Home

ମୁମ୍ବାଇରୁ ଫେରିଥିଲେ କଟକ ସହରର ଏକମାତ୍ର ଆକ୍ରାନ୍ତ

କଟକ ଅଫିସ,୧୩।୬: କଟକ ଜିଲାରୁ ଶୁକ୍ରବାର ମୋଟ ୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ଜଣେ ଆକ୍ରାନ୍ତ କଟକ ସହରର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୩୭। ଏ ନେଇ କଟକ ମହାନଗର ନିଗମ…

ନିୟନ୍ତ୍ରଣରେ ଅଛି ଚାଇନା ସୀମା: ସେନା ମୁଖ୍ୟ

ଡେରାଡୁନ,୧୩।୬: ଭାରତୀୟ ସେନା ଏକାଡେମୀର ପାସିଂ ଆଉଟ ପରେଡରେ ଶନିବାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସେନାମୁଖ୍ୟ ଜେନରାଲ ମୁକୁନ୍ଦ ନରଓ୍ବଣେ। ସେଠାରେ ସେ କହିଛନ୍ତି ସୀମାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। କମାଣ୍ଡର ଲେବଲ ସହ ଏନେଇ କଥାବାର୍ତ୍ତା ହୋଇଛି। ଏହାପରେ…

ସୁରକ୍ଷାକର୍ମୀଙ୍କୁ ସଫଳତା: ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୩।୬: ଜମ୍ମୁ-କଶ୍ମୀରର ଅନନ୍ତନାଗ ଏବଂ କୁଲଗାମ୍‌ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତିି। କୁଲଗାମ୍‌ର ନିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ…

ନୟାଗଡ଼ରୁ ୭ କରୋନା ପଜିଟିଭ ଚିହ୍ନଟ: ଗୋଷ୍ଠୀ ସଂକ୍ରମଣ ଭୟରେ ୪ ଗାଁ, ଗୋଟିଏ ବଜାରକୁ ଶଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ନୟାଗଡ଼ ଅଫିସ/ ରଣପୁର, ୧୩।୬(ସ୍ବ.ପ୍ର.): ନୟାଗଡ଼ ଜିଲାରୁ ଶନିବାର ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତରେ ଶୁକ୍ରବାର ରାତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା।…

ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର କମିଲା: ପ୍ରତି ୩ ଜଣରେ ଜଣେ ସଂକ୍ରମିତ

ନୂଆଦିଲ୍ଲୀ, ୧୩।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏଠାରେ ଗତ ୧୨ ଦିନ ମଧ୍ୟରେ ମେ ୩୦ଠାରୁ ସଂକ୍ରମଣ ହାରରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। ମେ ୩୦ରେ ସଂକ୍ରମଣ ହାର ୧୪ ପ୍ରତିଶତ ଥିବାବେଳେ ଜୁନ୍‌…

ଗଧକୁ ମିଳିଲା ଜାମିନ

ଇସଲାମାବାଦ, ୧୩।୬: ପାକିସ୍ତାନରେ ଜୁଆ ଖେଳିବା ଅଭିଯୋଗରେ ଗିରଫ ହୋଇଥିବା ଗଧକୁ ଜାମିନ ମିଳିଛି। ଦକ୍ଷିଣ ପାକିସ୍ତାନରେ ଗଡ଼ ଦୌଡ଼ ଉପରେ ଜୁଆ ଖେଳ ହେଉଥିବା ଖବର ପାଇ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜୁଆ ଖେଲୁଥିବା ଅଭିଯୋଗରେ ୮ ଜଣଙ୍କୁ…

ବର୍ଷା ଆରମ୍ଭ, ୮୮୬ ରାସ୍ତା କଦର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଏପରିସ୍ଥଳେ ବହୁ ରାସ୍ତା ବେହାଲ ହୋଇଥିବାରୁ ଅଞ୍ଚଳବାସୀ ଚିନ୍ତାରେ ଅଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୩୦ଟି ଗ୍ରାମ୍ୟ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀପ୍ରାପ୍ତ ହୋଇଥିଲା। ତେବେ ଏଥିରୁ…

୨ ମହିଳା ଡାକ୍ତର କରୋନା ପଜିଟିଭ: ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶଟ୍‌ଡାଉନ ଘୋଷଣା

ଭବାନୀପାଟଣା/କେସିଙ୍ଗା, ୧୩।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଶନିବାର ଆଉ ୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ଜଣ ମହିଳା ଡାକ୍ତର ରହିଛନ୍ତି। ତେବେ ଏହି ୨ ଡାକ୍ତର ନର୍ଲାରେ ଚିହ୍ନଟ ହୋଇଥିବା ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ…

ପ୍ରଥମ ଥର ପାଇଁ କାମାକ୍ଷାରେ ହେବନି ଆମ୍ବୁବାଚି ମେଳା

ଗୁଆହାଟୀ, ୧୩।୬: ଭାରତରେ କରୋନା ମହାମାରୀ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ ବହୁ ଧର୍ମସ୍ଥଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି। ଚଳିତ ବର୍ଷ ଆସାମର ଶକ୍ତିପୀଠ କାମାକ୍ଷା ମନ୍ଦିରରେ…

ବାଘଛାଲ ର଼୍ୟାକେଟର ପର୍ଦ୍ଦାଫାସ: ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୩।୬(ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ଶନିବାର କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୨ଟି ଚିତା ବାଘଛାଲ ଜବତ କରାଯିବା ସହ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଏସ୍‌ଟିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।…

CORONAVIRUS UPDATE: ଦିନକରେ ଚିହ୍ନଟ ହେଲେ ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୩,୭୨୩

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ରାଜ୍ୟରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ୨୨୫ ଜଣଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୮୯୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୫୪ ହଜାର ୩୩୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri