ଚାଓମିନ ଚଟ୍ନୀ ଖାଇବାରୁ ଅକାମୀ ହେଲା ଶିଶୁଙ୍କ ଫୁସ୍ଫୁସ୍
ଯମୁନାନଗର,୨୪।୬: ଯଦି ଆପଣ ଚାଓମିନ ଖାଇବାକୁ ପସନ୍ଦ କରୁଛନ୍ତି ତାହେଲେ ହୋଇଯାଆନ୍ତୁ ସାବଧାନ୍। ହରିୟାଣାର ଯମୁନାନଗରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଚାଓମିନ ଖାଇବା ପୂର୍ବରୁ ଥରେ ଭାବିବାକୁ ବାଧ୍ୟ ହୋଇଯିବେ। ଯମୁନାନଗରରେ ରାସ୍ତା ନିକଟରେ…
ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍ ପାଣି; ୧୧ ପଡ଼ିଛି ଶୁଖିଲା
ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା ମୌସୁମୀ ପ୍ରଭାବରେ ଉତ୍ତରପ୍ରଦେଶ, ମଧ୍ୟ ମହାରାଷ୍ଟ୍ର,…
କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ
ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା ଦଳ ସେକ୍ୟୁଲାର(ଜେଡିଏସ୍) ସହ ମେଣ୍ଟକୁ ଦାୟୀ କରୁଛି। ବିରପ୍ପା ମୋଇଲିଙ୍କ ପରେ କେ ଏଚ୍…
ସଂସଦରେ ଆଗତ ହେଲା ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍
ନୂଆଦିଲ୍ଲୀ,୨୪।୬: ସଂସଦରେ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ୍ ସମେତ ଆଧାର ସଂଶୋଧନ ତଥା ଅନ୍ୟ ବିଲ୍ ଆଗତ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପକ୍ଷରୁ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବିଲ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡୀ ଆଗତ କରିଥିଲେ। ସେହିପରି ଆଧାର…
ନିଜକୁ ଫିଟ୍ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି
ସାଉଥାମ୍ପଟନ୍, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳୁଥିବା ସାମି ବିଶ୍ୱକପରେ ଦ୍ୱିତୀୟ ଭାରତୀୟ ଭାବେ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ଗତ…
ବକ୍ସ ଅଫିିସ୍ରେ କମାଲ୍ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି
ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦ କୋଟି ଟଙ୍କା ଆୟ କରିସାରିଥିବା ବେଳେ ଶନିବାର ୨୩ କୋଟି ଓ ରବିବାର ଛୁଟିରେ…
ବାଲାକୋଟ୍ ଷ୍ଟ୍ରାଇକ୍ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା
ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍ ମାର୍ଶାଲ ବି.ଏସ୍. ଧନୋଓ୍ବା ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନା ସୀମାରେ ଥିବା ଆତଙ୍କବାଦୀ ଶିବିର…
ମହିଳା ଜାତୀୟ ବକ୍ସିଂ ଖେଳାଳିଙ୍କ ପାଇଁ ବର ଖୋଜୁଥିଲେ ମା’: ଲିଙ୍ଗ ପରିବର୍ତ୍ତନ କରି ଘରକୁ ଫେରିଲେ ଝିଅ
ଲକ୍ଷ୍ନୌ, ୨୪।୬: ଉତ୍ତର ପ୍ରଦେଶର କାନପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳା ଜାତୀୟ ବକ୍ସିଂ ଖେଳାଳି ପ୍ରିୟଙ୍କା ପାଲ୍ ଲିଙ୍ଗ ପରିବର୍ତ୍ତନ କରି ପୁଅ ବେଶରେ ଘରକୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବାକୁ ତାଙ୍କ ମା’…
ଭାଙ୍ଗିବ ଚନ୍ଦ୍ରାବାବୁଙ୍କ ବିଳାସମୟ କୋଠା: ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦେଲେ ନିର୍ଦ୍ଦେଶ
ହାଇଦ୍ରାବାଦ,୨୪।୬: ଆନ୍ଧ୍ରପ୍ରଦେଶ ଅମରାବତୀରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ବାସଭବନ ‘ପ୍ରଜା ବେଦିକା’ ଏବେ ଭାଙ୍ଗିବାକୁ ଯାଉଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ ମୋହନ ରେଡ୍ଡୀ। ମଙ୍ଗଳବାରଠାରୁ ଏହି କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ…
କାରଗୀଲ୍ ବିଜୟ ଦିବସକୁ ପୂରିଲା ୨୦ ବର୍ଷ: ମିରାଜ୍ ଯୁଦ୍ଧ ବିମାନର ପ୍ରଦର୍ଶନ କଲା ଭାରତୀୟ ବାୟୁସେନା
ଗ୍ବାଲିୟର,୨୪।୬: କାରଗୀଲ୍ ବିଜୟ ଦିବସକୁ ସୋମବାର ୨୦ ବର୍ଷ ପୂରିଛି। ଏହି ଅବସରରେ ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଭାରତୀୟ ବାୟୁସେନାର ମହାରାଜପୁର ଏୟାରବେସ୍ଠାରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ମିରାଜ୍ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ମିଗ୍ ଓ ସୁଖୋଇ ଯୁଦ୍ଧ…
ଯନ୍ତ୍ରୀଙ୍କୁ ଉଠବସ କରିବା ଘଟଣା ମହଙ୍ଗା ପଡ଼ିଲା : ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର
ବଲାଙ୍ଗୀର ଅଫିସ,୨୪ା୬: ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ କରିବା ଘଟଣା ପାଟଣାଗଡ଼ ବିଧାୟକଙ୍କୁ ମହଙ୍ଗା ପଡ଼ିଛି। ଏହି ଦବଙ୍ଗଗିିରି ପାଇଁ ବିଧାୟକ ସରୋଜ ମେହେରଙ୍କୁ ସୋମବାର ପୋଲିସ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ…
ତାମିଲନାଡୁ ଜଳ ସଙ୍କଟକୁ ନେଇ ସରକାରଙ୍କ ବିରୋଧରେ ଡିଏମ୍କେର ପ୍ରଦର୍ଶନ
ଚେନ୍ନାଇ,୨୪।୬: ତାମିଲନାଡୁ ଏବେ ଉତ୍କଟ ଜଳ ସମସ୍ୟାର ସମ୍ନା କରୁଛି। ସବୁଠାରୁ ବେଶୀ ଜଳ ସଙ୍କଟର ସାମ୍ନା କରୁଛନ୍ତି ଚେନ୍ନାଇବାସୀ। ଏହି ସମସ୍ୟାକୁ ନେଇ ଦ୍ରାଭିଡ ମୁନେତ୍ର କଡଗମ(ଡିଏମ୍କେ)ର ନେତା ଓ କର୍ମୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥିରେ…

