ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ
ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ ବାଣ୍ଟୁଥିବାର ଦେଖିବାକୁ ମିଳିଛି। ସିନ୍ଧ୍ ପ୍ରାନ୍ତ ଅଞ୍ଚଳରେ ଏହି ବ୍ୟକ୍ତି ଜଣଙ୍କ ଇସ୍ଲାମିକ ଧର୍ମଗୁରୁ…
ପାଟକୁରା ଫଳାଫଳ: ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ୧୧୭୯୧ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଜାରିରହିଛି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୧୭୯୧ ଭୋଟରେ ଆଗରେ ରହିଛି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୪୨୦୩୭ ଖଣ୍ଡ ଭୋଟ ପାଇଥିବା ବେଳେ…
କର୍ନାଟକରେ ଅପରେଶନ୍ ଲୋଟସ୍ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !
ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍ ଲୋଟସ୍ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର ଉପରେ ନଜର ପକାଇବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏନେଇ…
ଶେଷରେ ମାନିଲା ପାକିସ୍ତାନ: ପୁଲଓ୍ବାମା ଆକ୍ରମଣରେ ରହିଛି ଜୈଶ୍ର ହାତ
ଇସଲମାବାଦ, ୨୪।୭: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଅଛି ବୋଳି ସ୍ବୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସ୍ବୀକାର କଲେ ସୁଦ୍ଧା ଇମ୍ରାନ ଏବ ବିବାଦୀୟ ବୟାନ ଦେଇଛନ୍ତି। ଏହି ଆକ୍ରମଣରେ…
ପାଟକୁରା ନିର୍ବାଚନ ଫଳାଫଳ: ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ବାଲ ଆଗରେ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲ ୩୬୬୧୨ ଖଣ୍ଡ ଭୋଟ ପାଇ ଆଗୁଆ ଅଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ବିଜୟ ମହାପାତ୍ର ୨୬୦୮୦…
ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ
ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍ ଖାଦ୍ୟ ନଷ୍ଟ ହେଉଛି। ଭାରତରେ ପ୍ରତି ବ୍ୟକ୍ତି ବର୍ଷରେ ୫୧ କିଲୋଗ୍ରାମ୍ ଖାଦ୍ୟ ପଦାର୍ଥ ନଷ୍ଟ…
ପାଟକୁରା ନିର୍ବାଚନ ଫଳାଫଳ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୬୩୩୭ ଭୋଟରେ ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୬୩୩୭ ଖଣ୍ଡ ଭୋଟରେ…
ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ
କେନ୍ଦୁଝର, ୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭାଜପା (ଭୂୟାଁ ଓ ଜୁଆଙ୍ଗ ପିଢ଼) ରେଞ୍ଚ ଫୁଲଝର ପଞ୍ଚାୟତ ଶଙ୍କରୀ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ବୁଧବାର ଭୋରରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିନଦ ଦେହୁରୀ। ମଙ୍ଗଳବାର ବିଳମ୍ବିତ…
ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ
କେନ୍ଦ୍ରାପଡ଼ା ଅଫିସ, ୨୪।୭: ଗତ ସାଧାରଣ ନିର୍ବାଚନରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନର ଭୋଟ ଗ୍ରହଣ ଗତ ୨୦ ତାରିଖରେ ହୋଇଥିଲା। କେନ୍ଦ୍ରାପଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ପରିସରରେ ବୁଧବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମ…
ଛତ୍ରବଜାର କମ୍ପୋଷ୍ଟ ପ୍ଲାଣ୍ଟରେ ପ୍ରସ୍ତୁତ ହେବ ଜୈବିକ ଖତ
କଟକ ଅଫିସ,୨୪ା୭: କଟକ ମହାନଗର ନିଗମ (ସିଏମ୍ସି)ରେ ଦିନକୁଦିନ ଆବର୍ଜନା ବଢିବାରେ ଲାଗିଛି। ଯାହାଫଳରେ ପରିବେଶ ପ୍ରଦୂଷିତ ହେଉଛି। ଏହା ସିଏମ୍ସିର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅନ୍ୟପକ୍ଷେ ସହରରେ କୁଢ କୁଢ ଆବର୍ଜନା ଗଦା ନ କରିବାକୁ ଏନ୍ଜିଟି ପକ୍ଷରୁ ନିର୍ଦ୍ଦେଶ…
ଏସ୍ସିଏସ୍ କଲେଜ: ଏମ୍ଫିଲ୍ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍ସିଏସ୍)ରେ ଏମ୍ଫିଲ୍ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇପାରୁ ନାହିଁ। ସେହିପରି ଦ୍ୱିତୀୟ…
ଏନ୍ଆର୍ସି ସମୟସୀମା ଅଗଷ୍ଟ ୩୧ ଯାଏ ବଢ଼ିଲା
ନୂଆଦିଲ୍ଲୀ,୨୪ା୭(ପି.ଟି.): ଆସାମରେ ଜାତୀୟ ନାଗରିକ ପଞ୍ଜିକା(ଏନ୍ଆର୍ସି)ର ଚୂଡ଼ାନ୍ତ ସମୟ ସୀମା ସୁପ୍ରିମକୋର୍ଟ ମଙ୍ଗଳବାର ଜୁଲାଇ ୩୧ରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହ ୨୦% ସାମ୍ପଲର ପୁନଃ ଯାଞ୍ଚ ଲାଗି ହୋଇଥିବା ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ଏନ୍ଆର୍ସିରେ…
Archives


