୮ ମାସରେ ୨୬ ଛାତ୍ରୀଛାତ୍ର ମୃତ:ଅବ୍ୟବସ୍ଥା ଘେରରେ ଆଦିବାସୀ ଆବାସିକ ବିଦ୍ୟାଳୟ

ଭୁବନେଶ୍ୱର, (ଏଜେନ୍ସି)୧୦ା୩ :ରାଜ୍ୟରେ ଏସ୍‌ସି, ଏସ୍‌ଟି ବିଭାଗ ଦ୍ୱାରା ପରିଚାଳିତ ମୋଟ ୧୭୪୬ ଆଦିବାସୀ ଆବାସିକ ବିଦ୍ୟାଳୟ ରହିଛି। ଉକ୍ତ ସ୍କୁଲଗୁଡ଼ିକରେ ପ୍ରାୟ ୫.୭ ଲକ୍ଷ ଛାତ୍ରୀଛାତ୍ର ପଢ଼ୁଥିବାବେଳେ ସେମାନଙ୍କ ରହିବା ପାଇଁ ୬,୭୦୦ ହଷ୍ଟେଲ ନିର୍ମାଣ କରାଯାଇଛି। ତେବେ ଅନେକ ଆବାସିକ ସ୍କୁଲରେ ଦୁର୍ବଳ ଭିତ୍ତିଭୂମି, ସ୍ବଚ୍ଛତାର ଅଭାବ ରହିଥିବାବେଳେ  ସେମାନଙ୍କୁ ପାଠ ପଢ଼ାଇବା ଏବଂ ଦେଖାଶୁଣା ପାଇଁ ପର୍ଯ୍ୟାପ୍ତ ଷ୍ଟାଫ୍‌ ନାହାନ୍ତି। ଯେଉଁମାନେ ବି ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ଅବହେଳା ପିଲାଙ୍କ ଦୁର୍ଦ୍ଦଶାକୁ ବଢ଼ାଇଦେଇଛି। ଉପଯୁକ୍ତ ସ୍ବାସ୍ଥ୍ୟସେବା ଓ ଅନ୍ୟ ଡାକ୍ତରୀ ସୁବିଧା ସ୍ଥିତିକୁ ସଙ୍ଗିନ କରିଦେଇଛି। ଏଥିଯୋଗୁ ପିଲା ବାରମ୍ବାର ମୃତ୍ୟୁମୁଖରେ ପଡ଼ୁଥିବା ଅଭିଯୋଗ ହେଉଛି। ଏଭଳି ମୃତ୍ୟୁର କାରଣ ଖୋଜିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ ଜୁଲାଇ ୩ରେ ରାୟଗଡ଼ା ଜିଲା ଦୁର୍ଗାପଦୁ ଆଶ୍ରମ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ମନୀଷା ମଣ୍ଡାଙ୍ଗି(୧୦)ଙ୍କୁ ଜ୍ୱର ହୋଇଥିଲା। ହଷ୍ଟେଲର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଘନ ଶବର ତାଙ୍କୁ ପାରାସିଟାମୋଲ ଖାଇବାକୁ ଦେଇ ନିଜ ଦାୟିତ୍ୱ ସାରିଦେଇଥିଲେ। ମନୀଷା ଡାକ୍ତରଙ୍କ ବିନା ପରାମର୍ଶରେ ୬ ଦିନ ଧରି କେବଳ ପାରାସିଟାମୋଲ ଖାଇବାରୁ ତାଙ୍କ ସ୍ବାସ୍ଥ୍ୟ ଆହୁରି ବିଗିଡ଼ିଯାଇଥିଲା।  ୭ ତାରିଖରେ ଆଶାକର୍ମୀ ରକ୍ତ ପରୀକ୍ଷା କରାଇବାରୁ ମନୀଷାଙ୍କୁ ମ୍ୟାଲେରିଆ ହୋଇଥିବା ଜଣାପଡ଼ିଲା।  ଦିନକ ପରେ ହଷ୍ଟେଲ ରୋଷେୟା ତଥା ଆଟେଣ୍ଡାଣ୍ଟ  ପୁନଗୁ ପୁଆଳ ତାଙ୍କୁ ଜିଲା ମୁଖ୍ୟାଳୟ ହସ୍ପିଟାଲକୁ ନେବାବେଳକୁ ବାଟରେ ମନୀଷାଙ୍କ ବାପା ସେମାନଙ୍କୁ ଭେଟି ଝିଅକୁ ଘରକୁ ନେଇଯିବାକୁ କହିଥିଲେ। ଶବର ଓ ପୁଆଳ ଏଥିରେ ରାଜି ହୋଇ ମନୀଷାଙ୍କୁ ତାଙ୍କ ଘରେ ଛାଡ଼ିଦେଇଥିଲେ। ଏହାର କିଛି ସମୟ ପରେ ସେମାନେ ଖବର ପାଇଲେ, ମନୀଷା ଆଉ ନାହାନ୍ତି। ମନୀଷା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପ୍ରାଣ ହରାଇଥିବା ପ୍ରଥମ ଛାତ୍ରୀ ନୁହନ୍ତି। ଦେଶର ତୃତୀୟ ସର୍ବାଧିକ ଆଦିବାସୀ ବହୁଳ ରାଜ୍ୟ ଓଡ଼ିଶାର ଅପହଞ୍ଚ ଇଲାକାରେ ଏଭଳି ଅନେକ ଦୃଷ୍ଟାନ୍ତ ରହିଛି। ଛାତ୍ରାବାସଗୁଡ଼ିକରେ ପିଲାଙ୍କ ଅକାଳ ମୃତ୍ୟୁ,  ଆତ୍ମହତ୍ୟା, ଛାତ୍ରୀମାନେ ଗର୍ଭବତୀ ହେବା ଭଳି ଖବର ନିୟମିତ ବ୍ୟବଧାନରେ ଶିରୋନାମା ମଣ୍ଡନ କରୁଛି। ଗତ ଜାନୁଆରୀରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରଥମେ ଏହି ବିଷୟରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଅବହେଳା ଯୋଗୁ ମନୀଷାଙ୍କ ମୃତ୍ୟୁ ଘଟିଥିବା ନେଇ ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ସେ ବିଧାନସଭାକୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲା କେନ୍ଦୁଝରସ୍ଥିତ ଘଷିପୁରାର ନୂଆମାଳିଆ ଆଶ୍ରମ ସ୍କୁଲ ହଷ୍ଟେଲରେ ଗତ ଅଗଷ୍ଟ ୧୨ରେ ୧୩ ବର୍ଷୀୟା ଛାତ୍ରୀ ମଇନା ହୋ ବାନ୍ତି କରିଥିଲେ। ୨ ଦିନ ଧରି ବାନ୍ତି କରିବା ପରେ ସେ ଦୁର୍ବଳ ହୋଇଯିବାରୁ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ।
 ସେଠାରେ ପ୍ରାଥମିକ ଚିକିତ୍ସା କରାଇ ପୁଣି ହଷ୍ଟେଲକୁ ଆଣିଥିଲେ। ଅଗଷ୍ଟ ୧୨ରେ ଛାତ୍ରୀ ମଇନା ଆଖି ବୁଜିଦେଇଥିଲେ। ସେହି ଅଗଷ୍ଟ ମାସ ୨ ତାରିଖରେ କୋରାପୁଟ ଜିଲା ନାରାୟଣପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ସଙ୍ଗୀତା ଟାଡ଼ିଙ୍ଗି ଜ୍ୱରରେ ପଡ଼ିଥିଲେ। ବିନା ଚିକିତ୍ସାରେ ହଷ୍ଟେଲରେ ୨ ଦିନ ଧରି ପଡ଼ିରହିଥିଲେ।  ୪ ତାରିଖରେ ସ୍ଥିତି ଖରାପ ହେଉଥିବା ଦେଖି ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସଙ୍ଗୀତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ବଡ଼ ଡାକ୍ତରଖାନାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ଡିସେମ୍ବରରେ ମୟୂରଭଞ୍ଜ ଜିଲା କୁଳିଆଣା ବ୍ଲକ୍‌ ଅସନଯୋଡ଼ା ଆଶ୍ରମ ଛାତ୍ରୀ ଇନ୍ଦ୍ରବତୀ ମୁର୍ମୁଙ୍କ ଦେହରେ ଚିକେନ୍‌ ପକ୍ସ ଦେଖାଦେଇଥିଲା। ଆବାସିକ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା ନ କରାଇ ଘରକୁ ଯିବାକୁ ଦେଇଥିଲେ। ଛାତ୍ରୀ ଜଣକ ଏହାର ୪ ଦିନ ପରେ ଘରେ ଆଖି ବୁଜିଦେଇଥିଲେ।
ଆବାସିକ ସ୍କୁଲଗୁଡ଼ିକରେ ଅବହେଳା ଏତିକିରେ ସୀମିତ ହୋଇ ରହିନାହିଁ। ଜାନୁଆରୀ ୨୮ ମଧ୍ୟରାତ୍ରିରେ ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳର ସିହିଡ଼ା ପ୍ରାଥମିକ ବିଦ୍ୟାଳୟର ୧୫ ଛାତ୍ରୀଛାତ୍ର (୫ରୁ ୧୧ ବର୍ଷର) ହଷ୍ଟେଲ ଛାଡ଼ି ଚାଲିଯାଉଥିବାବେଳେ ୫ କି.ମି. ଦୂର ବାରକୋଟଠାରେ ପଡ଼ୋଶୀ ଦେବଗଡ଼ ଜିଲା ପୋଲିସ ସେମାନଙ୍କୁ ଠାବ କରିଥିଲା। ପରବର୍ତ୍ତୀ ୧୨ ଘଣ୍ଟା ପର୍ଯ୍ୟନ୍ତ ସ୍କୁଲ କର୍ତ୍ତୃପକ୍ଷ ଏହାର ଟେର ପାଇ ନ ଥିଲେ।  ଏହି ସ୍କୁଲ ମଧ୍ୟ ଏସ୍‌ସି, ଏସ୍‌ଟି ବିଭାଗ ଅଧୀନରେ ପରିଚାଳିତ। ସେହିପରି ଫେବୃଆରୀ ୨୪ ରାତିରେ ମୟୂରଭଞ୍ଜ ଜିଲା ବାସିପିଠା ସରକାରୀ ହାଇସ୍କୁଲର ଶତାଧିକ ଛାତ୍ରୀଛାତ୍ର ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା
ଓ ଅବହେଳା ଯୋଗୁ ଭୋଗୁଥିବା ଯନ୍ତ୍ରଣା ସମ୍ପର୍କରେ ଜିଲାପାଳଙ୍କୁ ଭେଟିବା ପାଇଁ ରାତିରେ ୨୦ କି.ମି. ଚାଲି ଚାଲି ବାରିପଦାକୁ ଯାଇଥିଲେ। ୨୦୨୪ ଅଗଷ୍ଟରେ କନ୍ଧମାଳ ଜିଲା ଜି. ଉଦୟଗିରି ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା। ଦୀନେଶ ପ୍ରଧାନ ନାମକ ଜଣେ ଯୁବକ ତାଙ୍କୁ ବାରମ୍ବାର ବଳାତ୍କାର କରିବା ସହ କାହାକୁ କିଛି ନ ଜଣାଇବା ପାଇଁ ଧମକ ଦେଇଥିଲେ। ଆଦିବାସୀ ଛାତ୍ରୀ ଆନିମିଆ ଓ ଏପିଲେପ୍ସିରେ ପୀଡ଼ିତ ହେବା ପରେ ତାଙ୍କୁ ପ୍ରଥମେ କନ୍ଧମାଳ ଜିଲା କଳିଙ୍ଗା ପ୍ରାଥମିକ ସ୍ବାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ଖରାପ ହେବାରୁ ତାଙ୍କୁ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ହାଇକୋର୍ଟ ବିଚାରପତି ଡ. ଏସ୍‌.କେ. ପାଣିଗ୍ରାହୀ  ମାର୍ଚ୍ଚ ୩ରେ ୧୩ ବର୍ଷୀୟାଙ୍କ ୨୪ ସପ୍ତାହର ଗର୍ଭଭଙ୍ଗ ପାଇଁ ଅନୁମତି ଦେଇଛନ୍ତି। ଏଥିସହ ସ୍କୁଲଗୁଡ଼ିକର ପରିଚାଳନା ସକାଶେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୧ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?