Home Middle

ଛାତ୍ରୀଛାତ୍ରଙ୍କ ବୋଝ ବଢ଼ାଇଲା ଆଇଆଇଟି କାଉନ୍‌ସିଲ: ଏମ୍‌ଟେକ୍‌ ଫି ୯୦୦% ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ଏମ୍‌ଟେକ୍‌ ପାଠ୍ୟକ୍ରମ ଫି ପାଖାପାଖି ୯୦୦ ପ୍ରତିଶତ ବୃଦ୍ଧି କରି ଏହାକୁ ବିଟେକ୍‌ ଦେୟ ସହ ସମାନ କରିବାକୁ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜି (ଆଇଆଇଟି) କାଉନସିଲ ନିଷ୍ପତ୍ତି ନେଇଛି। ୨୦୨୦ ଶିକ୍ଷାବର୍ଷରୁ ଏହି ବର୍ଦ୍ଧିତ ଦେୟ ଲାଗୁ ହେବ।…

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଆବେଦନ: ଶୁଣାଣି ଅକ୍ଟୋବର ୧ରୁ; ଗଠନ ହେଲା ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୮।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ଅକ୍ଟୋବର ୧ରୁ ସୁପ୍ରିମ୍‌କୋର୍ଟରେ ଆରମ୍ଭ ହେବ। ଏନେଇ ସାମ୍ବିଧାନିକ ପୀଠ ଗଠନ କରାଯାଇଛି। ବିଚାରପତି ଏନ୍‌.ବି. ରମଣାଙ୍କ ନେତୃତ୍ୱରେ ବିଚାରପତି ସଞ୍ଜୟ କିଶନ କୋଲ୍‌, ବିଚାରପତି ଆର୍‌. ସୁଭାଷ ରେଡ୍ଡୀ,…

ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍‌, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ…

ଗାନ୍ଦରବଲ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଗାନ୍ଦରବଲରେ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସ୍ଥାନୀୟ ନାରାନାଦ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଘେରାବନ୍ଦୀ ଆରମ୍ଭ କରିଥିଲେ। ସର୍ଚ୍ଚଅପରେଶନ କରାଯାଇ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲା।…

ନବୀନଙ୍କ ଘୋଷଣା: ବିଜେପୁରରୁ ପୁଣି ଲଢ଼ିବେ ରୀତା ସାହୁ

ଭୁବନେଶ୍ୱର,୨୮।(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଶନିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରିଛନ୍ତି। ରୀତା ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ…

ଚିକିତ୍ସାରେ ତ୍ରୁଟି ଯୋଗୁ ପ୍ରତିବର୍ଷ ଯାଉଛି ୨୬ ଲକ୍ଷରୁ ଅଧିକ ଜୀବନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୨୮।୯: ପ୍ରତିବର୍ଷ ଚିକିତ୍ସାରେ ତ୍ରୁଟି ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ପୃଥିବୀର ୧୩ କୋଟି ୮୦ ଲକ୍ଷରୁ ଅଧିକ ଲୋକ ଚିକିତ୍ସାରେ ତ୍ରୁଟି…

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା ‘ରାଇଟ୍‌ ଟୁ ରିପ୍ଲାଏ’ ଅନ୍ତର୍ଗତ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନ ଜାତିସଂଘର ଦୂରୁପଯୋଗ କରିବା…

ଆଇଏନ୍‌ଏସ୍‌ ଖଣ୍ଡେରୀ ନୌସେନାରେ ସାମିଲ୍‌: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ

ମୁମ୍ବାଇ,୨୮।୯: ଆଇଏନ୍‌ଏସ୍‌ ଖଣ୍ଡେରୀକୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଖଣ୍ଡେରୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମୁମ୍ବାଇଠାରେ ନୌସେନାରେ ସାମିଲ୍‌ କରିଛନ୍ତି। ସମୁଦ୍ରରେ ଗଭୀର ପାଣି ତଳେ ୧୨ ହଜାର…

ଉରି ସର୍ଜିକାଲ ଷ୍ଟ୍ରାଇକ୍‌କୁ ପୂରିଲା ୩ ବର୍ଷ

ନୂଆଦିଲ୍ଲୀ,୨୮।୯: ସୀମାରେ ପାକିସ୍ତାନର ଅଘୋଷିତ ଯୁଦ୍ଧ ବିରୋଧରେ ଭାରତୀୟ ସେନା ୨୦୧୬ ସେପ୍ଟେମ୍ବର ୨୮-୨୯ ତାରିଖ ରାତିରେ ଆରମ୍ଭ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌। ଭାରତରେ ଅନୁପ୍ରବେଶ ଯୋଜନା କରୁଥିବା ଆତଙ୍କବାଦୀଙ୍କୁ ଉରିଠାରେ ଭାରତୀୟ ସେନା ନିପାତ କରିଥିଲେ। ଇତି ମଧ୍ୟରେ ଏହାକୁ…

ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର ଡୋଡ଼ା ଜିଲାର ରାମବନଠାରେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ବଟୋଟ୍‌-ଡୋଡ଼ା ରୋଡ୍‌ରେ ସେନା ଗାଡ଼ି ଉପରେ ଶନିବାର ସକାଳ ୭ଟା ୩୦ରେ ଆତଙ୍କବାଦୀମାନେ ଆକ୍ରମଣ କରିବାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାମବନ ଅଞ୍ଚଳରେ ଘେରାବନ୍ଦୀ କରାଯାଇଛି।…

ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ ଅଭିହିତ କରି ଏହା ବିରୋଧରେ ଲଢ଼େଇ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର…

ତୈଳ ପରିବହନ ଖର୍ଚ୍ଚରେ ଅଚାନକ ୨୮% ବୃଦ୍ଧି; ଆହୁରି ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୨୮-୯: ସୌଦି ଆରବର ଆରାମ୍‌କୋ ତୈଳ ପ୍ଲାଣ୍ଟରେ ଡ୍ରୋନ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ(କ୍ରୁଡ୍‌) ଦର ହଠାତ ବଢ଼ିଯାଇଛି। ଫଳସ୍ବରୂପ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ନିଆଁ ଲାଗିଛି। ତେବେ ଆଗାମୀ ଦିନରେ ଏହି ନିଆଁ ଆହୁରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri