ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ
ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଥିସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ୧୬ ହଜାର…
ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର
ପୁରୀ,୧୪ା୧୧(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଊର୍ଦ୍ଧ୍ୱ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ…
ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍
ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି ପ୍ରସ୍ତୁତ…
ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ
ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିଥିବା ବେଳେ…
ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ
ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ଚୋରି ଘଟଣାରେ ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି। ନିଜେ ଗଞ୍ଜାମ ଏସପି ସୁଭେନ୍ଦୁ…
ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଛାତ୍ରୀଛାତ୍ରଙ୍କ ପାଇଁ…
ଭୁବନେଶ୍ୱର,୧୪।୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି…
ମଧ୍ୟାହ୍ନଭୋଜନକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୧୧: ମଧ୍ୟାହ୍ନଭୋଜନରେ ପ୍ରତି ବିଦ୍ୟାର୍ଥୀଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନର ବଜାର ଦରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୩ ଲକ୍ଷ ବିଦ୍ୟାର୍ଥୀ ପାଉଛନ୍ତି…
ସରକାରୀ ନିୟମ ଅନୁଯାୟୀ ଧାନ ସଂଗ୍ରହ କରନ୍ତୁ, ନହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪।୧୧: ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ…
ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ
ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍ ଓ ଗାଡ଼ି ଯୋଗେ ଏହି ମହାବଳ ବାଘୁଣୀକୁ ସୁରକ୍ଷିତ ଭାବେ ଶିମିଳିପାଳରେ ପହଞ୍ଚାଯାଇଛି। ପ୍ରଥମ…
ତିନିବର୍ଷ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚିତ୍ର ପୁରସ୍କାର: ବାଜି ମାରିନେନେଲା ଏହି ଚାରି ସିନେମା
ଭୁବନେଶ୍ୱର,୧୪।୧୧: ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ଏକାସାଙ୍ଗରେ ତିନି ବର୍ଷ ପାଇଁ ପୁରସ୍କାର ଘୋଷଣା ହୋଇଥିବା ବେଳେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା…
ଭରା ଦର୍ଶକଙ୍କ ଆଗରେ ପ୍ରଦର୍ଶନ କରୁଥିଲେ ମିକା ସିଂହ; ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ପାକିସ୍ତାନୀ ପ୍ରଶଂସକ
ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଗାୟକ ମିକା ସିଂହ ନିଜର ହିଟ୍ ଗୀତ ପାଇଁ କେବଳ ଭାରତରେ ନୁହେଁ ବିଶ୍ୱରେ ପ୍ରସିଦ୍ଧ। ଅନେକ ବ୍ଲକବଷ୍ଟର ଗୀତାରେ ସେ ନିଜର ନିଜର ସ୍ୱର ଦେଇଛନ୍ତି। ଏବେ ମିକା ଆମେରିକାରେ କନସର୍ଟ କରୁଛନ୍ତି। ମିକାଙ୍କ…
ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା: ପ୍ରକାଶ ପାଇଲା ସୂଚୀ, ଜାଣନ୍ତୁ କେଉଁ ଦିନ କ’ଣ
ଭୁବନେଶ୍ୱର,୧୪।୧୧: ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ କରିଛି। ୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା, ୨୪ ତାରିଖରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ହେବ। ସେହିପରି…

