ଭୁବନେଶ୍ୱରରେ ବୁଲିବ ମାସ୍କ ମୋବାଇଲ ଭ୍ୟାନ୍
ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ଭୂୂତାଣୁ ସଂକ୍ରମଣ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ରାଜ୍ୟର ବିଭିନ୍ନ ଜିଲାରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ…
ସଂକ୍ରମଣ ବାଣ୍ଟୁଛି ମୁମ୍ବାଇ ହସ୍ପିଟାଲ: ପିପିଇ ସୁବିଧା ସତ୍ତ୍ୱେ ୨୦୦ରୁ ଊର୍ଦ୍ଧ୍ୱ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ
ନୂଆଦିଲ୍ଲୀ,୨୧।୪(ପିଟି): ଦେଶର ଅର୍ଥନୈତିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ଏବେ କରୋନା ହଟ୍ସ୍ପଟ୍ ପାଲଟିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୪୮୩ଜଣ ସଂକ୍ରମିତ ହୋଇଥିବାବେଳେ ୨୨୩ଜଣଙ୍କ ମୃତ୍ୟୁ ଘଟିଲାଣି। ସେଥିରୁ ମୁମ୍ବାଇ ସହରରେ କେବଳ ୨୨୬୮ଜଣ ସଂକ୍ରମିତ ହୋଇଛନ୍ତି। ବିଶେଷକରି ମୁମ୍ବାଇର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା…
ସଙ୍କଟରେ ଚାନ୍ଦୁଆ ଶିଳ୍ପ
ପିପିଲି, ୨୧ା୪: କରୋନା ଯୋଗୁ ମଣିଷର ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍ ପଡ଼ିନାହିଁ ପିପିଲିର ପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପ। ଫନୀ ବାତ୍ୟା ପରେ କଷ୍ଟେମଷ୍ଟେ ଅଣ୍ଟା ସଳଖି ଆସୁଥିବା ଚାନ୍ଦୁଆ କାରିଗରଙ୍କ ସମେତ ବ୍ୟବସାୟୀମାନେ ଏବେ କରୋନା ମାଡ଼ରେ…
ଭାରତକୁ ଚାଇନାର ସମାଲୋଚନା
ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) କ୍ଷେତ୍ରରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଭାରତ ଅଙ୍କୁଶ ଲଗାଇବାର ୨ ଦିନ ପରେ ଏହାକୁ ନେଇ ସୋମବାର ଚାଇନା ପ୍ରତିକ୍ରୟା ପ୍ରକାଶ କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍ରେ ବା…
ଚ୍ୟାଲେଞ୍ଜ ହୋଇପାରେ କୋଭିଡ୍ ପରବର୍ତ୍ତୀ କାର୍ଯ୍ୟସ୍ଥଳ
ନୂଆଦିଲ୍ଲୀ,୨୧ା୪: କୋଭିଡ୍-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସରକାର ଲକ୍ଡାଉନ ସମୟସୀମାକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଅଧିକାଂଶ କର୍ମଚାରୀ ଘରେ ରହି ଅଫିସ କାର୍ଯ୍ୟ କରିବାକୁ ନିୟମିତ କାର୍ଯ୍ୟକ୍ରମ ଭାବେ ଧରିନେଇଛନ୍ତି। କରୋନା ସର୍ମ୍ପୂ୍ଣ୍ଣ ନିୟନ୍ତ୍ରଣକୁ ଆସିବା…
ଇନ୍ଦୋର ଉଦାହରଣ ଦେଇ ବୁଝାଇଲେ
ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସେହିଭଳି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବାହାବା ସାଉଣ୍ଟିଛନ୍ତି ରାଜ୍ୟ ସରକାର। ତେବେ ଏହି ପରିପ୍ରେକ୍ଷୀରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ…
ପ୍ୟାରିସ୍ ପାଣିରେ କରୋନା ପଜିଟିଭ
ପ୍ୟାରିସ୍,୨୧ା୪: କରୋନା ମହାମାରୀର ପ୍ରକୋପରେ ଘାଣ୍ଟି ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଫ୍ରାନ୍ସର ସ୍ଥାନ ବିଶ୍ୱରେ ୪ର୍ଥ ଏବଂ ୟୁରୋପରେ ୩ୟ। ଏଠାରେ ଅଦ୍ୟାବଧି ଦେଢ଼ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି। ଏଭଳି ସ୍ଥଳେ…
୬ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା ମୁକାବିଲା କରୁଥିବା ରାଜ୍ୟ ସରକାର ସୋମବାର ୯୧୦୦.୨୯ କୋଟି ଟଙ୍କାର ପୁଞ୍ଜିିନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତିି। ଏଥିଯୋଗୁ ରାଜ୍ୟରେ ୬ ହଜାର ୫୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ ତମ…
ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ
ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହେବ। ଆସନ୍ତା ୨୬ ତାରିଖଠାରୁ ଠାକୁରଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଥାନ୍ତା। କରୋନା…
ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍
ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ,…
ବିନା ମାସ୍କରେ ଧରାପଡ଼ିଲେ ୨୬୯
ଭୁବନେଶ୍ୱର,୨୧ା୪ (ବ୍ୟୁରୋ): ସୋମବାରଠାରୁ କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ଲକ୍ଡାଉନ୍ ନିୟମରେ କୋହଳ କରାଯାଇଛି। ସେମାନେ ଆଇକାର୍ଡ ଦେଖାଇ ଅଫିସ୍ ଯାଉଛନ୍ତି। ପୂର୍ବଦିନ ଭଳି ପୋଲିସ ଏତେଟା କଡ଼ାକଡ଼ି ଚେକିଂ କରିନଥିଲା। ଏହାର ସୁଯୋଗ ନେଇ କେତେକ ଅମାନିଆ…
ଓଡ଼ିଶାକୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା
ଭୁବନେଶ୍ୱର,୨୧ା୪(ବ୍ୟୁରୋ): କରୋନା(କୋଭିଡ୍-୧୯)ସଂକ୍ରମଣ ମୁକାବିଲା ନେଇ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତିି। ଏହି ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଆଗୁଆ ପଦକ୍ଷେପ ଓ ପ୍ରସ୍ତୁତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମାଜିକ ଦୂରତ୍ୱ କଡାକଡି ଭାବେ…
Archives


