Home Middle

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ବିଜୟଓ୍ବାଡ଼ା,୨୪।୭: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍‌ କୁମାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ…

ଘନେଇଲା କଶ୍ମୀର ପ୍ରସଙ୍ଗ: ରାଜନାଥ ରଖିଲେ ଉତ୍ତର; କଂଗ୍ରେସ ସଦସ୍ୟଙ୍କ ଗୃହତ୍ୟାଗ

ନୂଆଦିଲ୍ଲୀ,୨୪।୭: କଶ୍ମୀର ପ୍ରସଙ୍ଗ ବୁଧବାର ପୁଣି ଘନେଇଛି। ଏହାକୁ ନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଲୋକ ସଭାରେ ଉତ୍ତର ରଖିଥିଲେ ମଧ୍ୟ ବିରୋଧୀ କଂଗ୍ରେସ ସଦସ୍ୟ ପ୍ରବଳ ହଟ୍ଟଗୋଳ କରି ଗୃହତ୍ୟାଗ କରିଛନ୍ତି। ରାଜନାଥ ସିଂ କହିଥିଲେ ଯେ, ଜୁନ୍‌ ମାସରେ…

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହା ଦ୍ୱାରା ନଦୀ ପ୍ରତି ବିପଦ ସୃଷ୍ଟି ହେବା ସହିତ…

ପାକିସ୍ତାନରେ ରହିଛି ୪୦ ଆତଙ୍କବାଦୀ ସଂଗଠନ: ଇମ୍ରାନ୍‌

ଓ୍ବାଶିଂଟନ,୨୪।୭: ପାକିସ୍ତାନରେ ୪୦ ଆତଙ୍କବାଦୀ ସଂଗଠନ କାମ କରୁଛି। ଏସବୁ ସଂଗଠନରେ ୩୦ରୁ ୪୦ ହଜାର ସଦସ୍ୟ ରହିଛନ୍ତି।ଏନେଇ ପୂର୍ବରୁ କ୍ଷମତାରେ ଥିବା ସରକାର ଗତ ୧୫ ବର୍ଷ ଧରି ଆମେରିକାକୁ କୌଣସି ସୂଚନା ଦେଇ ନ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ…

ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାକିସ୍ତାନର ଲକ୍ଷ୍ୟ: ଛପା ହେଉଛି ନକଲି ୨ ହଜାର ଟଙ୍କା ନୋଟ୍‌

ନୂଆଦିଲ୍ଲୀ,୨୪।୭: ଭାରତୀୟ ଅର୍ଥବ୍ୟବସ୍ଥାକୁ ସଙ୍କଟରେ ପକାଇବା ପାଇଁ ପାକିସ୍ତାନ ଯୋଜନା କରିଛି। ଏନେଇ ପାକିସ୍ତାନରେ ଛପା ହେଉଥିବା ନକଲି ୨ ହଜାର ଟଙ୍କିଆ ନୋଟ୍‌ ଭାରତକୁ ପଠାଉଛି। ଲୋକ ସଭାରେ କେନ୍ଦ୍ର ସରକାର ଏହା ସ୍ବୀକାର ମଧ୍ୟ କରିଛନ୍ତି। ତେବେ ଏହାକୁ…

ଦେଶର ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସୀମିତ

ନୂଆଦିଲ୍ଲୀ,୨୪।୭: କର୍ନାଟକରେ କଂଗ୍ରେସ ମେଣ୍ଟ ସରକାରର ପତନ ପରେ ଏବେ ଦାକ୍ଷିଣାତ୍ୟରେ କୌଣସି ରାଜ୍ୟରେ କଂଗ୍ରେସ ସରକାର ନାହିଁ। ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଂଗ୍ରେସ ସରକାର ସୀମିତ ହୋଇ ରହିଯାଇଛି। ରାଜ୍ୟ ମଧ୍ୟରେ ପଞ୍ଜାବ, ମଧ୍ୟପ୍ରଦେଶ,…

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର ଉପରେ ନଜର ପକାଇବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏନେଇ…

ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ

ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ ହେଉଛି। ଭାରତରେ ପ୍ରତି ବ୍ୟକ୍ତି ବର୍ଷରେ ୫୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ନଷ୍ଟ…

ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ଗତ ସାଧାରଣ ନିର୍ବାଚନରେ ସ୍ଥଗିତ ରହିଥିବା ପାଟକୁରା ବିଧାନସଭା ଆସନର ଭୋଟ ଗ୍ରହଣ ଗତ ୨୦ ତାରିଖରେ ହୋଇଥିଲା। କେନ୍ଦ୍ରାପଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ପରିସରରେ ବୁଧବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ପ୍ରଥମ…

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ସୋମବାର ଆଲୋଚନା ବେଳେ କହିବା ଘଟଣାକୁ ନେଇ ଅପ୍ରୀତିକର…

ପାଗ ଭିଡ଼ୁଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୨୪ା୭: କର୍ନାଟକ ବିଧାନସଭାରେ ୧୪ ମାସର କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଆସ୍ଥାଭୋଟରେ ପରାଜୟବରଣ କରିବା ପରେ ଭାଜପା ରାଜ୍ୟରେ ସରକାର ଗଠନ କରିବା ଲାଗି ଆଗେଇ ଆସିଛି। ୪ ଦିନ ଧରି ଆସ୍ଥାଭୋଟ ଲାଗି ଚାଲିଥିବା ନାଟକକୁ ନିରୀକ୍ଷଣ କରି ନୀରବରେ…

ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ ନିଖୋଜ ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ହେବ। ମଙ୍ଗଳବାର ଅପରାହ୍ନରେ ବସିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri