ଏବେ ଇନ୍ସୁରାନ୍ସ, ପଲ୍ୟୁସନ ଯାଞ୍ଚ ହେଉନାହିଁ: ପୋଲିସ କମିଶନର
ଭୁବନେଶ୍ୱର,୭।୯(ବ୍ୟୁରୋ): ଏବେ ଇନ୍ସୁରାନ୍ସ ଏବଂ ପଲ୍ୟୁସନ ଯାଞ୍ଚ ହେଉନାହିଁ। କେବଳ ୫ଟି ଗଫଲତି ଦେଖି ଜରିମାନା ଆଦାୟ ହେଉଛି। ବାଇକ୍ରେ ୩ଜଣଙ୍କୁ ନେଲେ, ହେଲ୍ମେଟ ପିନ୍ଧି ନ ଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ, ମୋବାଇଲରେ ଗପୁଥିଲେ, ରାସ୍ତାର ଭୁଲ ସାଇଡ୍ରେ…
ନାଳରେ ଭାସି ଯାଇଥିଲେ ବୃଦ୍ଧା : ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
ଝରିଗାଁ,୭।୯(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଏକମ୍ବା ଗ୍ରାମର ଜଣେ ବୃଦ୍ଧା ନାଳ ପାରି ହେବା ସମୟରେ ଭାସି ଯାଇଥିଲେ। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଏକମ୍ବା ଗ୍ରାମର ସନମତି ଗୌଡ଼(୬୫) ଏବଂ ତାଙ୍କ ଦୁଇ ସମ୍ପର୍କୀୟ ସତାଇ…
ଭାରତର ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ କଲା ପାକିସ୍ତାନ
ନୂଆଦିଲ୍ଲୀ,୭।୯: ପାକିସ୍ତାନ ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି। ପାକ୍ ବୈଦେଶିକମନ୍ତ୍ରୀ ଏମ୍ଏସ୍ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ…
ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ
ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ଶନିବାର ପର୍ଦ୍ଦାଫାସ ହୋଇଛି। ପୋଲିସ ଏହି ଘଟଣାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।…
ଗାଡ଼ି ଯାଞ୍ଚ ନାଁରେ ଚାନ୍ଦା ଆଦାୟ, ପୋଲିସ ଏଏସ୍ଆଇ ନିଲମ୍ବିତ
ବ୍ରହ୍ମପୁର ଅଫିସ, ୭।୯: ଟ୍ରାଫିକ ନିୟମ ଅନୁସାରେ ପୋଲିସ ଯାନବାହନଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଛି। ହେଲେ ଗାଡ଼ି ଯାଞ୍ଚ ନା’ରେ ଚାନ୍ଦା ଆଦାୟ କରିବା ଏବେ ଜଣେ ଟ୍ରାଫିକ ଏଏସ୍ଆଇଙ୍କୁ ମହଙ୍ଗା ପଡିଛି। ଏ ନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର…
ଏସ୍ସିବିରେ ଜଗା-କାଳିଆ
କଟକ ଅଫିସ,୭।୯: ଏସ୍ସିବିରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଶନିବାର ଅପରାହ୍ନରେ ରାଜଧାନୀ ଏକ୍ସପ୍ରେସ୍ ଯୋଗେ କଟକ ଷ୍ଟେଶନରେ ପହଞ୍ଚିବା ପରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏସ୍ସିବିକୁ ନିଆଯାଉଛି। ସେଠାରେ ତାଙ୍କର ଆଗାମୀ ଚିକିତ୍ସା ଚାଲିବ। ସୂଚନାଯୋଗ୍ୟ, କନ୍ଧମାଳର ଯୋଡ଼ାମୁଣ୍ଡ…
ଲଗାଣବର୍ଷା : ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ, ଘରେ ପଶିଲା ପାଣି
ଆନନ୍ଦପୁର,୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହାର ଆଖପାଖରେ ଲଗାଣବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ଲୋକଙ୍କ ଘରେ ପାଣି ପଶିଯାଇଛି। ଶୁକ୍ରବାର ରାତିରୁ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିଥିଲା। ଫଳରେ ଆନନ୍ଦପୁର କଚେରୀଠାରେ ନବ ନିର୍ମିତ…
ରଣକ୍ଷେତ୍ର ପାଲଟିଲା ରାଜମହଲ ଛକ: ପୋଲିସ-ଜନତା ମୁହାଁମୁହିଁ; ଲାଠିଚାର୍ଜ
ଭୁବନେଶ୍ୱର,୭।୯(ବ୍ୟୁରୋ): ରଣକ୍ଷେତ୍ର ପାଲଟିଛି ସ୍ଥାନୀୟ ରାଜମହଲ ଛକ। ନୂଆ ମୋଟର ଯାନ ନିୟମକୁ ବିରୋଧ ସହ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ତାତିଛନ୍ତି ଲୋକେ। ପୋଲିସ ଗାଡ଼ି ସମେତ ବିଏମ୍ସି ଗାଡ଼ି ଓ ମୋ’ ବସ୍କୁ ଶନିବାର ଲୋକମାନେ…
୩ ଗୁହାଳ ଜଳିଗଲା : ୨୬ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ
ପଦ୍ମପୁର,୭।୯(ଡି.ଏନ୍.ଏ.) : ଭଦ୍ରକ ସଦର ବ୍ଲକ ଅଧୀନ ଗୋରାମାଟି ପଞ୍ଚାୟତର ଚଳପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ଟି ଗୁହାଳ ଜଳିଯାଇଛି। ଗ୍ରାମର ପରମେଶ୍ୱର ନାୟକ, ଲକ୍ଷ୍ମୀଧର ନାୟକ ଓ ସହଦେବ ନାୟକଙ୍କ ଗୁହାଳରେ ଏହି ଅଗ୍ନିକାଣ୍ଡ ଘଟି…
ଘର ଭାଙ୍ଗିଲେ ହାତୀପଲ
ବଡ଼ଗାଁ,୭।୯(ଡି.ଏନ୍.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ଆସିଥିବା ୧୮ଟି ହାତୀପଲ କିଛିଦିନର ବ୍ୟବଧାନ ପରେ ପୁଣି ଉପଦ୍ରବ ଆରମ୍ଭ କରିଛନ୍ତି। ଏହି ହାତୀପଲ ଶୁକ୍ରବାର ରାତିରୁ ଜଙ୍ଗଲରୁ ଆସି ଶନିବାର ଭୋର୍ ସମୟରେ ଉଦାରମା ଗ୍ରାମର…
ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ
ଚନ୍ଦ୍ରଗିରି, ୭।୯(ଡି.ଏନ୍.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି । ଏଭଳି କ୍ରମରେ ଗଜପତି ଜିଲା ମୋହନା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ…
ପାକିସ୍ତାନରେ ପହଞ୍ଚିଲେ ୧୭ ଜଣିଆ ଆମେରିକା ପ୍ରତିନିଧି ଦଳ
ଇସଲାମାବାଦ୍,୭।୯: ପାକିସ୍ତାନରେ ଆମେରିକାର ୧୭ ଜଣିଆ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ଶନିବାର ପାକିସ୍ତାନରେ ପହଞ୍ଚିଥିବା ପ୍ରତିନିଧି ଦଳ ଆଫଗାନିସ୍ତାନ ସମସ୍ୟା ନେଇ ପାକିସ୍ତାନ ପ୍ରତିପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିବେ। ୧୮ ବର୍ଷ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ଅବସାନ ଘଟାଇବା…
Archives


