ଚିଦାମ୍ବରମ ଗିରଫ
ନୂଆଦିଲ୍ଲୀ,୨୧ା୮: ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି ଟିମ୍ ତାଙ୍କୁ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ…
ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ
ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨ କୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ଅଗଷ୍ଟ…
ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି: ଫିଲ୍ଡ ଅପରେଶନ୍ରେ ଯିବେ ୨୦୬ ସେନା ଅଧିକାରୀ
ନୂଆଦିଲ୍ଲୀ,୨୧।୮: ଭାରତୀୟ ସେନା ମୁଖ୍ୟାଳୟରେ ନିଯୁକ୍ତ ଥିବା ୨୦୬ ଅଧିକାରୀଙ୍କୁ ଫିଲ୍ଡ ଅପରେଶନ୍ରେ ପଠାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦାୟିତ୍ୱ ଗ୍ରହଣ ପରେ ସେନାର ପୁନର୍ଗଠନ ଲାଗି ସ୍ବତନ୍ତ୍ର ଯୋଜନା…
୧୦ ବର୍ଷ ତଳର କାହାଣୀ: ୨୦୧୦ ଜୁଲାଇ ୨୫ ବନାମ ୨୦୧୯ ଅଗଷ୍ଟ ୨୧; ସେତେବେଳେ ଶାହ ହୋଇଥିଲେ ଗିରଫ; ଏବେ ଚିଦାମ୍ବରମ୍ଙ୍କ ଉପରେ ଖଣ୍ଡା
ନୂଆଦିଲ୍ଲୀ,୨୧।୮: ସମ୍ପ୍ରତି ଭାଜପା ସରକାରରେ କଂଗ୍ରେସର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଅର୍ଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ମାମଲା ନେଇ ଦେଶର ରାଜନୈତିକ ସ୍ଥିତି ବେଶ୍ ସରଗରମ୍ ରହିଛି। ଇଡ଼ି ଏବଂ ସିବିଆଇ ପକ୍ଷରୁ ଚିଦାମ୍ବରମ୍ଙ୍କ ଉପରେ କଡ଼ା…
ଚିଦାମ୍ବରମ୍ଙ୍କ ଜାମିନ୍ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୨୧।୮: ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ ହାଇକୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଚିଦାମ୍ବରମ୍ ସୁପ୍ରିମ୍କୋର୍ଟରେ ଜାମିନ୍ ପାଇଁ ଆବେଦନ କରିଛନ୍ତି।…
ଜମ୍ମୁ-କଶ୍ମୀର ସମସ୍ୟାରେ ଟ୍ରମ୍ପ୍ଙ୍କ ମଧ୍ୟସ୍ଥତା ଉଦ୍ୟମ: ଧର୍ମକୁ ନେଇ ଦେଲେ ବିବାଦୀୟ ମନ୍ତବ୍ୟ
ଓ୍ବାଶିଂଟନ,୨୧।୮: ଜମ୍ମୁ-କଶ୍ମୀର ସମସ୍ୟାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟସ୍ଥତା କରିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏହି ସମସ୍ୟା ନେଇ ସେ ପ୍ରତିଦିନ ନୂଆ ନୂଆ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଏବେ ଟ୍ରମ୍ପ୍ ଏହି ସମସ୍ୟାରେ ଧର୍ମକୁ…
ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ
ଶ୍ରୀନଗର, ୨୧।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୬ ଦିନ ପରେ ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ଯବାନ ମଧ୍ୟ ଶହୀଦ୍ ହୋଇଥିବା କୁହାଯାଉଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ…
ପିଓକେବାସୀଙ୍କୁ ପାକିସ୍ତାନର ପ୍ରତାରଣା
ନୂଆଦିଲ୍ଲୀ,୨୧ା୮(ଆଇଏଏନ୍ଏସ୍): ପାକ୍-ଅଧିକୃତ କଶ୍ମୀର (ପିଓକେ) ଓ ଗିଲ୍ଗିଟ୍ ବାଲ୍ତିସ୍ତାନ (ଜିବି)ର ଅଧିବାସୀଙ୍କୁ ପାକିସ୍ତାନ। ପ୍ରାୟ ୬ ଦଶନ୍ଧି ଧରି ପ୍ରତାରଣା କରିଆସିଛି। ୫୯ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅଞ୍ଚଳବାସୀଙ୍କୁ ଏକ ଗୋପନୀୟ ଚୁକ୍ତିନାମା ସମ୍ପର୍କରେ ଅବଗତ କରାଯାଇନାହିଁ, ଯାହା…
ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍
ନୂଆଦିଲ୍ଲୀ,୨୧ା୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।…
ଫନୀ ସହାୟତା: ଓଡ଼ିଶାକୁ ମିଳିଲା ୩୩୩୮ କୋଟି
ଭୁବନେଶ୍ୱର,୨୦।୮(ବ୍ୟୁରୋ): ଓଡ଼ିଶାକୁ ‘ଫନୀ’ ସହାୟତା ଦେଲେ କେନ୍ଦ୍ର ସରକାର। ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟି ସହାୟତା। ଫନୀ ପରବର୍ତ୍ତୀ ଥଇଥାନ ପାଇଁ ମଙ୍ଗଳବାର ଏହି ସହାୟତା ରାଶି ଘୋଷଣା କରାଯାଇଛି। ପୂର୍ବରୁ ଓଡ଼ିଶାକୁ ଫନୀ ପାଇଁ ଅଗ୍ରୀମ ୩୪୦ କୋଟି ମିଳିଥିଲା।…
ପାକିସ୍ତାନକୁ ଘାରିଛି ଯୁଦ୍ଧ ନିଶା: କୃଷ୍ଣାଘାଟି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ; ଜଣେ ଭାରତୀୟ ଯବାନ ଶହୀଦ୍
ଶ୍ରୀନଗର,୨୦।୮: ପାକିସ୍ତାନକୁ ଏବେ ଯୁଦ୍ଧ ନିଶା ଘାରିଛି। ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଦୁଇଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ଜମ୍ମୁ-କଶ୍ମୀର ପୁଞ୍ଚ୍ ଜିଲାର କୃଷ୍ଣାଘାଟି ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ…
ଅସହିଷ୍ଣୁତା ଏବଂ ଭିଡ଼ହିଂସା ସମାଜ ଓ ରାଜନୀତି ପାଇଁ ଘାତକ ସାଜିଛି: ମନମୋହନ ସିଂ
ନୂଆଦିଲ୍ଲୀ,୨୦।୮: ଦେଶରେ ସମ୍ପ୍ରତି ଅସହିଷ୍ଣୁତା, ସାମ୍ପ୍ରଦାୟିକ ଭେଦଭାବ ଏବଂ ଭିଡ଼ହିଂସା ଭଳି ଘଟଣା ବଢ଼ିଚାଲିଛି। ଏହା ସମାଜ ଓ ରାଜନୀତି ଉଭୟ ପାଇଁ ଘାତକ ସାଜିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ…
Archives


