ପେଟଯନ୍ତ୍ରଣା ପାଇଁ ଆସିଥିବା ରୋଗୀଙ୍କୁ ଡାକ୍ତରଙ୍କ କଣ୍ଡୋମ୍ ମେଡିସିନ୍
ରାଞ୍ଚତ୍,୨୮।୭: ଝାଡ଼ଖଣ୍ଡର ଏକ ସରକାରୀ ଡାକ୍ତରଖାନାରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି। ଏଠାକୁ ଜଣେ ମହିଳା ପେଟଯନ୍ତ୍ରଣା ଲାଘବ ପାଇଁ ଆସିଥିବାବେଳେ ଡାକ୍ତର ପ୍ରେସ୍କ୍ରିପ୍ସନରେ କଣ୍ଡୋମ ଲେଖି ଦେଇଥିଲେ। ସୂଚନାଯୋଗ୍ୟ, ମହିଳାଙ୍କ ଅସହ୍ୟ ପେଟଯନ୍ତ୍ରଣା ହେଉଥିବାରୁ ସେ ପଶ୍ଚିମ ସିଂହଭୂମ ଜିଲାରେ…
ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ ୨ ହଜାର ମହିଳା ଏବଂ ପୁରୁଷଙ୍କୁ ସାମିଲ୍ କରାଯାଇଥିଲା। ଜଣାପଡିଥିଲା ମହିଳାଙ୍କ ତୁଳନାରେ ପୁରୁଷମାନଙ୍କ…
ମେଘାଳୟ ବାଚସ୍ପତିଙ୍କ ପରଲୋକ
ଗୁରୁଗ୍ରାମ, ୨୮।୭: ମେଘାଳୟ ବାଚସ୍ପତି ଡନ୍କୁପାର ରାୟଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ଗୁରୁଗ୍ରାମର ମେନ୍ଦାତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ୧୯୫୪ ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିବା ଡନ୍କୁପାର୍ ମେଘାଳୟର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୟୁନାଇଟେଡ୍ ଡେମୋକ୍ରାଟିକ ପାର୍ଟିର…
ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍
ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ ଧୋଇବା ବସିବା ଲାଗି ମ୍ୟାଟ ବ୍ୟବସ୍ଥା ବି କରାଯାଇଛି। ଏହାକୁ ଟୋକିଓ ସ୍ପୋର୍ଷ୍ଟ ଆଣ୍ଡ୍…
ଉତ୍ତପ୍ତ ଜଳବାୟୁ ଆତ୍ମହତ୍ୟା ବୃଦ୍ଧିର କାରଣ
ନ୍ୟୁୟର୍କ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯେ କେବଳ ଅର୍ଥନୀତିକୁ ପ୍ରଭାବିତ କରିଛି ତାହା ନୁହେଁ, ଏହା ବି ଆତ୍ମହତ୍ୟା ବୃଦ୍ଧିର ଏକ କାରଣ ବୋଲି ଗବେଷଣାରୁ ଜଣାପଡିଛି। ଏହି ତଥ୍ୟ ନେଚର କ୍ଲାଇମେଟ୍ ଚେଞ୍ଜ ଜର୍ନାଲରେ ପ୍ରକାଶ ପାଇଛି। ଏବେ ଯେଭଳି…
ରାସ୍ତାପାର୍ଶ୍ୱରୁ ଗଛକଟା ନେଇ ଉତ୍ତେଜନା
ହିଞ୍ଜିଳିକାଟୁ,୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ସେତୁ ନିକଟ ୫୯ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ବେନିୟମ ଭାବେ ଗଛ କାଟିବା ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଛି। ନିକଟବର୍ତ୍ତୀ ଗ୍ରାମର କିଛି ମହିଳା ରାସ୍ତାପାର୍ଶ୍ୱରେ ଥିବା ଗଛଗୁଡ଼ିକୁ ଜାଳେଣି ସଂଗ୍ରହ…
କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର କୋର୍ଟ, ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ
ଭବାନୀପାଟଣା,୨୮।୭(ଡି.ଏନ୍.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ପ୍ରାୟ ୧୦ ବର୍ଷ ଧରି ଆନ୍ଦୋଳନ ଚଳାଇ ଆସିଛି । ପ୍ରତି ମାସର ଶେଷ ସୋମବାର କଳାହାଣ୍ଡି ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇ…
ବିରାଟଙ୍କ କବାଡି ଟିମ୍
ନୂଆଦିଲ୍ଲୀ, ୨୮।୭: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ ଛାଡି ଏବେ କବାଡି ଖେଳ ପ୍ରତି ମନବଳାଇଛନ୍ତି। ଶନିବାର ପ୍ରୋ କବାଡି ଲିଗ୍ର ଏକ ମ୍ୟାଚ୍ ଦେଖିବାକୁ ଯାଇଥିବା ବିରାଟ ମ୍ୟାଚ୍ ପରେ ଭାରତୀୟ କ୍ରିକେଟ ଦଳର କିଛି…
ସିଗାରେଟ୍ ଟଣାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଅଭିଯୁକ୍ତ ଫେରାର
ଯୋଡ଼ା,୨୮।୭(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ହୁଡ଼ିସାହିଠାରେ ସିଗାରେଟ୍ ଟଣାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଶନିବାର ରାତିରେ ହୁଡ଼ିସାହିର ପ୍ରଶାନ୍ତ କୁମାର ଦାସ ତାଙ୍କ ପିଉସୀ ସାଇବଣୀ ମହାକୁଡ଼ଙ୍କ ଗ୍ରୋସରୀ ଦୋକାନରେ ବସିଥିଲେ। ଏହି ସମୟରେ…
ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧କୋଟି ୧୦ ଲକ୍ଷ ୮୬ ହଜାର…
ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ: ଶଶି ଥରୁର
ନୂଆଦିଲ୍ଲୀ,୨୮।୭: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ ଅଧ୍ୟକ୍ଷ ହେବାର ଉପଯୁକ୍ତ ପ୍ରାର୍ଥୀ ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଏବେ ଦଳ ଯେଉଁ ପରିସ୍ଥିତି ଦେଇ…
ହନିମୁନ୍ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ
ହନିମୁନ୍ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍ ଏବଂ ତାଙ୍କ ସ୍ତ୍ରୀ ଏକ୍ମୀ ହନିମୁନ୍ ପାଇଁ କ୍ୟାରିବିୟାଇ ସାଗରସ୍ଥିତ ମାଉଣ୍ଟ ଲିୟମାଇଗା ପର୍ବତର ସେଣ୍ଟ କିଟ୍ସର ଏକ ଛୋଟ ସ୍ଥାନକୁ…
Archives


