ପ୍ରଧାନମନ୍ତ୍ରୀଙ୍କ ଲକ୍ଡାଉନ୍ ନିଷ୍ପତ୍ତିକୁ ପ୍ରଶଂସା କଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଡାଉନ୍ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। କେଜରିଓ୍ବାଲ ଟୁଇଟ୍ କରି କହିଛନ୍ତି ଯେ, କରୋନା ସଂକ୍ରମଣ ଭାରତରେ କମ୍ ରହିଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ଡାଉନ୍…
ଶିତଳାପଲିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଛତ୍ରପୁର, ୧୧।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟକରି ଗଞ୍ଜାମ ଜିଲା ପ୍ରଶାସନର ପ୍ରଶଂସା କରିଛନ୍ତି। କରୋନା ସଂକ୍ରମିତଙ୍କ…
ଭାଙ୍ଗିଲା ଆସ୍ ଡ୍ୟାମ୍: ୨ ମୃତ; ୪ ନିଖୋଜ
ଭୋପାଳ,୧୧।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ମଧ୍ୟପ୍ରଦେଶରେ ରିଲାଏନ୍ସ୍ର ଆସ୍ ଡ୍ୟାମ ଭାଙ୍ଗିବା ଯୋଗୁ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସିଙ୍ଗାଉଲିଠାରେ ଘଟିଥିବା ଏହି ଦୁର୍ଘଟଣାରେ ୪ ଲୋକ ନିଖୋଜ ରହିଛନ୍ତି। ସେମାନଙ୍କ ଖୋଜ ଖବର ପାଇଁ…
ଶେରଗଡ଼ର କୌଣସି ଏଟିଏମ୍ରେ ନାହିଁ ଟଙ୍କା: ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଭରସା, ଟଙ୍କା ପାଇଁ ଲୋକଙ୍କ ଭିଡ଼
ଶେରଗଡ଼,୧୧।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଗତ କିଛି ଦିନ ହେଲା କୌଣସି ଏଟିଏମ୍ରେ ଟଙ୍କା ନାହିଁ। କେବଳ ବ୍ୟାଙ୍କରୁ ଗ୍ରାହକମାନେ ଟଙ୍କା ଉଠାଇ ନେଇପାରୁଛନ୍ତି। ଫଳରେ ଶେରଗଡ଼ ଓ ଆଖପାଖ ଅଞ୍ଚଳରେ ଟଙ୍କା ପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ଦୁଇଦିନ…
କରୋନା ସହ ଲଢ଼େଇ ପାଇଁ ଅଣ୍ଟାଭିଡ଼ା: ତୁର୍କୀର ୩୧ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ
ଆଙ୍କରା,୧୧।୪: କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ରୋକିବା ପାଇଁ ତୁର୍କୀର ୩୧ଟି ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ଜାରି ହୋଇଥିବା ଅଞ୍ଚଳ ମଧ୍ୟରେ ରାଜଧାନୀ ଆଙ୍କରା, ଆଦନା, ଅନ୍ତାଲ୍ୟା, ଆୟାଦିନ୍, ବାଲିକସିର୍, ବୁର୍ସା, ଡେନିଜିଲ୍ ଆଦି ସହର ରହିଛି।…
କରୋନାରୁ ଦୂରେଇ ରଖିବାକୁ ନବଜାତକଙ୍କ ପାଇଁ ରକ୍ଷାକବଚ ତିଆରି କଲା ଥାଇଲାଣ୍ଡ ହସ୍ପିଟାଲ
ବ୍ୟାଂକକ,୧୧।୪: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ ଦେଖି ଏବେ ସମସ୍ତେ ବେଶ୍ ସଚେତନ ହୋଇଯାଇଛନ୍ତି। ତେବେ ଥାଇଲାଣ୍ଡର କିଛି ହସ୍ପିଟାଲରେ ନବଜାତକଙ୍କୁ…
ରାଷ୍ଟ୍ରପତି ଭବନର ୨୦ କର୍ମଚାରୀ କରୋନା ପଜିଟିଭ୍: ଟେଷ୍ଟ୍ କିଟ୍ର ଅଭାବ ଯୋଗୁ ଆଫଗାନିସ୍ତାନରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା
କାବୁଲ,୧୧।୪: କରୋନା ସଂକ୍ରମଣ ନେଇ ଆଫଗାନିସ୍ତାନରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ରାଷ୍ଟ୍ରପତିଭବନର ୨୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା କୁହାଯାଉଛି। ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ କେତେକଙ୍କୁ କ୍ୱାରାଣ୍ଟାଇନ୍ରେ…
୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆମ୍ମା କ୍ୟାଣ୍ଟିନ ଏବେ ୧୧ ଲକ୍ଷ ଭୋକିଲାଙ୍କ ପେଟକୁ ଯୋଗାଉଛି ଦାନା
ଚେନ୍ନାଇ,୧୧।୪: ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଦେଶ ବିଦେଶରେ ବେଶ୍ ପରିଚିତ। ଦୌନିକ ଏହି କ୍ୟାଣ୍ଟିନ ପାଖାପାଖି ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା। ହେଲେ କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବାରୁ ସବୁ ଛୋଟ ବଡ…
ସୁସ୍ଥ ହେଲା ପରେ ବି ରିପୋର୍ଟ କିପରି ଆସୁଛି କରୋନା ପଜିଟିଭ୍ !
ଲଣ୍ଡନ/ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ବି ତାଙ୍କ ରିପୋର୍ଟ ପଜିଟିଭ ଆସୁଛି। ଏହାକୁ ନେଇ କରୋନା ଭଲ ହେଉଛି କି ନାହିଁ ସେ ନେଇ ଏବେ…
‘ମୋ ବସ୍’ର ସାହାରା ନେଲା ବିଏମ୍ସି: ରାଜଧାନୀର ସିଲ୍ ଅଞ୍ଚଳରେ ଯୋଗାଇବ ଅତ୍ୟାବଶ୍ୟକ ସାମଗ୍ରୀ
ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜଧାନୀର ସିଲ୍ ହୋଇଥିବା ଅଞ୍ଚଳରେ ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଉଛି। ଶନିବାରଠାରୁ ମୋ ବସ୍ରେ ଏହି ସାମଗ୍ରୀ ଅଣାଯିବା ନେଇ ସ୍ଥିର ହୋଇଛି। ପ୍ରତି ସିଲ୍ ଅଞ୍ଚଳକୁ ଦିନକୁ ୨ ଥର ସକାଳେ ଓ ସନ୍ଧ୍ୟାରେ ମୋ…
ଲକ୍ଡାଉନ ସମୟରେ ଜନ୍ମଦିନ ପାଳି ଅଡୁଆରେ ଭାଜପା ବିଧାୟକ
ବେଙ୍ଗାଲୁରୁ,୧୧।୪: କର୍ନାଟକ ତୁରୁଭେକେରେର ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ଏମ୍. ଜୟନାରାୟଣ ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଜନ୍ମଦିନ ପାଳି ବିବାଦ ଘେରକୁ ଚାଲି ଆସିଛନ୍ତି। ଶୁକ୍ରବାର ସେ ତାଙ୍କ ଜନ୍ମଦିନ ପାଳିଥିବା ବେଳେ କୋଭିଡ-୧୯କୁ ନେଇ ଜାରି କରାଯାଇଥିବା ନିୟମକୁ…
ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୧।୪: କରୋନା ଭାଇରସ୍ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ଓ ଛେପ ପକାଇବା ଉପରେ କଟକଣା ଲଗାଇବାକୁ ସମସ୍ତ ରାଜ୍ୟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।…
Archives


