ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ, ଛାତ୍ରୀଛାତ୍ର
ବାଲେଶ୍ୱର ଅଫିସ,୨୩।୧: ବାଲେଶ୍ୱର ପୋଲିସ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଛାତ୍ରୀଛାତ୍ର ଓ ଅଭିଭାବକ ଧାରଣାରେ ବସିଛନ୍ତି। ଗୁରୁବାର ବିଭିନ୍ନ ଦାବି ନେଇ ଛାତ୍ରୀଛାତ୍ର ଓ ଅବିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି। ପିଲାଙ୍କ ପାଠପଢା…
ଟପ୍ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା
ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ଧରି ପାପା…
ଖୁବ୍ଶୀଘ୍ର ୧୨ ନୂଆ ବିମାନ ସେବା
ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଓଡ଼ିଶାବାସୀ ଗତ ୨୦ ତାରିଖରେ ୨ ନୂଆ ବିମାନ ସେବା ପାଇଛନ୍ତି। ଖୁବ୍ଶୀଘ୍ର ଆଉ ୧୨ ନୂଆ ବିମାନ ସେବା ପାଇବେ। ଏନେଇ ରାଜ୍ୟ ସରକାର ଯୋଜନା କରିଛନ୍ତି। ନୂଆ ରୁଟ୍ଗୁଡ଼ିକ ହେଲା କୋଲକାତା-ଝାରସୁଗୁଡ଼ା, ଭୁବନେଶ୍ୱର-ବାରାଣସୀ, ବାରାଣସୀ-ଭୁବନେଶ୍ୱର, ଝାରସୁଗୁଡ଼ା-ମୁମ୍ବାଇ, ପ୍ରୟାଗରାଜ-ଭୁବନେଶ୍ୱର,…
ଓ୍ବାରେଣ୍ଟ ଜାରିର ୭ ଦିନ ପରେ ଦିଆଯାଉ ଫାଶୀ
ନୂଆଦିଲ୍ଲୀ,୨୩ା୧: ରିଭ୍ୟୁ ପିଟିଶନ, କ୍ୟୁରେଟିଭ୍ ପିଟିଶନ ଏବଂ ରାଜକ୍ଷମା ଆବେଦନ ଆଳରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ଫାଶୀ ସମୟ ଗଡ଼ିଚାଲିଥିବାବେଳେ ଏନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ମୃତ୍ୟୁଦଣ୍ଡ ପାଇଥିବା ଅପରାଧୀଙ୍କୁ ତୁରନ୍ତ ଫାଶୀ…
ସାମ୍ବିଧାନିକ ପୀଠରେ ହେବ ସିଏଏ ଶୁଣାଣି
ନୂଆଦିଲ୍ଲୀ,୨୩ା୧(ପି.ଟି.): କେନ୍ଦ୍ର ସରକାରଙ୍କ ଯୁକ୍ତି ନ ଶୁଣି ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ୧୪୩ ପିଟିଶନ ଦାଏର ହୋଇଥିବାବେଳେ ଏହା ଉପରେ…
ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ
ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୯୨ ରୁ…
ତୋଷାଳି ଛକରେ ଫାଙ୍କା ଗୁଳିଚାଳନା
ପୁରୀ ଅଫିସ,୨୩ା୧: ପୁରୀରେ ପୁଣି ଫୁଟିଛି ଗୁଳି। ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ହୋଟେଲ ତୋଷାଳି ଛକ ନିକଟରେ ବୁଧବାର ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଛନ୍ତି। ଏ ନେଇ ପୋଲିସ ନିଜଆଡ଼ୁ ଏକ…
ନକଲି ତେଲ କାରଖାନାରେ ଚଢ଼ାଉ ଘଟଣା, ମାଲିକ ଗିରଫ
ଟାଙ୍ଗୀ(କଟକ),୨୩ା୧(ଡି.ଏନ୍.ଏ.): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳରେ ଗତ ନଭେମ୍ବର ୨୩ ତାରିଖରେ ପୋଲିସ ପକ୍ଷରୁ ଏକ ଖାଇବା ତେଲ କାରଖାନାରେ ଚଢ଼ାଉ କରାଯାଇଥିଲା। ଖାଇବା ତେଲ ଅପମିଶ୍ରଣ ସମ୍ପର୍କରେ ପ୍ରମାଣ ମିଳିବା ପରେ ବୁଧବାର ଟାଙ୍ଗୀ ପୋଲିସ ସମ୍ପୃକ୍ତ କାରଖାନାର…
୬ରୁ ଭଙ୍ଗାହେବ ବେଆଇନ ଘର, ନିର୍ମାଣ
ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ବେଆଇନ ନିର୍ମାଣକୁ ନିୟମିତ ତଥା ସ୍ବୀକୃତ କରିବାକୁ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ୨୦୧୮ରୁ କାର୍ଯ୍ୟକାରୀ ହୋଇଛି ‘ସର୍ବକ୍ଷମା’ ଯୋଜନା। ଇତିମଧ୍ୟରେ ୨ଥର ସଂଶୋଧନ କରାଯାଇ ଲୋକଙ୍କୁ ୬ ମାସ ଲେଖାଏ ମହଲତ ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟର…
ବିଖଣ୍ଡିତ ଚଲାପଥ ସଂଯୋଗ ଉପରେ ଗୁରୁତ୍ୱ
ଅନୁଗୋଳ ସହର,୨୩।୧ – ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ ଟ୍ରଷ୍ଟ ଆନୁକୂଲ୍ୟରେ ଓଡ଼ିଶା ପରିବେଶ ସମିତି ଓ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ସହଯୋଗରେ ଚାଲିଥିବା ହାତୀ ଚଲାପଥ ପଦଯାତ୍ରା ବୁଧବାର ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ାଠାରେ ଉଦ୍ଯାପିତ ହୋଇଯାଇଛି। ଅବସରପ୍ରାପ୍ତ…
ପଲିଥିନ କାରଖାନାରେ ଚଢ଼ାଉ
ଭୁବନେଶ୍ୱର, ୨୩ା୧(ବ୍ୟୁରୋ): କଟକଣା ଓ ନିଷେଧ ସତ୍ତ୍ୱେ ଖୁଲମ୍ଖୁଲା ତିଆରି ଓ ବ୍ୟବହାର ହେଉଛି ୫୦ ମାଇକ୍ରୋନ୍ରୁ କମ୍ ଓଜନର ପଲିଥିନ। ଏପଟେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପଲିଥିନମୁକ୍ତ ଭୁବନେଶ୍ୱର ଅଭିଯାନ ଜାରି ରଖିଛି। ଏହି ଅଭିଯାନର ଆଉ ଏକ…
ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା
ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍ କଟକଣା ଜାରି କରାଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ ଅନୁଷ୍ଠିତ ହେବ। ତେଣୁ ଆସନ୍ତା ୨୬ ତାରିଖ ସକାଳ ୬ରୁ ପରେଡ଼ ଶେଷ ହେବା ପର୍ଯ୍ୟନ୍ତ କୌଣସି…
Archives


