ଥଣ୍ଡାରେ ଥରୁଛି ଦିଲ୍ଲୀ: ଭାଙ୍ଗିଲା ୧୧୮ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୨୮।୧୨: ରାଜଧାନୀ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏଠାରେ ଶନିବାର ନ୍ୟୁନତମ ତାପମାତ୍ରା ୨.୪ ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଛି। ଏହା ୧୧୮ ବର୍ଷର ରେକର୍ଡ ଭାଙ୍ଗିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯୦୧ ପରେ ଦିଲ୍ଲୀରେ ଏଭଳି ସ୍ଥିତି…
‘ଏନ୍ଆର୍ସି-ଏନ୍ପିଆର୍ ଗରିବଙ୍କ ଉପରେ ଟାକ୍ସ’
ନୂଆଦିଲ୍ଲୀ,୨୮ା୧୨(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକତ୍ୱ ପଞ୍ଜିକା (ଏନ୍ଆର୍ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍)କୁ ନେଇ ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ବାକ୍ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ଦୁଇଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ…
ମୋଦିଙ୍କ ମିଛ ଧରାପକାଇଲେ ଗୋଗୋଇ
ଗୁଆହାଟୀ,୨୮ା୧୨: ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବାବେଳେ ଏହାକୁ ନେଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ପ୍ରଶ୍ନ ଉଠାଇଛନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରୁ ବେଆଇନ ଶରଣାର୍ଥୀମାନଙ୍କ ପାଇଁ ଅଟକ କେନ୍ଦ୍ର…
ମାଓବାଦୀ ପ୍ରବଣ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୨୮।୧୨(ଡି.ଏନ୍.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ଆସୁଛନ୍ତି। ମଝିରେ ମଝିରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସୁଛନ୍ତି। ଶୁକ୍ରବାର କାନାଡାର ୬ଜଣ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବଜାର ସମେତ…
ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୨୮ଯାଏ ଚାଲିବ। ସେହିଭଳି ଯୁକ୍ତ…
ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପ୍ରଦୀପ ମାଝି, ନିଜ ଆଡ଼ୁ ଏତଲା କଲା ନବରଙ୍ଗପୁର ପୋଲିସ
ନବରଙ୍ଗପୁର,୨୭।୧୨(ବି.ପ୍ର.): ନବରଙ୍ଗପୁର ବନ୍ଦ ପାଳନ ସମୟରେ ହିଂସାକୁ ଉସୁକାଇବା ଭଳି ମନ୍ତବ୍ୟ ଦେଇ ଅଡ଼ୁଆରେ ପୂର୍ବତନ ଏମ୍ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି। ନବରଙ୍ଗପୁର ଟାଉନ ଥାନାରେ ନିଜ ତରଫରୁ ପୋଲିସ ପ୍ରଦୀପଙ୍କ ସହ ମୋଟ ୧୫ଜଣଙ୍କ ନାମରେ ଏତଲା…
ବଲାଙ୍ଗୀରରେ ବିପିସିଏଲ୍ର ବଟଲିଂ ପ୍ଲାଣ୍ଟ ଉଦ୍ଘାଟିତ
ବଲାଙ୍ଗୀର ଅଫିସ,୨୭।୧୨: ବଲାଙ୍ଗୀର ସହର ଉପକଣ୍ଠ ବରକାନି ଗ୍ରାମରେ ନବନିର୍ମିତ ବିପିସିିଏଲ୍ର ଏଲ୍ପିଜି ବଟଲିଂ ପ୍ଲାଣ୍ଟକୁ ଶୁକ୍ରବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ ଏହାକୁ ଉଦ୍ଘାଟନ କରିଛନ୍ତି। ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍…
ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତିଙ୍କ ବଲାଙ୍ଗୀର ଗସ୍ତ ବାତିଲ
ବଲାଙ୍ଗୀର ଅଫିସ, ୨୭।୧୨: ଖରାପ ପାଗ ଯୋଗୁ ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ ବାତିଲ ହୋଇଛି। ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବିଲି ସମାରୋହ ଉଦ୍ଘାଟନ ସମାରୋହରେ ଉପରାଷ୍ଟ୍ରପତି ଶୁକବ୍ରାର ଯୋଗଦେବାର ଥିଲା।…
ବଟ୍ଲିଂ ପ୍ଲାଣ୍ଟ, ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବିଲି ଉଦ୍ଘାଟନ ଆଜି: ଯୋଗଦେବେ ଉପରାଷ୍ଟ୍ରପତି
ବଲାଙ୍ଗୀର ଅଫିସ, ୨୭-୧୨:ବଲାଙ୍ଗୀରଠାରେ ନବନିର୍ମିତ ବିପିସିଏଲର ବଟ୍ଲିଂ ପ୍ଳାଣ୍ଟ ଏବଂ ରାଜେନ୍ଦ୍ର କଲେଜ ପ୍ଲାଟିନମ୍ ଜୁବିଲି ସମାରୋହ ଉଦ୍ଘାଟନ ସମାରୋହ ଶୁକ୍ରବାର ଅନୁଷ୍ଠିତ ହେବ। ଉଭୟ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଯୋଗଦେବେ ଭାରତର ଉପରାଷ୍ଟ୍ରପତି ଏମ୍.ଭେଙ୍କିୟା ନାଇଡୁ। ସକାଳ ୮ଟା ୫ମିିନିଟ୍ରେ…
ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆଇଏସ୍ଆଇର ଷଡ଼ଯନ୍ତ୍ର: ସତର୍କ ସୂଚନା ଜାରି କଲା ଗୋଇନ୍ଦା ବିଭାଗ
ନୂଆଦିଲ୍ଲୀ,୨୬।୧୨: ପଞ୍ଜାବରେ ଖଲିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଆଇଏସ୍ଆଇ ପକ୍ଷରୁ କେତେକ ଆତଙ୍କବାଦୀ ସଂଗଠନ ସହିତ ଗୁପ୍ତ ବୈଠକ ମଧ୍ୟ ହୋଇସାରିଛି। ଏସମ୍ପର୍କରେ ଭାରତୀୟ ଗୋଇନ୍ଦା ବିଭାଗକୁ ଗୁପ୍ତ ସୂଚନା…
ସିଏଏ ଏକ ଐତିହାସିକ ପଦକ୍ଷେପ, କଂଗ୍ରେସ ଲୋକମାନଙ୍କ ମଧ୍ୟରେ ଅରାଜକତାର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛି: ଧର୍ମେନ୍ଦ୍ର
ଭୁବନେଶ୍ୱର,୨୬।୧୨(ବ୍ୟୁରୋ): ଗତ ଶୀତ ଅଧିବେଶନରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ୧୯୪୭ରେ ଦେଶ ବିଭାଜନ ହେବା ପରେ ପାକିସ୍ତାନରୁ ଭାରତକୁ ଆସିଥିବା ଅନେକ ଶରଣାର୍ଥୀ ଦୁର୍ବିସହ ଜୀବନ ବିତାଉଥିଲେ। ନାଗରିକତ୍ୱ…
ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା : ୨ ପାକ୍ ସେନା ନିହତ
ନୂଆଦିଲ୍ଲୀ,୨୬।୧୨: ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା। ପାକିସ୍ତାନ ପକ୍ଷରୁ ବୁଧବାର ଏଲ୍ଓସିର ଉରି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକିସ୍ତାନ ପଟରୁ କରାଯାଇଥିବା ଗୁଳି ଚାଳନାରେ ଭାରତୀୟ ସେନାର ଜଣେ ଯବାନ…
Archives


