Posted inଜାତୀୟ

କ୍ୱିକ୍‌ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ

ନୂଆଦିଲ୍ଲୀ,୨୬ା୯:ଗ୍ରୋସେରି କିଣାକିଣି କ୍ଷେତ୍ରରେ ବର୍ତ୍ତମାନ କ୍ୱିକ୍‌ କମର୍ସ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ୩୧% ଅନ୍‌ଲାଇନ୍‌ କ୍ରେତା ଇନ୍‌ଷ୍ଟାଣ୍ଟ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବାବେଳେ ୩୯% ସେମାନଙ୍କ ଟପ୍‌-ଅପ୍‌ ପର୍ଚେଜ୍‌ ପାଇଁ ବ୍ୟବହାର କରୁଛନ୍ତି। ଡେଟା ଆନାଲିଟିକ୍‌ ଫାର୍ମ ନିଲସେନ୍‌ଆଇକ୍ୟୁ ପକ୍ଷରୁ ବୁଧବାର ପ୍ରକାଶିତ ଏକ ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, ଲୁଧିଆନା, ଜୟପୁର, ଅହମଦାବାଦ, ଇନ୍ଦୋର, କୋଏମ୍ବାଟୁର, ପାଟନା ଓ ଭୁବନେଶ୍ୱର ଭଳି ବଡ଼ ସହରର ୪,୫୦୦ ଉପଭୋକ୍ତାଙ୍କୁ ନେଇ କରାଯାଇଥିବା ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ହାଇପରମାର୍କେଟ, ସୁପରମାର୍କେଟ, ଟିଟି ଷ୍ଟୋର ଏବଂ ଅନ୍‌ଲାଇନ୍‌ ଷ୍ଟୋରଗୁଡ଼ିକରୁ ଗ୍ରୋସେରି କିଣୁଥିବା ୧୮ରୁ ୬୫ ବର୍ଷର ଲୋକଙ୍କ ଶପିଂ ଅଭ୍ୟାସକୁ ନେଇ ନିଲସେନ୍‌ଆଇକ୍ୟୁ ପକ୍ଷରୁ ସର୍ବେକ୍ଷଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୨% ଉପଭୋକ୍ତା କ୍ୱିକ୍‌ କମର୍ସ ଜରିଆରେ ରେଡି-ଟୁ-ଇଟ୍‌ ମିଲ୍ସ ଏବଂ ୪୫% ଗ୍ରାହକ ଲୁଣି ସ୍ନାକ୍ସ ଅର୍ଡର କରୁଛନ୍ତି। ସହରୀ ଭାରତୀୟଙ୍କ ମଧ୍ୟରେ ମଲ୍ଟିଚ୍ୟାନେଲ ଶପିଂ ବିହେଭିଅର୍‌ ବୃଦ୍ଧି ପାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଅନେକ କ୍ରେତା ଉଭୟ ଆଧୁନିକ ଟ୍ରେଡ୍‌ ଏବଂ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବା ଏଥିରେ ଦର୍ଶାଯାଇଛି। ସେହିପରି ୨୦% ଅଫ୍‌ଲାଇନ୍‌ ଶପର୍ସ ମଧ୍ୟ ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଅନ୍‌ଲାଇନ୍‌ ଷ୍ଟୋରକୁ ଆସୁଥିବା ଦେଖିବାକୁ ମିଳିଛି। ବିଶେଷକରି ମେଟ୍ରୋପଲିଟାନ୍‌ ସିଟିଗୁଡ଼ିକରେ ଏହି ଟ୍ରେଣ୍ଡ୍‌ ଅଧିକ ପରିଲକ୍ଷିତ ହୋଇଛି। ଫାଷ୍ଟ-ମୁଭିଂ କଞ୍ଜୁମର ଗୁଡ୍ସ (ଏଫ୍‌ଏମ୍‌ସିଜି) ସେକ୍ଟରରେ ରିଟେଲ ବ୍ୟବସାୟ ବଢ଼ୁଥିବାବେଳେ ଦିନକୁ ଦିନ ଗ୍ରାହକମାନେ ଏଥିପ୍ରତି ବେଶି ଆକର୍ଷିତ ହେଉଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri