ବଢ଼ୁଛି ବୈତରଣୀ
ଭଣ୍ଡାରିପୋଖରୀ, ୨୫।୧୦(ଡି.ଏନ୍.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁ ବୈତରଣୀ ନଦୀର ଜଳସ୍ତର ବଢିବା ଆରମ୍ଭ କରିଛି। ଆଖୁଆପଦାଠାରେ ନଦୀର ଜଳସ୍ତର ଶୁକ୍ରବାର ସକାଳ ୮ ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଜଳସ୍ତର…
ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଆହତ
ଶ୍ରୀନଗର,୨୫।୧୦:ଜମ୍ମୁ-କଶ୍ମୀର ସୀମାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ଭୋରରୁ ପୁଞ୍ଛ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷନ କରାଯାଇଥିଲା। ଏଥିରେ ଜଣେ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ବର୍ଷ ତୁଳନାରେ ଚଳିତବର୍ଷ ପାକିସ୍ତାନ ସବୁଠୁ ଅଧିକଥର…
ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ, ୬ଆହତ
ଭୋପାଳ,୨୫।୧୦: ମଧ୍ୟପ୍ରଦେଶ ଗ୍ବାଲିୟରରେ ଗୁରୁବାର ବିଳମ୍ବିତ ରାତିରେ ସିଲିଣ୍ଡର ଫାଟିବାରୁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…
ବ୍ରାଜିଲ୍ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବନି ଭିଜା
ବ୍ରାସିଲିଆ,୨୫।୧୦: ଭାରତୀୟଙ୍କ ପାଇଁ ଭିଜା ନୀତି କୋହଳ କରିଛି ବ୍ରାଜିଲ। ଏଣିକି ବ୍ରାଜିଲ୍ ଯିବା ପାଇଁ ଭାରତୀୟ ବ୍ୟବସାୟୀଙ୍କୁ ଦେଖାଇବାକୁ ପଡିବ ନାହିଁ ବୋଲି ଘୋଷଣା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜୈର ବୋଲ୍ସନାରୋ। ଚୀନ ଏବଂ ଭାରତୀୟଙ୍କ ପାଇଁ ଭିସା ନୀତି…
ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ
ବଅଁରପାଳ, ୨୫।୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ନାଲ୍କୋ ସିପିପି ପ୍ଲାଣ୍ଟ ପରିସରରେ ଥିବା ୫ମ ୟୁନିଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ…
ନେପାଳ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିପାରନ୍ତି ଆତଙ୍କବାଦୀ
ପିଥୋରଗଡ,୨୫।୧୦: ନେପାଳ ରାସ୍ତା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଆଶଙ୍କାରେ ଭାରତ-ନେପାଳ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ପିଥରଗଡର ପୁଲିସ ଅଧୀକ୍ଷକ ଗୁରୁବାର ସନ୍ଧ୍ୟାରେ ଝୁଲାଘାଟରେ ପହଞ୍ଚି ସୀମାର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ପିଥୋରଗଡ ଜିଲାର କାଳୀ ନଦୀ ଭାରତ…
ଖେଳାଳିଙ୍କ ପାଇଁ ପାଣି ନେଇ ପଡିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ସିଡନୀ,୨୫।୧୦:ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଖେଳ ଭାବନାର ଏକ ଅନନ୍ୟ ଉଦାହରଣ ସଷ୍ଟି କରିଛନ୍ତି। ଖେଳାଳିଙ୍କ ପାଇଁ ପଡିଆକୁ ପାଣି ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ…
କିଏ ଗଢିବ ହରିୟାଣାରେ ସରକାର? ୫ ସ୍ବାଧୀନ ବିଧାୟକ ଭାଜପାକୁ ଦେଲେ ସମର୍ଥନ
ଚଣ୍ଡିଗଡ଼,୨୫।୧୦: ୯୦ ବିଧାନସଭା ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ଫଳରେ ଉଭୟ ଭାଜପା ଏବଂ କଂଗ୍ରେସ ସ୍ବାଧୀନ ବିଧାୟକଙ୍କ ସହାୟତା ଲୋଡିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ ଥିବାବେଳେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗକାରୀ ପରିବାରକୁ ମାଡ଼
ନୟାଗଡ଼ ଅଫିସ, ୨୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍ଏସିରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଅଭିଯୋଗକାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଶୁକ୍ରବର ଉକ୍ତ ପରିବାର ଜିଲାପାଳ ଓ ଏସ୍ପିଙ୍କ…
ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ ଫିଲ୍ମ ‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୩ଟି ଭାଗରେ ରିଲିଜ୍ ହେବାକୁ ଯାଉଥିବାବେଳେ ପ୍ରଥମ ଭାଗ ୨୦୨୧ ମସିହା ଦୀପାବଳିରେ ପରଦାକୁ ଆସିବ। ପୂର୍ବରୁ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ‘ପଦ୍ମାବତ୍’ରେ…
କାଳ ସାଜିଛି ଲଗାଣବର୍ଷା : କାନ୍ଥପଡ଼ି ଜଣକ ଜୀବନ ଗଲା
ପୁରୀ ଅଫିସ,୨୫।୧୦: ଲଘୁଚାପ ଜନିତ ଲଗାଣବର୍ଷା କାଳ ସାଜିଥିବାବେଳେ ଶୁକ୍ରବାର ସକାଳେ ସହରର କୁମ୍ଭକାର ନିଯୋଗ ସମ୍ପାଦକ ରସାନନ୍ଦ ବିଷୋୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କର ଜୀବନ ଚାଲିଯାଇଛି। ଆଜି ସକାଳେ ସେ କୁଡୁଆ ତିଆରି କରିବା ପାଇଁ ଶାଳଘରକୁ…
ପାକ୍ ବିଦେଶ ମନ୍ତ୍ରଣାଳୟ ଅଫିସରେ ଟିକ୍ଟକ୍ ଷ୍ଟାରଙ୍କ ଭିଡିଓ ଭାଇରାଲ
ଇସ୍ଲାମାବାଦ,୨୫।୧୦: ପପୁଲାର ଟିକ୍ଟକ୍ ଷ୍ଟାର ହରିମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପାକିସ୍ତାନର ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ହରିମ ଟିକ୍ଟକ୍ ଭିଡିଓ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ…
Archives


