Home

ଛେଳିକୁ ବାନ୍ଧି ନେଲେ ପୋଲିସ ବାବୁ: ଭିଆଇପି ବଙ୍ଗଳାରେ ଗଛପତ୍ର ଖାଇବା ଅଭିଯୋଗ

ଭୋପାଳ,୯।୯: ପୋଲିସ ଥାନାକୁ ଅପରାଧି ବନ୍ଧା ହୋଇ ଆସିବା ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ ମୁରେନା ସହରର ଓ୍ବାଟର ଓ୍ବାକର୍ସ କଲୋନୀରେ ବାସ କରୁଥିବା ଦୀପକ ବାଲ୍ମିକୀଙ୍କ ଛେଳିକୁ ପୋଲିସ ବାବୁ ଥାନାକୁ ବାନ୍ଧି ନେଇଛନ୍ତି। ବିଚରା ଛେଳି ପଘାରୁ ଫିଟି…

ହାଟପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୯।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନାଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ହାଟପଡ଼ିଆରୁ ସୋମବାର ସକାଳେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଶରତ ମୁଣ୍ଡା(୩୦)। ତାଙ୍କ ଘର ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମରେ ବୋଲି…

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। କ୍ରିକେଟରେ ୱାଇଡ, ନୋ-ବଲ, ପକାଇବା ବୋଲରଙ୍କ ପାଇଁ ସାଧାରଣ…

ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀରେ ଜଣେ ଯୁବତୀ ୨ଜଣ ରୋଡ ରୋମିଓଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ଜିଜିପି କଲୋନୀ ଅଞ୍ଚଳର ଜନୈକା ଯୁବତୀଙ୍କୁ…

ବିଲ୍‌ ନ ଦେଲେ ଖାଇବା ମାଗଣା

ଚଣ୍ଡିଗଡ଼,୯।୯: ହରିୟାଣା-ପଞ୍ଜାବ ସମେତ ଅମ୍ବାଲାର ସବୁ ରେଳ ଷ୍ଟେଶନର ଦୋକାନୀମାନଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଏବେ ଗ୍ରାହକଙ୍କୁ ଦୋକାନୀମାନେ ଉଚ୍ଚା ଦରରେ ଆଉ ଠକି ପାରିବେନି। କାରଣ ଏହି ନିୟମ ଅନୁସାରେ ‘ନୋ ବିଲ୍‌’ ‘ଫ୍ରି ଫୁଡ୍‌’ ଅର୍ଥାତ୍‌…

ନିଜର ଘର ସ୍ବପ୍ନ ହେବ ସତ୍ୟ: ଗ୍ରାହକଙ୍କ ପାଇଁ ଏସ୍‌ବିଆଇର ନୂଆ ଉପହାର; ହୋମ୍‌ଲୋନ୍‌ ସୁଧହାର ୧୦ ବେସିସ୍‌ ପଏଣ୍ଟ୍‌ କମିଲା

ନୂଆଦିଲ୍ଲୀ,୯।୯: ଏସ୍‌ବିଆଇ ଏହାର ଗ୍ରାହକଙ୍କ ପାଇଁ ନୂଆ ଉପହାର ନେଇ ଆସିଛି। ହୋମ୍‌ଲୋନ୍‌ ଉପରେ ଏସ୍‌ବିଆଇ ପକ୍ଷରୁ ସୁଧହାର ପୁଣି ୧୦ ବେସିସ୍‌ ପଏଣ୍ଟ୍‌ କମ୍‌ କରାଯାଇଛି। ଫଳରେ ଏହା ୮.୨୫ ପ୍ରତିଶତରୁ ଏବେ ୮.୧୫ ପ୍ରତିଶତରେ ପହଞ୍ଚିଛି। ଏହି ନୂଆ…

ଜେଟଲୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିବ ଭାଜପା

ନୂଆଦିଲ୍ଲୀ,୯।୯: ଭାଜପା ପକ୍ଷରୁ ମଙ୍ଗଳବାର ଅରୁଣ ଜେଟଲୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯିବ। ଜବାହରଲାଲ ନେହେରୁ ଷ୍ଟାଡିୟମର ଓ୍ବେଟ୍‌ ଲିଫଟିଙ୍ଗ ହଲ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଏହା ସନ୍ଧ୍ୟା ୪ଟାରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବହୁ…

ଖସିପଡ଼ି ଠିକା ଶ୍ରମିକ ଗୁରୁତର, କଟକ ସ୍ଥାନାନ୍ତର

ବଅଁରପାଳ,୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ସୋମବାର ସକାଳେ ଜଣେ ଠିକାଶ୍ରମିକ ଖସିପଡ଼ି ଗୁରୁତର ହୋଇଛନ୍ତି। ଶ୍ରମିକ ଜଣକ ହେଲେ ସୁଜିତ୍‌ ବେହେରା। ସେ ଶ୍ରମିକ ପ୍ଲାଣ୍ଟର ଏକ ସେଡ୍‌ରେ କାମ କରୁଥିବା ବେଳେ ପ୍ରାୟ ୧୨ ମିଟର…

ମହିଳାଙ୍କ ଉନ୍ମତ୍ତକାଣ୍ଡ: ତଣ୍ଟିଚିପି ବୃଦ୍ଧାଙ୍କୁ ହତ୍ୟା

ନୂଆଗାଁ, ୯।୯(ଡି.ଏନ.ଏ) :ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ କୋକେରମା ପଞ୍ଚାୟତର କରଞ୍ଜିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ମହିଳା ସୁମିତ୍ରା ତୁରୀ (୨୫) ପଡ଼ୋଶୀ ବୃଦ୍ଧା ସୁଗନ ତୁରୀ…

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଭୋପାଳ, ବିଦିଶା, ସିହୋର, ରାୟସେନ,ମଣ୍ଡଲା, ଉଜୈନ, ଓ ନରସିଂହପୁର ଜିଲାରେ…

ଦୁଇ ପୁଅଙ୍କୁ ହତ୍ୟାକରି ମା’ଙ୍କ ଆତ୍ମହତ୍ୟା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀଙ୍କ ଅନୁପସ୍ଥିତରେ ନିଜର ୨ ପୁଅଙ୍କୁ ଗଳାକାଟି ହତ୍ୟା କରି ନିଜେ ମା’ ରେଳଧାରଣାରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ…

ଆହତ ନୀଳ ଗାଈକୁ ମାଟିରେ ପୋତିଲା ପ୍ରଶାସନ: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ପାଟନା,୯।୯: ଦେଶରେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ବିହାର ପ୍ରଶାସନ ଓଲଟା କାମ କରିଛି। କିଛି ଦିନ ତଳେ ଏଠାରେ ଏକ ଆହତ ନୀଳ ଗାଈକୁ ଖାଲରେ ପକାଇ ପୋତି ଦିଆଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri