାମୁଣ୍ଡାଇ,୨ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଚାଷ ବିଳମ୍ବରେ ଆରମ୍ଭ ହୋଇଛି। କେନାଲ ପାଣି ଡେରିରେ ଆସିବା ଓ ବର୍ଷା ପରିମାଣ କମ ହୋଇଥିବାରୁ ଚାଷୀ ହଇରାଣର ସମ୍ମୁଖୀନ ହେଉଥିଲେ। ବିଳମ୍ବରେ କେନାଲ ପାଣି ଆସିଥିଲେ ମଧ୍ୟ…

ମଧ୍ୟାହ୍ନଭୋଜନରେ ଜୋକ

ବାସୁଦେବପୁର,୨ା୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ଜୋକ ବାହାରିଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅଭିଭାବକ ଓ ଗ୍ରାମବାସୀ…

ଆପଣାଇଲା ନାହିଁ ମା’:ଜନ୍ମର ୩ ଦିନରେ ଆଖିବୁଜିଲା ବାଘଛୁଆ

ବାରଙ୍ଗ,୨।୮(ଲିଙ୍ଗରାଜ ରାଉତ):ମା’ ନ ଆପଣେଇବାରୁ କର୍ମଚାରୀଙ୍କ ଯତ୍ନରେ ବଢୁଥିବା ବାଘଛୁଆର ଗୁରୁବାର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଧଳା ବାଘୁଣୀ ମୌସୁମୀ ୩ ଶାବକ ଜନ୍ମ ଦେଇଥିଲା। ସେଥିରୁ ୨ ମୃତ ଶାବକ ଥିଲେ। ହେଲେ ସୁସ୍ଥ ଶାବକକୁ…

ଲୋକ ସଭାରେ ଉଠିଲା ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ

ସୋନପୁର,୨।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଲୋକ ସଭାରେ ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂହଦେଓ। ଜିଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ ଏବଂ ସୁକତେଲ ନଦୀର ବିସ୍ତୀର୍ଣ୍ଣ ଜଳରାଶି ସହ ଏକାଧିକ ଛୋଟ ବଡ…

୩ରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’

ଭୁବନେଶ୍ୱର,୨।୮(ଅସମାପିକା ସାହୁ):ଦୈନିକ ଇଂଲିଶ୍‌ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ପ୍ରତିବର୍ଷ ଆୟୋଜିତ ହେଉଥିବା କୁଇଜର ମହାକୁମ୍ଭ ‘ମେଟଲ ମିଟ୍‌’ ଚଳିତବର୍ଷ ତା’ର ଷଷ୍ଠ ସଂସ୍କରଣ ଆୟୋଜନ କରିବ। ଆସନ୍ତା ୩ ତାରିଖରୁ ଏହା ଆରମ୍ଭ ହେବ। ଭୁବନେଶ୍ୱରସ୍ଥିତ କ୍ରିଷ୍ଟାଲ କ୍ରାଉନ ହୋଟେଲରେ…

ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ, ଟ୍ରାକ୍ଟର ଓଭରଲୋଡିଂ ଅବସ୍ଥାରେ ଚଳାଚଳ ଚାଲିଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିବାରୁ ସେହି ଅଞ୍ଚଳର ରାସ୍ତା ଅବସ୍ଥା…

ଶିଳ୍ପମନ୍ତ୍ରୀଙ୍କ ବଡ଼ ଘୋଷଣା: ୧୫ ହଜାର ଯୁବତୀଯୁବକଙ୍କ ଲାଗି ନିଯୁକ୍ତି ସୁଯୋଗ ହେବ ସୃଷ୍ଟି

ଭୁବନେଶ୍ୱର,୨।୮(ଅନିଲ ଦାସ):ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଡେରାସ ସ୍ଥିତ ସି-ଫୁଡ୍‌ ପାର୍କ ଶିଳ୍ପାଞ୍ଚଳ ଗସ୍ତକରି ଗୁରୁବାର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶିଳ୍ପାଞ୍ଚଳର ବିଭିନ୍ନ ଉଦ୍ୟୋଗ ବୁଲି ଦେଖିବା ସହ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କର…

ଜୁନ୍‌ରେ ୩୪%, ଜୁଲାଇରେ ୩୫% କମ୍‌ ବର୍ଷା

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ରାଜ୍ୟବ୍ୟାପୀ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ କରାଯାଇଥିଲା। ଯାଜପୁର ଜିଲା ସମେତ ଅନ୍ୟ ୫ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri