Home

ଚୋର ସନ୍ଦେହରେ ଦୁଇ ଥାନାରେ ଅଟକ

ବିଞ୍ଝାରପୁର,୨୫ା୧୦(ଡି.ଏନ୍‌.ଏ.): ଚୋର ସନ୍ଦେହରେ ଦୁଇ ଜଣ ଅଚିହ୍ନା ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ କାବୁ କରି ବାଳମୁକୁଳି ବଜାରର କେତେକ ବ୍ୟବସାୟୀ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହି ଦୁଇ ସଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ଜଣାପଡିଛି।…

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଭୋଟଗଣତି ଜାରି ରହିଥିଲାବେଳେ କେତେକ ଆସନର ଫଳାଫଳ ପ୍ରକାଶ ପାଇଛି। ୫୧…

୨୨ଦିନରେ ଅଟୱାଲ କର୍ମଚାରୀଙ୍କ ଧାରଣା : ଧାରଣାକାରୀଙ୍କୁ ଭେଟିଲା ବିଶ୍ୱ ମାନବିକ ଅଧିକାର ରକ୍ଷା ସଂଗଠନ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ବକେୟା ଦରମା, ବୋନସ୍‌ ଏବଂ ଅବସରକାଳୀନ ଭର୍ତ୍ତା ଦାବିରେ ଅଟୱାଲ କର୍ମଚାରୀଙ୍କ ଧାରଣା ଜାରି ରହିଛି। ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଧାରଣା ଗୁରୁବାର ୨୨ ଦିନରେ ପହଞ୍ଚତ୍ଛି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କର୍ମଚାରୀଙ୍କ ଦାବି ସମାଧାନ ଦିଗରେ ଖଣି…

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ…

ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ସକାଳେ ଶତାଧିକ କର୍ମଚାରୀ ଓ ଶ୍ରମିକ ଧାରଣାରେ ବସିଥିଲେ। ଖବର ପାଇ…

ମହାରାଷ୍ଟ୍ର: ହାରିଲେ ୮ ମନ୍ତ୍ରୀ

ମୁମ୍ବାଇ,୨୫-୧୦(ଆଇଏଏନ୍‌ଏସ୍‌):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନାକୁ ବହୁମତ ମିଳିଥିଲେ ହେଁ ଉଭୟ ଦଳର ୮ ମନ୍ତ୍ରୀ ଓ ବହୁ ତୁଙ୍ଗ ନେତା ପରାଜିତ ହୋଇଛନ୍ତି। ଫଳାଫଳ ଅନୁଯାୟୀ ଭାଜପାର ୫ ଓ ଶିବସେନାର ୩ ମନ୍ତ୍ରୀ ହାରିଯାଇଛନ୍ତି। ବିଦ୍‌ ଜିଲାର ପାର୍ଲି ଆସନରୁ…

ପରାଜୟ ପରେ କାନ୍ଦିଲେ ପଙ୍କଜା

ମୁମ୍ବାଇ,୨୫-୧୦:ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଭାଜପା ପ୍ରାର୍ଥୀ ପଙ୍କଜା ମୁଣ୍ଡେ ବିଧାନସଭା ନିର୍ବାଚନରେ ହାରିଯିବା ପରେ କାନ୍ଦି ପକାଇଥିଲେ। ପାର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ପଙ୍କଜାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ନିର୍ବାଚନ…

ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୫-୧୦:ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇରାଜ୍ୟର ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ମହାରାଷ୍ଟ୍ର ଓ ହରିୟାଣାର ଲୋକେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ…

ଦୁଷ୍ୟନ୍ତଙ୍କ ହାତରେ ଚାବିକାଠି

ଚଣ୍ଡିଗଡ଼,୨୫-୧୦(ପି.ଟି.):ହରିୟାଣା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନ ଥିଲାବେଳେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଦେବୀଲାଲ୍‌ଙ୍କ ଅଣନାତି ଦୁଷ୍ୟନ୍ତ ଚୌତାଲା ସରକାର ଗଠନରେ କିଙ୍ଗ୍‌ମେକର ଭୂମିକା ନେଇପାରନ୍ତି ବୋଲି ଆଲୋଚନା ହେଉଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ମ୍ୟାଜିକ୍‌ ନମ୍ବର…

ସରକାର ଗଠନ ନେଇ ଶାହଙ୍କ ସଙ୍କେତ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ହରିୟାଣାରେ ଭାଜପା ସରକାର ଗଠନ କରିବ ବୋଲି ଦଳର ଅଧ୍ୟକ୍ଷ ଅମିତ୍‌ ଶାହ ସଙ୍କେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସମସ୍ତ ପ୍ରକାର ଉଦ୍ୟମ କରିଛନ୍ତି। ଭାଜପାକୁ ଏକକ ସଂଖ୍ୟାଗରିଷ୍ଠ…

୨ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନେଲା ଭାଜପା

ସିର୍ସା,୨୫-୧୦: ହରିୟାଣା ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିବା ଭାଜପା ପକ୍ଷରୁ ୨ ଜଣ ସ୍ବାଧୀନ ବିଧାୟକଙ୍କୁ ଦିଲ୍ଲୀ ନିଆଯାଇଛି। ମୋଟ ୮ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ଗୋପାଳ କାଣ୍ଡା ଓ ରଞ୍ଜିତ ସିଂଙ୍କୁ ସିର୍ସା ଏମ୍‌ପି…

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ତୋଫାନୀ ପ୍ରଚାର ଏବଂ ‘ଅନୁଚ୍ଛେଦ ୩୭୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri