ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା
ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍ଏସ୍): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଓ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛନ୍ତି। ଉଦ୍ଧବ ଠାକ୍ରେଙ୍କ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ…
ଆବାସ ଦୁର୍ନୀତି ନେଇ ପଞ୍ଚାୟତିରାଜ ସଚିବଙ୍କ ଚିଠି: ଯୋଗ୍ୟଙ୍କୁ ସାମିଲ କର, ଅଯୋଗ୍ୟଙ୍କୁ କାଟ
ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ରାଜ୍ୟର କେତେଗୁଡିଏ ଜିଲାରେ ବ୍ୟାପକ କ୍ଷତି ଘଟିଛି। କ୍ଷତିଗ୍ରସ୍ତ ଜିଲାର ଅନେକ ଲୋକଙ୍କ ଘର ଭାଙ୍ଗିବା ସହ ବହୁ ଗରିବଙ୍କୁ ବାସହରା ହେବାକୁ ମଧ୍ୟ ପଡିଛି। ସେହି ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଯୋଜନା…
ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ବନ୍ଧରେ ପ୍ରକାଶିତ ଖବରକୁ ନେଇ ବିଧାନସଭାରେ ଉଦ୍ବେଗ: ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲା କଂଗ୍ରେସ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୁସ୍ତିକା ପ୍ରକାଶ କରାଯାଇଛି। ସେଥିରେ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ…
ରାଜ୍ୟପାଳଙ୍କୁ ଭେଟିବେ ଶିବସେନା, ଏନ୍ସିପି, କଂଗ୍ରେସ
ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି। ତେବେ ମହାରାଷ୍ଟ୍ର ରାଜ୍ୟପାଳ ଶନିବାର ଅପରାହ୍ନ ୩ଟାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ସହ ଏକ ବୈଠକରେ ଆଲୋଚନା କରିବାକୁ ସମୟ ଦେଇଥିବା ଏନ୍ସିପି ନେତା ନଓ୍ବାବ…
ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି କହି ମନ୍ତ୍ରୀ ଷଡ଼ଯନ୍ତ୍ରରେ ମୋହର ମାରିଛନ୍ତି: ଭାଜପା
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିବାକୁ ନେଇ ପୁଣି ରାଜନୀତି ସରଗରମ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା ଏହାକୁ…
ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ…
ପ୍ରସଙ୍ଗ ଏକ, ବିରୋଧୀ ଦୁଇଫାଳ: ସିବିଆଇ ତଦନ୍ତ ଦାବି ନେଇ ଭାଜପା ସଦସ୍ୟଙ୍କ ହଟ୍ଟଗୋଳ, ଦୁଇଥର ଗୃହ ମୁଲତବୀ
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ)- ଇସ୍ୟୁ ଗୋଟିଏ। ମାତ୍ର ବିରୋଧୀ ଦୁଇଫାଳ। ଗତ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ମୁଖ୍ୟ ବିରୋଧୀ ଭାଜପା ଓ କଂଗ୍ରେସ ପୃଥକ୍ ଢଙ୍ଗରେ ସରକାରଙ୍କୁ ବିରୋଧ କରୁଛନ୍ତି। କଂଗ୍ରେସ ଆଲୋଚନା କରିବାକୁ ଚାହିଁବା ବେଳେ ଭାଜପା ହଟ୍ଟଗୋଳରେ…
ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍ କଲା ଜିଲା ପ୍ରଶାସନ
ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଘଟଣାରେ ୭ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରଭିକ ପିଲାଇ(୩୪), ପ୍ରଡକ୍ସନ ମ୍ୟାନେଜର…
ନିବେଶ ଲାଗି ବ୍ରିକ୍ସ୍ ସମ୍ମିଳନୀରେ ମୋଦିଙ୍କ ଆହ୍ବାନ: ଭାରତରେ ରହିଛି ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ
ବ୍ରାସିଲିଆ,୧୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ୍ର ରାଜଧାନୀ ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ୍ ବିଜନେସ୍ ଫୋରମ୍ ସମ୍ମିଳନୀରେ ଭାରତରେ ନିବେଶ ଲାଗି ଆହ୍ବାନ ଦେଇଛନ୍ତି। ଭାରତରେ ମୁକ୍ତ ବ୍ୟବସାୟ ଉପଯୋଗୀ ପରିବେଶ ରହିଛି। ଏହା ନିବେଶକଙ୍କୁ ବେଶ୍ ସୁହାଇବ ବୋଲି ସେ କହିଛନ୍ତି।…
ବିରୋଧୀଙ୍କ ହଟ୍ଟଗୋଳ ପରେ ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ: ଆତ୍ମହତ୍ୟା କରିଛନ୍ତି ସ୍ମିତାରାଣୀ
ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ଦିନ ଗୁରୁବାର ପୁଣି ଥରେ ବିଧାନସଭାରେ ବିରେଧୀମାନେ ହଟ୍ଟଗୋଳ କରିଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ଗୃହ ମଧ୍ୟଭାଗରେ ପ୍ଲାକାର୍ଡ ଦେଖାଇ ଯାଜପୁର ଜିଲା ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର…
ମାସୁଦ୍ ଆଝାର୍ ପୁଣି ସକ୍ରିୟ: ଭାରତରେ ଅନୁପ୍ରବେଶ ପାଇଁ ୫୦ ଜୈଶ୍ ଆତଙ୍କବାଦୀ ବାଲାକୋଟରେ ନେଉଛନ୍ତି ପ୍ରଶିକ୍ଷଣ
ଶ୍ରୀନଗର,୧୪।୧୧: ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍ ଆଝାର୍ ପୁଣି ସକ୍ରିୟ ହୋଇଥିବା କୁହାଯାଉଛି। ମାସୁଦ୍ଙ୍କ ନିର୍ଦ୍ଦେଶରେ ଜୈଶ୍ ଆତଙ୍କବାଦୀ ଓସାମା ୟୁସୁଫ୍ ଭାରତରେ ଅନୁପ୍ରବେଶ ପାଇଁ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ…
ମୋଦି ସରକାର ଆଶ୍ୱସ୍ତ: ରାଫାଲର ପୁନର୍ବିଚାର ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧୪।୧୧: ରାଫାଲ୍ ଯୁଦ୍ଧ ବିମାନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଏହାର ପୁନର୍ବିଚାର ଆବେଦନକୁ ଗୁରୁବାର ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ୨୦୧୮ରେ ଶୀର୍ଷ ଅଦାଲତଙ୍କ ରାୟ ଉପରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ସମେତ…
Archives


