Home

ମାଟିତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ହାଟଡିହୀ, ୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଗ୍ରାମରେ ପ୍ରଦୀପ ମଲିକଙ୍କ ଘର ବାଡିରୁ କିଛି ଦିନ ତଳେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ମାଟିତଳୁ ଉଦ୍ଧାର କରିଥିଲା। ମୃତଦେହ ପ୍ରଦୀପଙ୍କ ସ୍ତ୍ରୀ ମଧୁସ୍ମିତା ନାୟକଙ୍କର…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା: ସପ୍ତାହେ ହେଲା କାଲିଗାଡ଼ୁ-ସୁଗଡ଼ବାଡ଼ି ମଧ୍ୟରେ ଯାତାୟାତ ବନ୍ଦ, ବିପଦସଙ୍କୁଳ ଭାବେ ନାଳ ପାର ହେଉଛନ୍ତି ଛାତ୍ରୀଛାତ୍ର

ରାଇକିଆ, ୧୪।୮(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ବ୍ଲକ କାଲିଗାଡୁ-ସୁଗଡବାଡି ରାସ୍ତାରେ ଏକ ସପ୍ତାହ ହେଲା ଯାତାୟାତ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ କାଲିଗାଡୁ ନାଳରେ ପ୍ରବଳ ବର୍ଷା ପାଣି ପ୍ରବାହିତ ହେବା ଫଳରେ ସେଠାରେ ଥିବା ନିର୍ମାଣଧୀନ ପୋଲର ଉଭୟ…

ଜମ୍ମୁରୁ ହଟିଲା ୧୪୪ ଧାରା: କଶ୍ମୀରରେ ରହିବ ଜାରି; ସୂଚନା ଦେଲେ ଏଡିଜି

ଶ୍ରୀନଗର,୧୪।୮: ଜମ୍ମୁରୁ ୧୪୪ ଧାରା ସହିତ ଅନ୍ୟ ପ୍ରତିବନ୍ଧକ ହଟାଇ ନିଆଯାଇଛି। ତେବେ କଶ୍ମୀରରେ ଏହା ପୂର୍ବବତ୍‌ ଜାରି ରହିବ। ସ୍ଥିିତିରେ ସୁଧାର ହେଲେ କିଛି ଦିନ ମଧ୍ୟରେ କଶ୍ମୀରରୁ ମଧ୍ୟ ସମସ୍ତ ପ୍ରତିବନ୍ଧକ ହଟାଇ ନିଆଯିବ ବୋଲି ଏଡିଜି ମୁନୀର…

ଦେଶବାସୀଙ୍କୁ ସଚିନଙ୍କ ନିବେଦନ, ଦୟାକରି ସାହାଯ୍ୟ କରନ୍ତୁ

ମୁମ୍ବାଇ, ୧୪।୮: ଦେଶବାସୀ ଏବଂ ନିଜ ଫ୍ୟାନ୍‌ମାନଙ୍କୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ଯୋଗାଇଦେବା ପାଇଁ ଅପିଲ୍‌ କରିଛନ୍ତି। ଟୁଇଟରେ ସଚିନ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ତାଣ୍ଡବରେ ଅନେକ ଲୋକଙ୍କ ଜୀବନ ଯାଇଛି। ବନ୍ୟା ଜଳ କିଛିଟା ହ୍ରାସ ହେବାରୁ…

ପାକିସ୍ତାନ ରାଷ୍ଟ୍ରପତି ଦେଖାଇଲେ ନାଲିଆଖି: କହିଲେ ଯୁଦ୍ଧ ହେଲେ ଜେହାଦ୍‌ରେ ଦିଆଯିବ ଉତ୍ତର

ଇସଲାମାବାଦ୍‌,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ପାକିସ୍ତାନର ଅବସ୍ଥା ଭୋକ ବିକଳରେ ତାଟିଆ କାମୁଡ଼ା ଭଳି ହୋଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିଭିନ୍ନ ବିବାଦୀୟ ମନ୍ତବ୍ୟ ଦେଇଥିବାବେଳେ ଏବେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଅଲଓ୍ବୀ ଭାରତକୁ ନାଲି ଆଖି ଦେଖାଇଛନ୍ତି।…

ପାନୀୟ ଜଳସଙ୍କଟ: ୧୫୦ ଛାତ୍ରୀଙ୍କ କେଶ କଟାଇଲେ ପ୍ରିନ୍ସିପଲ୍‌

ମେଡକ, ୧୪।୮: ପାନୀୟ ଜଳସଙ୍କଟ ଯୋଗୁ ତେଲେଙ୍ଗାନାର ଏକ ସରକାରୀ ସ୍କୁଲରେ ୧୫୦ ଛାତ୍ରୀଙ୍କ କେଶ କଟା ଯାଇଛି। ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ପିଇବା ପାଣିର ଘୋର ଅଭାବ ଦେଖାଦେଇଥିବାରୁ ପ୍ରିନ୍ସିପଲ୍‌ କେ.କରୁଣା ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅଭିଯୋଗ ହୋଇଛି।…

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି

ଫରିଦାବାଦ୍‌,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍‌ ପୋଲିସ୍‌(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ସେ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ଜଣାପଡିନାହିଁ। ସୂନଚାଯୋଗ୍ୟ, ବିକ୍ରମ…

ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ ଅବସରରେ ପାକିସ୍ତାନରେ ଜନ୍ମିତ ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଖୀ ବାନ୍ଧିବା…

ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର

ନୂଆଦିଲ୍ଲୀ,୧୪।୮: ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନୀତ କରାଯିବ। ଏହା ଭାରତର ତୃତୀୟ ସମ୍ମାନ ଜନକ ମେଡାଲ। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଗୋଟିଏ ଦିନ ପରେ ଅଭିନନ୍ଦନ ପାକିସ୍ତାନ ସମ୍ମୁଖରେ ପ୍ରଦର୍ଶନ କରିଥିବା ନିଜର ବୀରତ୍ୱ ପାଇଁ…

ଶାହଙ୍କ ନେତୃତ୍ୱରେ ଭାଜପା ଲଢ଼ିବ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ

ନୂଆଦିଲ୍ଲୀ,୧୪।୮: ଚଳିତ ବର୍ଷ ଶେଷରେ ଝାଡ଼ଖଣ୍ଡ,ମହାରାଷ୍ଟ୍ର ଓ ହରିୟାଣା ଆଦି ୩ ରାଜ୍ୟର ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଭାଜପା ନିର୍ବାଚନ ଲଢ଼ିବାର ଯୋଜନା ପ୍ରସ୍ତୁତ କରିଛି। ଏହି ରାଜ୍ୟ ଗୁଡ଼ିକ ଭାଜପା…

ବାଂଶୁରୀ ଭାଜପାରେ ଯୋଗଦେବା ନେଇ ମୋଦି ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୪।୮: ସୁଷମା ସ୍ବରାଜଙ୍କ ପୁତ୍ରୀ ବାଂଶୁରୀ କୌଶଲ ଭାଜପାରେ ଯୋଗଦେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ସୁଷମାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ମୋଦି କହିଛନ୍ତି ଯେ, ବାଂଶୁରୀ ହେଉଛନ୍ତି ସୁଷମାଙ୍କ ପ୍ରତିଛବି। ସୁଷମାଙ୍କ ଅନୁପସ୍ଥିତିରେ ମୋଦି ବାଂଶୁରୀଙ୍କ କାର୍ଯ୍ୟକୁ…

ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଥିଲା। ଏହି ସମୟରେ ଆଇଏଏସ୍‌ ଅଫିସର ମହମ୍ମଦ ସିଦ୍ଦିକ୍‌ ଆଲାମଙ୍କ ସ୍ଥାନରେ ବୋଥ୍ରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?