ଇସ୍‌…କି…ସ୍ମାର୍ଟ ସିଟି

ଭୁବନେଶ୍ୱର, ୫|୯ (ବ୍ୟୁରୋ) – ଶନିବାର ସ୍ବାୟତ୍ତଶାସନ ଦିବସ ପାଳନ କରିଛି ବିଏମ୍‌ସି। ଭୁବନେଶ୍ୱରକୁ ସ୍ବଚ୍ଛ, ସୁନ୍ଦର ଓ ସବୁଜିମାଭରା ସହର କରିବା ଉପରେ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି। ହେଲେ ବାସ୍ତବତା କ’ଣ ସହରର ରାସ୍ତାପାର୍ଶ୍ୱରୁ ବାରିହୋଇପଡୁଛି। କେଉଁଠି ରାସ୍ତା ମଝିରେ ଡଷ୍ଟବିନ୍‌ ପଡ଼ିଛି ତ କେଉଁଠି ମାସ ମାସ ଧରି ଡ୍ରେନରୁ ପଙ୍କ ଓ ପାଣି ଉଚ୍ଛୁଳି ରାସ୍ତାରେ ମାଡୁଛି। ପରିବେଶ ପ୍ରଦୂଷଣ ସହ ସ୍ମାର୍ଟସିଟିର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ସ୍ମାର୍ଟସିଟିବାସୀ ନାକଟେକୁଥିବାବେଳେ ସହରକୁ ବାହାରୁ ଆସୁଥିଲେ ଲୋକେ ଓ ପର୍ଯ୍ୟଟକମାନେ ଭିନ୍ନ ଭାବନା ନେଇ ଫେରୁଛନ୍ତି। ହେଲେ ବିଏମ୍‌ସିର ଅଧିକାରୀମାନେ ଏନେଇ ଅବଗତ ନ ଥିବା ବାରମ୍ବାର କହି ଅଣଦେଖା କରୁଛନ୍ତି। ରସୁଲଗଡ଼ ଛକଠାରୁ ମାତ୍ର ୨୫୦ ମିଟର ଦୂର କଟକରୋଡ୍‌ର ଶିଳ୍ପାଞ୍ଚଳ ପ୍ରବେଶ ପଥ ନିକଟରେ ରାସ୍ତା କଡ଼ରେ ମାସମାସ ଧରି ଡ୍ରେନର ପଚା ପାଣି ଓ ଆବର୍ଜନା ଜମି ରହିବା ସହ ରାସ୍ତାରେ ଶିଉଳି ଲାଗିଯାଇଛି। ଏହାପାଖରେ ବ୍ୟବସାୟୀମାନେ ଷ୍ଟଲ୍‌ ଓ ଭ୍ରାମ୍ୟମାଣ ଗାଡ଼ିରେ ଫାଷ୍ଟଫୁଡ୍‌ ସହ ଗୁପ୍‌ଚୁପ୍‌, ଆଇସ୍‌କ୍ରିମ୍‌, ମକା ଆଦି ବିକ୍ରି କରୁଛନ୍ତି। ନିକଟରେ କ୍ୟାବିନ୍‌ରେ ମଧ୍ୟ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଛି। ବିକଳ୍ପ ନ ଥିବାରୁ ଲୋକେ ଦୁର୍ଗନ୍ଧ ଓ ଆବର୍ଜନାପୂର୍ଣ୍ଣ ପରିବେଶରେ ସେଠାରେ ଠିଆ ହୋଇ ଖାଉଥିବାବେଳେ ଆଉ କିଏ ଅସନ୍ତୋଷ ପ୍ରକାଶ କରି ଫେରିଯାଉଛନ୍ତି। ନିକଟରେ ଏସ୍‌ପ୍ଲାନେଡ୍‌ ମଲ ସହ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ୍‌ ଆଦି ରହିଛି। ମୁଖ୍ୟ ରାସ୍ତା ହୋଇଥିବାରୁ ସେହିବାଟଦେଇ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଯିବାଆସିବା କରୁଛନ୍ତି। ଏପରି ଅବସ୍ଥା ଦେଖି ସେମାନେ ସ୍ମାର୍ଟସିଟିକୁ କଟାକ୍ଷ କରୁଛନ୍ତି। ୧୫ଦିନ ତଳେ ଏ ସଂକ୍ରାନ୍ତରେ ବିଏମ୍‌ସିର ଅତିରିକ୍ତ କମିଶନର ସୁରଥଚନ୍ଦ୍ର ମଲ୍ଲିକଙ୍କୁ ଅବଗତ କରାଯିବା ସହ ‘ଧରିତ୍ରୀ’ରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏନେଇ ଅବଗତ ନ ଥିବା ତୁରନ୍ତ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ମଲ୍ଲିକ କହିଥିଲେ। ହେଲେ ଏଯାବତ୍‌ ଏହାର ସମାଧାନ ହୋଇପାରିନାହିଁ। ଓ୍ବାର୍ଡ ନଂ. ୩୧ରେ ରହିଥିବା ଉକ୍ତ ସ୍ଥାନଟିର ସଫେଇ ଦାୟିତ୍ୱ ଠିକା ସଂସ୍ଥା ଜାଗୃତି ନେଇଛି। ଏହାର ଅଧିକାରୀ ବନ୍ଦିତା ଆଚାର୍ଯ୍ୟ କୁହନ୍ତି, ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ ମରାମତି କରୁନି। ଲୋକେ ଆମକୁ ଦୋଷ ଦେଉଛନ୍ତି। ଏନେଇ ଡ୍ରେନେଜ ବିଭାଗ ସହ ଯୋଗାଯୋଗ ହୋଇପାରି ନ ଥିବାବେଳେ କିପରି ଏହି ସମସ୍ୟା ଦୂର ହେବ ତାହା ବିଏମ୍‌ସିର ଦାୟିତ୍ୱ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri