Home Middle

କିଏ କବାଟ ତ କିଏ ଲୁଟି ନେଉଛି ଇଟା…ୟୁନୁସ୍‌ଙ୍କ ଚେତାବନୀ ସତ୍ତ୍ୱେ ଶେଖ ମୁଜିବୁର ରେହମାନଙ୍କ ଘରୁ ଲୁଟ୍‌ପାଟ୍‌ ଜାରି

ଢାକା,୭।୨:ବାଂଲାଦେଶର ଧାନମଣ୍ଡିର ରୋଡ୍‌ ୩୨ରେ ଅବସ୍ଥିତ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଘର ଏକ ଭୂତକୋଠିରେ ପରିଣତ ହୋଇଗଲାଣି। ପୋଡ଼ାଜଳା ଏବଂ ଲୁଟପାଟ ପରେ ଲୋକମାନେ ଏବେ ଧ୍ୱଂସପ୍ରାପ୍ତ ଐତିହାସିକ ଘରୁ ଲୁହା ରଡ୍‌ କାଟି ନେଉଛନ୍ତି। ସେମାନେ ସେହି…

ଚାଷୀଙ୍କ ପାଇଁ ବଡ଼ ଖବର: ପୁଣି ବଢ଼ିପାରେ MSP

ଭୁବନେଶ୍ୱର,୭।୨: ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଧାନ ସହ ଡାଲି ଏବଂ ତୈଳଜାତୀୟ ଦ୍ରବ୍ୟର ବି ସହାୟକ ମୂଲ୍ୟ ବୃଦ୍ଧି କରିପାରନ୍ତି ସରକାର। ଶୁକ୍ରବାର ଏନେଇ ପୂର୍ବ ଭାରତ ରାଜ୍ୟ ସମୂହ ବୈଠକରେ କେନ୍ଦ୍ର ପାଖରେ ପ୍ରସ୍ତାବ…

କଟକ ବାଲି ଯାତ୍ରାକୁ ମିଳିନାହିଁ ଜାତୀୟ ମାନ୍ୟତା: ଜାଣନ୍ତୁ କ’ଣ କହିଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ

କଟକ,୭ା୨: ଐତିହାସିକ କଟକ ବାଲିଯାତ୍ରାକୁ ଏପର୍ଯ୍ୟନ୍ତ ମିଳିନାହିଁ ଜାତୀୟ ମାନ୍ୟତା। କେନ୍ଦ୍ର ସରକାର ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନଥିବାରୁ ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ। ଶୁକ୍ରବାର ବିଜେଡି ରାଜ୍ୟସଭା ଏମପି ଦେବାଶିଷ ସାମନ୍ତରାୟ ଏହା କହିଛନ୍ତି। କେନ୍ଦ୍ର ସଂସ୍କୃତି…

କାଲି ରେଜଲ୍ଟ, ଆଜି କେଜରିଓ୍ବାଲଙ୍କ ଘରେ ପଶିଲା ପୋଲିସ, ଦିଲ୍ଲୀରେ ହଇଚଇ

ନୂଆଦିଲ୍ଲୀ,୭।୨: ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ପୋଲିସ ପଶିଛି। ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଚହଳ ପଡିଛି। ଆମ ଆଦମୀ ପାର୍ଟି ଦ୍ୱାରା ଭାଜପା ବିରୋଧରେ ଲାଞ୍ଚ ମାମଲା…

ଏହିଦିନ ମିଳିବ ସୁଭଦ୍ରା ଟଙ୍କା:୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ଭୁବନେଶ୍ୱର,୭।୨: ଆସନ୍ତାକାଲି ଅର୍ଥାତ୍‌ ଶନିବାର ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ…

କ’ଣ ବିରାଟ କୋହଲି ବାରବାଟୀ ଦିନିକିଆରେ ଖେଳିବା ପୂର୍ବରୁ ଫିଟ୍ ହୋଇପାରିବେ ?

ଭୁବନେଶ୍ୱର, ୭ା୨: ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲି ନାଗପୁରରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିପାରି ନଥିଲେ କାରଣ ତାଙ୍କର ଡାହାଣ ଆଣ୍ଠୁ ଫୁଲିଯାଇଥିଲା। ଏହା ଫିଟନେସ୍ ପ୍ରତି ସଚେତନ ବ୍ୟାଟରଙ୍କ ପାଇଁ ଏକ ଅସାଧାରଣ ଘଟଣା। ଯଦିଓ ତାଙ୍କୁ…

ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ: ନିଆଁକୁ ନିୟନ୍ତ୍ରଣ କଲେ ଅଗ୍ନିଶମବାହିନୀ , ଦେଖନ୍ତୁ ଭୟାନକ ଭିଡ଼ିଓ

ପ୍ରୟାଗରାଜ,୭।୨: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା କ୍ଷେତ୍ରରେ ଅଗ୍ନିକାଣ୍ଡ ଘଟିଛି। ହେଲେ ଅଗ୍ନିଶମବାହିନୀ ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଅଗ୍ନିକାଣ୍ଡ ଘଟଣା ପିପା ବ୍ରିଜ ନମ୍ବର ୧୮ ନିକଟରେ ଘଟିଛି। ଆରଏଏଫ୍‌, ୟୁପି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି…

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ: କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୭ା୨(ସୂର୍ଯ୍ୟକାନ୍ତ ବେହେରା):କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ମେ’ଫେୟାର ହୋଟେଲ୍‌ରେ ରହିବେ। କମିଶନରେଟ ପୋଲିସ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ…

କଟକ ଦିନିକିଆରେ କୋହଲି ଖେଳିବେ ନା ନାହିଁ: ଆସିଲା ବଡ଼ ଅପଡେଟ୍‌

ନାଗପୁର,୭।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ନ ଖେଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। କୋହଲି ବିଶ୍ୱର ସବୁଠାରୁ ଫିଟ ଖେଳାଳିଙ୍କ ମଧ୍ୟରୁ ଜଣେ, ତେଣୁ ଫିଟନେସ କାରଣରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ ଦିଆଯିବା ଏକ ଏପରି ଖବର…

ମୁଦ୍ରା ନୀତିରେ RBIର ବଡ଼ ଘୋଷଣା, ୫ ବର୍ଷ ପରେ ରେପୋ ହାର ହ୍ରାସ

ମୁମ୍ବାଇ,୭ା୨: ଅର୍ଥନୀତିକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ହାରକୁ ୨୫ ବେସିସ ପଏଣ୍ଟ ହ୍ରାସ କରି୬.୫ ପ୍ରତିଶତରୁ ୬.୨୫ ପ୍ରତିଶତ କରିଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ସକାଳେ ଘୋଷଣା କରିଛନ୍ତି ଯେ ମୁଦ୍ରା ନୀତି…

ମହାରାଷ୍ଟ୍ର ରାଜନୀତିରେ ପୁଣି ହଇଚଇ: ଉଦ୍ଧବଙ୍କ ହାତ ଛାଡ଼ିବେ ୬ ଏମ୍‌ପି!

ପୁଣେ,୭।୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଶିବସେନା (ୟୁବିଟି)ଚିନ୍ତାରେ ଅଛି। ଅନେକ ନେତା ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତିତ। ଉଦ୍ଧବ ଠାକରେ ଗୋଷ୍ଠୀରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ଉଦ୍ଧବ ଗୋଷ୍ଠୀର ୬ ଜଣ ଏମ୍‌ପି…

ଯାତ୍ରା ମହାମୁକାବିଲା ଆରମ୍ଭ: ଦୁଲୁକିଲା ଯାତ୍ରା ପେଣ୍ଡାଲ୍‌

ଭୁବନେଶ୍ୱର,୭।୨(ସୌମ୍ୟରଞ୍ଜନ ରାଉତ): ଆରମ୍ଭ ହେଲା ଖଣ୍ଡଗିରିରେ ଯାତ୍ରାର ମହାପର୍ବ। ଅପେରା ପେଣ୍ଡାଲରେ ଜଲିଉଡ୍‌ ଦୁନିଆର ବଡ଼ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନରେ ମଞ୍ଚ ଦୁଲୁକାଇ ଦେଖାଇଛନ୍ତି। ଏନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଗୁରୁବାର ୪ଟି ପେଣ୍ଡାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?