ଉରି ସର୍ଜିକାଲ ଷ୍ଟ୍ରାଇକ୍କୁ ପୂରିଲା ୩ ବର୍ଷ
ନୂଆଦିଲ୍ଲୀ,୨୮।୯: ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍। ଭାରତରେ ଅନୁପ୍ରବେଶ ଯୋଜନା କରୁଥିବା ଆତଙ୍କବାଦୀଙ୍କୁ ଉରିଠାରେ ଭାରତୀୟ ସେନା ନିପାତ କରିଥିଲେ। ଇତି ମଧ୍ୟରେ ଏହାକୁ…
ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଡୋଡ଼ା ଜିଲାର ରାମବନଠାରେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ବଟୋଟ୍-ଡୋଡ଼ା ରୋଡ୍ରେ ସେନା ଗାଡ଼ି ଉପରେ ଶନିବାର ସକାଳ ୭ଟା ୩୦ରେ ଆତଙ୍କବାଦୀମାନେ ଆକ୍ରମଣ କରିବାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାମବନ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି।…
ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ
ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ ଅଭିହିତ କରି ଏହା ବିରୋଧରେ ଲଢ଼େଇ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…
ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର
ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି…
ପଙ୍କଜ ୧୦ମ ସଭାପତି, ସଞ୍ଜୟ ୬ଷ୍ଠ ସମ୍ପାଦକ
କଟକ ଅଫିସ,୨୮ା୯- ଓସିଏର ୧୦ମ ସଭାପତି ହୋଇଛନ୍ତି ପଙ୍କଜ ଲୋଚନ । ୧୯୪୯ ଜୁଲାଇ ୧୪ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ପ୍ରଥମ ସଭାପତି ଭାବେ ଏହି ପଦବୀରେ ବସିଥିଲେ। ୧୯୭୬ ମସିହା ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ…
ଓସିଏ ନିର୍ବାଚନ: ପଙ୍କଜ ସଭାପତି, ସଞ୍ଜୟ ହେଲେ ସମ୍ପାଦକ
ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଶେଷ ହୋଇଛି ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ୍(ଓସିଏ)ର କର୍ମକର୍ତ୍ତା ନିର୍ବାଚନ। ବାରବାଟୀ ଷ୍ଟାଡିୟମର ଓସିଏ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ବୈାଦ୍ଧ ଜିଲାର ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ…
ଓଡ଼ିଶାରେ ରାଷ୍ଟ୍ରପତି
ଭୁବନେଶ୍ୱର,୨୭।୯(ବ୍ୟୁରେ): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି କୋବିନ୍ଦ ସସ୍ତ୍ରୀକ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ…
ବିଜେପୁର ଉପନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ, ଲୋକମତ ସଂଗ୍ରହ କରିବୁ: ନିରଞ୍ଜନ
ଭୁବନେଶ୍ୱର,୨୭।୯(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡ଼ମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି ଏବଂ ଭାଜପା ସହ ପଟୁଆରରେ ପ୍ରତିଯୋଗିତା କରିବୁ ନାହିଁ ବୋଲି ଶୁକ୍ରବାର ପିସିସି ସଭାପତି…
ବିଶ୍ୱ ପର୍ଯ୍ୟଟନ ଦିବସ : ବିଦେଶରେ ବଢୁଛନ୍ତି ଭାରତୀୟ ପର୍ଯ୍ୟଟକ, ଦେଶ ହରାଉଛି ବର୍ଷକୁ ୯ ହଜାର କୋଟି
ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବିଦେଶ ବୁଲା ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ ବିଦେଶ ଭ୍ରମଣରେ ଯାଉଛନ୍ତି। ଗୋଟିଏପଟେ ଭାରତରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଥିବାବେଳେ ଅନ୍ୟପଟେ ବିଦେଶ ମାଟିରେ ଭାରତୀୟ ପର୍ଯ୍ୟଟକଙ୍କ…
୧୫ ଦିନ ମଧ୍ୟରେ ଆର୍ଟିଓ ଅଫିସକୁ ଦଲାଲମୁକ୍ତ କର; ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬।୯(ବ୍ୟୁରୋ)- ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍ଟିଓ କାର୍ଯ୍ୟାଳୟରେ ଭିଡ ଲାଗୁଛି। ଏହାର ଫାଇଦା ଉଠାଉଛନ୍ତି ଦଲାଲ। ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି।…
ଦୁଇଦିନ ପରେ ପୁଣି ଥରିଲା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ
ନୂଆଦିଲ୍ଲୀ/ଇସଲାମାବାଦ୍,୨୬।୯: ଦୁଇ ଦିନ ପରେ ପୁଣି ଗୁରୁବାର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏଠାରେ ଭୂକମ୍ପ ହେବାରୁ ଲୋକେ…
ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା
ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଜାତିର ପିତା ଭାବେ ମହାତ୍ମା ଗାନ୍ଧୀଙ୍କୁ କୁହାଯାଉଥିବାରୁ ମୋଦିଙ୍କ ପାଇଁ ଏହା ପ୍ରଯୁଯ୍ୟ ନୁହେଁ…
Archives


