Home Middle

ଓ୍ବାଙ୍ଖଡେ ଷ୍ଟାଡିୟମରେ ଫାଇନାଲ ଖେଳିବ ଭାଜପା

ମୁମ୍ବାଇ,୨୬।୧୧: ସୁପ୍ରିମକୋର୍ଟର ରାୟ ପରେ ମହାରାଷ୍ଟ୍ର ରାଜନୀତିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି। ବୁଧବାର ସନ୍ଧ୍ୟା ୫ଟା ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧିନ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ। ଏହା ପୂର୍ବରୁ ଭାଜପା ସବୁ ବିଧାୟକଙ୍କୁ ଡାକି ଏକ ଜରୁରୀ…

ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି ଗାଇଡେଡ୍‌ କ୍ଷେପଣାସ୍ତ୍ରର ଟ୍ୟାଙ୍କ୍‌ ସହିତ ବଙ୍କରକୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ରହିଛି। ପାକିସ୍ତାନ୍‌…

ଫଡ୍‌ନବିସଙ୍କ ଶକ୍ତିପରୀକ୍ଷା ପାଇଁ ୩୦ ଘଣ୍ଟାର ସମୟ ସୀମା: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ; ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାକୁ ନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ରାୟ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏହାର ସିଧାପ୍ରସାରଣ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଭାରତୀୟ ସମ୍ବିଧାନ ୭୦ ବର୍ଷରେ: ପ୍ରସ୍ତୁତି ପାଇଁ ଲାଗିଥିଲା ୨ ବର୍ଷ ୧୧ ମାସ ୧୮ ଦିନ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ପ୍ରସ୍ତୁତିକୁ ଇତିମଧ୍ୟରେ ୭୦ ବର୍ଷ ପୂରିଛି। ୧୯୪୯ ନଭେମ୍ବର ୨୬ରେ ସମ୍ବିଧାନ କମିଟି ଅଧ୍ୟକ୍ଷ ଡ. ଭୀମରାଓ ଆମ୍ବେଡକର ଏହାକୁ ଦାଖଲ କରିଥିଲେ। ସମ୍ବିଧାନର ପ୍ରସ୍ତୁତି ପାଇଁ ୨ ବର୍ଷ ୧୧ ମାସ ୧୮ ଦିନ ସମୟ…

ମୁମ୍ବାଇ ୨୬/୧୧ ଆକ୍ରମଣକୁ ପୂରିଲା ୧୧ ବର୍ଷ: ନିର୍ଭୟରେ ବୁଲୁଛନ୍ତି ମାଷ୍ଟରମାଇଣ୍ଡ୍‌ ହାଫିଜ୍‌

ମୁମ୍ବାଇ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ୨୬/୧୧ ଆକ୍ରମଣକୁ ଇତିମଧ୍ୟରେ ୧୧ ବର୍ଷ ପୂରିଛି । ନଭେମ୍ବର ୨୯ ପର୍ଯ୍ୟନ୍ତ ଦୀର୍ଘ ୬୦ ଘଣ୍ଟା ଧରି ମିଳିତ ସର୍ଚ୍ଚ ଅପରେଶନ୍‌ ଜାରି ରହିଥିଲା। ଏହି ଆକ୍ରମଣରେ ୧୬୬ ଜଣ ଲୋକଙ୍କ…

କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା :ନର୍କଠୁ ବଳିଛି ଦିଲ୍ଲୀ ପ୍ରଦୂଷଣ

ନୂଆଦିଲ୍ଲୀ, ୨୬ା୧୧ : ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଓ ଜଳ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି। ପରିସ୍ଥିତି ଏମିତି ହୋଇଛି ଯେ, ସାଧାରଣ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ନର୍କଠାରୁ ବି ଏହା ତଦ୍ରୂପ। ଏହାର…

ମହାରାଷ୍ଟ୍ର ରାୟ ପୂର୍ବରୁ ୩ ଦଳର ଶକ୍ତି ପ୍ରଦର୍ଶନ: ୧୬୨ ବିଧାୟକଙ୍କୁ ପରେଡ୍‌ କରାଇଲେ

ମୁମ୍ବାଇ,୨୬ା୧୧(ପି.ଟି.): ମହାରାଷ୍ଟ୍ର ସରକାରଙ୍କୁ ଆସ୍ଥାଭୋଟ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ତିନି ବିରୋଧୀ ଦଳ ଶିବସେନା, କଂଗ୍ରେସ ଏବଂ ଏନ୍‌ସିପି ଶକ୍ତି ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ଏକ ହୋଟେଲରେ ତିନିଦଳ ୧୬୨ ବିଧାୟକମାନଙ୍କୁ ପରେଡ କରାଇଥିଲେ। ଏହି ଶକ୍ତିପ୍ରଦର୍ଶନ…

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରରୁ ଆରମ୍ଭ ହୋଇଛି ‘ପାଣିପିଆ ଘଣ୍ଟା’ ଅଭିଯାନ। ବ୍ରହ୍ମପୁର ଭି.ଭି.ଗିରି ବାଳିକା…

କଂଗ୍ରେସ ସମସ୍ୟାର ଜନନୀ; ଭାଜପା ସମାଧାନର ଜନକ: ମୋଦି

ରାଞ୍ଚି,୨୫।୧୧: ଦେଶରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ଜନନୀ ହେଉଛି କଂଗ୍ରେସ। ତେବେ ଭାଜପା ସମାଧାନର ଜନକ ଭାବେ ଉଭା ହୋଇଛି। ଝାଡ଼ଖଣ୍ଡରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କଟାକ୍ଷ କରିଛନ୍ତି। କଂଗ୍ରେସ ଅନୁଚ୍ଛେଦ ୩୭୦…

ଫଡ୍‌ନବିସଙ୍କ ଶକ୍ତି ପରୀକ୍ଷା: ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୨୫।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। କାହା ହାତରେ ଶାସନ ଡୋରି ଆସିିବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଇତିମଧ୍ୟରେ ଦେବେନ୍ଦ୍ର ଫଡ୍‌ନବିସ୍‌ ସୋମବାର ଦାୟିତ୍ୱ ସମ୍ଭାଳିଛନ୍ତି। ସୁପ୍ରିମ୍‌କୋର୍ଟ…

ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ର ସଙ୍କଟ: ଫଡ୍‌ନବିସ୍‌ ସମ୍ଭାଳିଲେ ଦାୟିତ୍ୱ

ମୁମ୍ବାଇ,୨୫।୧୧: ଦୁଇ ପାଓ୍ବାରଙ୍କ ମଝିରେ ମହାରାଷ୍ଟ୍ରରେ ସଙ୍କଟ ଜାରି ରହିଛି। ଗୋଟିଏ ପଟେ ଶରଦ ପାଓ୍ବାର ଥିବାବେଳେ ଅନ୍ୟପଟେ ରହିଛନ୍ତି ଅଜିତ୍‌ ପାଓ୍ବାର। ରାଜ୍ୟରେ ସରକାର ଗଠନ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଥିବାବେଳେ ସୋମବାର ବିଧାନ ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଭାବେ…

ଅପରେଶନ୍‌ ଅଲ୍‌ଆଉଟ୍‌: ମିଳିତ ଭାବେ ଆକ୍ରମଣ କରିବେ ସେନା-ନୌସେନା-ବାୟୁସେନା କମାଣ୍ଡୋ

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସେନା-ନୌସେନା-ବାୟୁସେନା କମାଣ୍ଡୋ ଏଣିକି ମିଳିତ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ରେ କାର୍ଯ୍ୟ କରିବେ। ଏନେଇ ଅଭ୍ୟାସ ଶେଷ ହୋଇଛି। ସେନାକୁ ଏହି କ୍ଷେତ୍ରରେ ନୌସେନାର ମେରାଇନ୍‌ ଏବଂ ବାୟୁସେନାର ଗରୁଡ଼ କମାଣ୍ଡୋ ଆବଶ୍ୟକ ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri