ଚିନ୍ତା ବଢ଼ାଉଛି ଯାଜପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି
ଭୁବନେଶ୍ୱର,୨।୫(ବ୍ୟୁରୋ): କରୋନା ଯୋଗୁ ସାରା ଦେଶ ଓ ରାଜ୍ୟରେ ଲକ୍ଡାଉନ ଜାରି ରହିଛି। ଶୁକ୍ରବାର କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅବଧିକୁ ଆହୁରି ୨ ସପ୍ତାହ ଯାଏଁ ବୃଦ୍ଧି କରିଛନ୍ତି। ହେଲେ ଲକ୍ଡାଉନ ଜାରି ରହିଥିଲେ ସୁଦ୍ଧା…
ଲକ୍ଡାଉନରେ ନିଶାଦ୍ରବ୍ୟ ବିକ୍ରି: ସିଲ୍ ହେଲା ଦୋକାନ
ମାଲକାନଗିର,୧ା୫(ଡି.ଏନ୍.ଏ):ଲକ୍ଡାଉନ ସମୟରେ ପାନ, ତମାଖୁ ଓ ମଦ ବିକ୍ରି ବନ୍ଦ ରହିଛି। ସେହିପରି ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରିକୁ ସରକାର ପୂର୍ବରୁ ନିଷେଧ ଘୋଷଣା କରିଛନ୍ତି। ତଥାପି ନିୟମ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। କଟକଣା ବଳବତ୍ତର ରହିଥିଲେ ମଧ୍ୟ ଶୁକ୍ରବାର ମାଲକାନଗିରି…
ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା ଦେଲେ ୨ ଏସ୍ଏଚ୍ଜି
ମାଲକାନଗିରି,୧ା୫(ଡି.ଏନ୍.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍ର ‘ଜନନୀ’ ଓ ‘ସାଇବାବା’ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬ ହଜାର ସହାୟତା ଦେଇଛନ୍ତି। ମଣ୍ଡଳ ପରିଦର୍ଶିକା ଶାନ୍ତି କରସୁଧା ପଟ୍ଟନାୟକ ଓ ଅଙ୍ଗନଓ୍ବାଡ଼ି କର୍ମୀ ସୁନାମଣୀ କାଡାଙ୍କ ଉପସ୍ଥିତିରେ…
୮ ଲକ୍ଷ ଟଙ୍କାର ଗୁଟ୍ଖା ଜବତ: ବ୍ୟବସାୟୀ ଗିରଫ
ରାୟଗଡ଼ା ଅଫିସ,୧ା୫(ଡି.ଏନ୍.ଏ): ଲକ୍ଡାଉନରେ ବେଧଡ଼କ ଚାଲିଛି ଗୁଟ୍ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍ରେ ବିପୂଳ ପରିମାଣରେ ଗୁଟ୍ଖା ଗଚ୍ଛିତ ରଖି ବେପାର ଚାଲିଥିବା ଖବର ପାଇ ଶୁକ୍ରବାର ଗୁଣପୁର ପୋଲିସ ଚଢ଼ାଉ କରିଥିଲା।…
୬ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ
ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟର ୬ଜଣ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଶନିବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଆକ୍ରାନ୍ତ ନଂ ୧୨୩, ୧୨୪, ୧୨୫, ୧୨୬, ୧୨୭ ଏବଂ ୧୨୮ଙ୍କ ବିବରଣୀ ପ୍ରଦାନ କରାଯାଇଛି। ସେଥିରୁ ଯାଜପୁର…
ଲକ୍ଡାଉନ ୩.୦: ଚାଲିବନି ଟ୍ରେନ୍-ବିମାନ, ଖୋଲିବନି ମଲ୍-ସିନେମା ହଲ୍
ନୂଆଦିଲ୍ଲୀ,୧।୫: ଲକ୍ଡାଉନ ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ର ସରକାର ପୁଣିଥରେ ଲକ୍ଡାଉନ ୩.୦ ଜାରି କରିଛନ୍ତି। ପୁଣି ୨ ସପ୍ତାହ ପାଇଁ ବଢିଛି ଏହି ଲକ୍ଡାଉନ ଅବଧି। ଏହି ସମୟ ମଧ୍ୟରେ…
ଉଦ୍ଧାର ହେଲା ବିରଳ ପ୍ରଜାତିର ଗୋଧି
ଉଦଳା, ୧।୫(ଡି.ଏନ.ଏ.)-ଉଦଳା ବନଖଣ୍ଡ ଅଧୀନରେ ଥିବା ବହୁବନ୍ଧ ପଞ୍ଚାୟତର ନାବରା ଗ୍ରାମ ଜଙ୍ଗଲରୁ ଗ୍ରାମବାସୀମାନେ ଏକ ବିରଳ ପ୍ରଜାତିର ଗୋଧି ଉଦ୍ଧାର କରିଛନ୍ତି। ପରେ ଏହାକୁ ଉଦଳା ବନଖଣ୍ଡ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏହି ବିରଳ ପ୍ରଜାତିର…
କାଳବୈଶାଖୀରେ ଘର ଉପରେ ଗଛ ଉପୁଡ଼ିଲା
କେନ୍ଦୁଝର,୧ା୫(ସ୍ବ.ପ୍ର.):କାଳବୈଶାଖୀର ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ଜୋରରେ ପବନ ବୋହିବାରୁ ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଗ୍ରାମରେ ଜଣଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ହଠାତ ବହୁ ଜୋରରେ ପବନ ମାଡ଼ିଆସିବାରୁ ଏକ ବିରାଟ ଲିମ୍ବ ଗଛ ଉପୁଡ଼ି ପଡିଯିବାରୁ ଉକ୍ତ ଗ୍ରାମର…
ଦୁଇ ସପ୍ତାହ ବଢିଲା ଲକ୍ଡାଉନ ଅବଧି
ନୂଆଦିଲ୍ଲୀ,୧।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଦେଶରେ ମେ’ ୧୭ ପର୍ଯ୍ୟନ୍ତ ଲକ୍ଡାଉନ ବଳବତ୍ତର ରହିବ…
କୋଭିଡ଼ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଭଦ୍ରକ ଅଫିସ, ୧ା୫- ଶୁକ୍ରବାର ସନ୍ଧ୍ୟାରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ପଶୁ ସମ୍ପଦ ନିର୍ଦ୍ଦେଶକ ରତ୍ନାକର ରାଉତ ଭଦ୍ରକ ଜିଲାରେ ପହଞ୍ଚି କୋଭିଡ଼-୧୯ର ସ୍ଥିତି ପ୍ରଶାସନିକ ପ୍ରସ୍ତୁତି ଓ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ସମୀକ୍ଷା…
ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା
କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ଗୋଟିଏ…
ରକ୍ତ ଭଣ୍ଡାରର ଅଭାବ ଦୂର କରିବାରେ ସାହାଯ୍ୟ କଲା ୨୭ ୟୁନିଟ୍ ରକ୍ତ
ବରଗଡ଼ ଅଫିସ୍,୧।୫: ଲକ୍ ଡାଉନ୍ ଯୋଗୁ ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି । ଏହି କ୍ରମରେ ବରଗଡ଼ ଜିଲା ଭାଜପା ପକ୍ଷରୁ ଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ୨୭ୟୁନିଟ୍ ରକ୍ତ…
Archives


