ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଭୁବନେଶ୍ୱର,୧୩।୨: ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ୧୯୯୫-୨୦୦୦ ମସିହା ଯାଏ ଚୌଦାର ବିଧାୟକ…
ହାଇ-ଭୋଲଟେଜ ମ୍ୟାଚ୍ ପୂର୍ବରୁ ଟେନ୍ସନ୍ରେ ଭାରତ: ଏହି ୪ ବଡ଼ କାରଣ
ନୂଆଦିଲ୍ଲୀ,୧୩।୨: ଟି୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଫେବୃଆରୀ ୧୫ରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ରାଜନୈତିକ ବିବାଦ ଏବଂ ବୟକଟ ଧମକ ଯୋଗୁ ଏହି ମ୍ୟାଚ ପୂର୍ବରୁ ବହୁତ ଚର୍ଚ୍ଚା ସୃଷ୍ଟି…
ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ, ମସ୍ତିସ୍କାଘାତ ଯୋଗୁଁ…
ଭୁବନେଶ୍ବର,୧୩ା୨: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଅସୁସ୍ଥ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ଏକ…
ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିପାରନ୍ତି ଅଭିଷେକ ଶର୍ମା; ଖରାପ ଖବର ଦେଲେ ସୂର୍ଯ୍ୟକୁମାର ଯାଦବ
ନୂଆଦିଲ୍ଲୀ,୧୩।୨: ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟର ଅଭିଷେକ ଶର୍ମା ଅସୁସ୍ଥତା କାରଣରୁ ଆଗାମୀ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ରୁ ବାଦ୍…
୧୭ ବର୍ଷର ନିର୍ବାସନ ପରେ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ, ଭାରତକୁ ଏପରି କହିଛନ୍ତି ତାରିକ୍ ରହମାନ
ଢାକା/ନୂଆଦିଲ୍ଲୀ,୧୩।୨: ୧୭ ବର୍ଷର ଦୀର୍ଘ ପ୍ରତୀକ୍ଷା ଓ ନିର୍ବାସନ ପରେ ବାଂଲାଦେଶ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଘଟିଛି। ତାରିକ୍ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ସାଧାରଣ ନିର୍ବାଚନରେ ବୃହତ ବିଜୟ ହାସଲ କରିଛି। ଏହି ସଫଳତା ସହ…
ତାରିକ ରହମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି, କହିଲେ ଭାରତ ବାଂଲାଦେଶର ସମର୍ଥନରେ ଠିଆ ହେବ
ଢାକା,୧୩।୨: ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶ ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ କରିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟ ତାରିକ ରହମାନଙ୍କୁ ଅଭିନନ୍ଦନ…
‘ଛୁଟିରେ ରହିପାରିବେ ନାହିଁ କୌଣସି ସଚିବ’
ଭୁବନେଶ୍ୱର,୧୩ା୨(ରବିନାରାୟଣ ଜେନା): ରାଜ୍ୟକୁ ଉନ୍ନତ କରିବାକୁ ହେବ ଓ ସରକାରୀ କାର୍ଯ୍ୟରେ ଯେଭଳି ବାଧା ନ ଉପୁଜିବ, ତାହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସବୁ ବିଭାଗର ସଚିବଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯୋଜନା ଓ…
ଚାଞ୍ଚଲ୍ୟ: ୪ଟି କାର୍ରେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର; ଭିଡିଓ କରି…
ଭୋପାଳ,୧୩।୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଏକାଦଶ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ୪ଟି ଅଲଗା ଅଲଗା ଗାଡ଼ିରେ ଗଣବଳାତ୍କାର କରାଯାଇଛି। କେବଳ ଏତିକି ନୁହେଁ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ୍ କରାଯାଇଥିବା…
ବାଂଲାଦେଶ ନିର୍ବାଚନରେ ବିଏନପି ବିପୁଳ ବିଜୟ, ୩୬ ବର୍ଷ ପରେ ପୁରୁଷ ପ୍ରଧାନମନ୍ତ୍ରୀ
ଢାକା,୧୩।୨: ଦୀର୍ଘ ୨୦ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ବାଂଲାଦେଶ ଜାତୀୟତାବାଦୀ ଦଳ (BNP) ପୁଣି ଥରେ ଦେଶର ଶାସନ ଗାଦିକୁ ଫେରିବାକୁ ଯାଉଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନରେ ବିଏନପି ସଂଖ୍ୟାଗରିଷ୍ଠତା ହାସଲ କରି ଏକ ବୃହତ ବିଜୟ ଆଡ଼କୁ…
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୩।୨: ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଏବଂ ଗୁଜରାଟ ଯାଏ ପରିବ୍ୟାପ୍ତ ଆରାବଳୀ ପର୍ବତ ଶ୍ରେଣୀରେ କୌଣସି କାର୍ଯ୍ୟ କରିବାକୁ କାହାରିକୁ ଅନୁମତି ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଗୁରୁବାର ସ୍ପଷ୍ଟ କରିଛନ୍ତି। ହରିୟାଣା ସରକାର ଏହି ପର୍ବତ ଶ୍ରେଣୀରେ ଏକ ଜଙ୍ଗଲ…
ବାଂଲାଦେଶ ନିର୍ବାଚନ: ବିଏନ୍ପି ଆଗରେ
ଢାକା,୧୩।୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନେତୃତ୍ୱାଧୀନ ଆଓ୍ବାମୀ ଲିଗ୍ ସରକାର ୨୦୨୪ ଅଗଷ୍ଟରେ କ୍ଷମତାଚ୍ୟୁତ ହେବା ପରେ ନୂଆ ସରକାର ଗଠନ ପାଇଁ ସେଠାରେ ଗୁରୁବାର ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହୋଇଛି। ଅପରାହ୍ନ ୪ଟା ୩୦ ମିନିଟ୍ରେ ମତଦାନ…
ସ୍କୁଲରେ ବିଜ୍ଞାନ ଶିକ୍ଷକଙ୍କ ‘ପ୍ରେମ ପାଠ’: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଥାନାରେ ମାମଲା ରୁଜୁ
ଦେବଗଡ,୧୨।୨(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟାଳୟରେ ଶିକ୍ଷକଙ୍କ ଅଭଦ୍ରାମି। ବିଜ୍ଞାନ ପାଠ ବଦଳରେ ଛାତ୍ରୀଙ୍କୁ ପଚାରୁଛନ୍ତି ‘ହଗ୍-ଡେ’ ଓ ‘ପ୍ରପୋଜ୍-ଡେ’। ଦେବଗଡ଼ ଜିଲା ରିଆମାଳ ବ୍ଲକରୁ ଆସିଛି ଏଭଳି ଏକ ସମ୍ବେଦନଶୀଳ ଖବର। କୁଣ୍ଢେଇଗୋଳା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ବିଜ୍ଞାନ ଶିକ୍ଷକଙ୍କ…
Archives


