ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ଆଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନ ଉଦ୍ୟମ ଜାରି ରଖିଛି। ବୁଧବାର ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରା ଜିଲାର କେତେକ ଅଞ୍ଚଳ ଉପରେ ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ସ୍ଥାନୀୟ ମାଛିଲ ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି…
କଶ୍ମୀର ନେଇ ଇୟୁ ପ୍ରତିନିଧି ଦଳଙ୍କ ବୟାନ: ଅନୁଚ୍ଛେଦ ୩୭୦ ଉଚ୍ଛେଦ ଆଭ୍ୟନ୍ତରୀଣ ପ୍ରସଙ୍ଗ, ଆତଙ୍କବାଦ ବିରୋଧୀ ଲଢ଼େଇକୁ ସମର୍ଥନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ଇୟୁ ପ୍ରତିନିଧି ଦଳ ସେମାନଙ୍କର ବୟାନ ଜାରି କରିଛନ୍ତି। ସେମାନେ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଭାରତ ଜାରି ରଖିଥିବା ଆତଙ୍କବାଦ ବିରୋଧୀ ଲଢ଼େଇକୁ ଇୟୁ ଦଳ ସମର୍ଥନ…
ଗୁରୁବାରଠାରୁ ଜମ୍ମୁ-କଶ୍ମୀର ଓ ଲଦାଖ ହେବେ କେନ୍ଦ୍ରଶାସିତ ଅଞ୍ଚଳ: ଆଧାର ସହିତ ଲାଗୁ ହେବ ୧୦୬ ଆଇନ
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀର ଏବଂ ଲଦାଖ ଗୁରୁବାରଠାରୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଏଠାରେ ଆଧାର ସହିତ ୧୦୬ ନୂଆ ଆଇନ୍ ଲାଗୁ ହେବ। ସେହିପରି ୧୫୩ ସ୍ବତନ୍ତ୍ର ଆଇନ ଶେଷ ହୋଇଯିବ। ଏହାଦ୍ୱାରା ଭାରତର ରାଜ୍ୟ ସଂଖ୍ୟା କମି ୨୮…
ସୁରକ୍ଷାକର୍ମୀ ଏବଂ ସରକାରୀ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀଙ୍କ ନଜର: ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର
ଶ୍ରୀନଗର,୩୦।୧୦: ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ପାକିସ୍ତାନ ଆର୍ମି ଏବଂ ଆଇଏସ୍ଆଇ ସହାୟତାରେ ଷଡ଼ଯନ୍ତ୍ର ରଚାଯାଇଛି। ସୁରକ୍ଷାକର୍ମୀ ଅପହରଣ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଉପରେ କବ୍ଜା କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ଗୋଇନ୍ଦା…
ଭାଜପାକୁ ଟାର୍ଗେଟ୍ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ
ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ ଗସ୍ତ କରିବାକୁ ଶିବସେନା ବିରୋଧ କରିଛି। ଏନେଇ ଶିବସେନା ପକ୍ଷରୁ ଏହାର ମୁଖପତ୍ର ସାମ୍ନାରେ…
ଆତଙ୍କବାଦୀଙ୍କ ବର୍ବରତା: ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା
ଶ୍ରୀନଗର,୩୦ା୧୦(ପି.ଟି.) : ୟୁରୋପୀୟ ସଂଘ(ଇୟୁ)ର ୨୩ ଜଣିଆ ପ୍ରତିନିଧି ଦଳ ମଙ୍ଗଳବାର ଜମ୍ମୁ-କଶ୍ମୀର ଗସ୍ତ କରିଥିବାବେଳେ ଆତଙ୍କବାଦୀମାନେ କୁଲଗାମ ଜିଲାରେ ରକ୍ତର ହୋଲି ଖେଳିଛନ୍ତି। ସେମାନେ କତ୍ରାସୁ ଗ୍ରାମରେ ପଶ୍ଚିମବଙ୍ଗର ୬ ଶ୍ରମିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ସୁରକ୍ଷା ବଳ ସମ୍ପୃକ୍ତ…
ତୃତୀୟ କମାଣ୍ଡାଣ୍ଟ୍ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ
ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ, ମାଲକାନଗିରି, ଖୋର୍ଦ୍ଧା ଓ ରାଉରକେଲାରେ ଥିବା ୫ ବାଟାଲିୟନ ଯୋଡ଼ିହୋଇଛି। ମଙ୍ଗଳବାର ଚନ୍ଦ୍ରଶେଖରପୁରସ୍ଥିତ ପୋଲିସ…
ଚୋରି ଅନ୍ତର୍ବସ୍ତ୍ରରୁ ମିଳିଥିଲା ବାଗ୍ଦାଦିଙ୍କ ପରିଚୟ
ଓ୍ବାଶିଂଟନ,୩୦ା୧୦: ସିରିଆରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍) ମୁଖ୍ୟ ଅବୁ ବକର ଅଲ୍-ବାଗ୍ଦାଦି ଆମେରିକା ସ୍ବତନ୍ତ୍ର ବଳର ଅପରେଶନରେ ନିହତ ହେବା ପରେ ଅନେକ ଚୋରକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବାଗ୍ଦାଦିଙ୍କ ପରିଚୟ ସ୍ପଷ୍ଟକରିବା ପାଇଁ ଯେଉଁ…
ଦିଲ୍ଲୀରେ ହାଇଆଲର୍ଟ
ନୂଆଦିଲ୍ଲୀ,୩୦ା୧୦: ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସତର୍କ କରାଯିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଟୋବର ୩୧ରେ ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ ହେବା ସହ…
ତେଜିଲା କ୍ଷମତା ଲଢ଼େଇ
ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍ଏସ୍): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି ରହିଛି। ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ଭାଜପା ପକ୍ଷରୁ…
କାଳିଆ ଯୋଜନା: ନଭେମ୍ବରରେ ଯୋଗ୍ୟ ହିତାଧିକାରୀ ପାଇବେ ଦ୍ୱିତୀୟ କିସ୍ତି ଟଙ୍କା
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ଆସନ୍ତା ନଭେମ୍ବରରେ ମିଳିବ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ଆଲୋଚନା ପରେ ମଙ୍ଗଳବାର କୃଷି ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟରୁ ଆରମ୍ଭ ହୋଇଥିବା ହିତାଧିକାରୀଙ୍କ…
ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ଉଦାହରଣ ପାଲଟିଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ‘ତିତ୍ଲି’ ହେଉ ଅବା ‘ଫନୀ’, ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା। ବିଶ୍ୱପାଇଁ ରାଜ୍ୟ ବେଞ୍ଚମାର୍କ ପାଲଟିଛି। ମଙ୍ଗଳବାର ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ…
Archives


