Home Middle

‘ଅନ୍ୟାୟ ସୁଧାରିବ ସିଏଏ’

ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା ପୁରୁଣା ପ୍ରତିଶ୍ରୁତି ପୂରଣ ହେବ ବୋଲି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି।…

ବ୍ରିଜ୍‌ ତଳକୁ ଖସିଲା ବସ୍‌: ୩ ମୃତ, ୨୭ରୁ ଊର୍ଦ୍ଧ୍ୱ ଆହତ

ବ୍ରହ୍ମପୁର ଅଫିସ,୨୯।୧: ଗଞ୍ଜାମ ଜିଲା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବ୍ରିଜ୍‌ ତଳକୁ ଖସିପଡିବାରୁ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମୃତକମାନଙ୍କ ମଧ୍ୟରେ ଜଣେ…

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ପୋଚେଫ୍ସଟ୍ରୁମ୍‌, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍‌ର ଏହି ୧୩ତମ ସଂସ୍କରଣରେ ଭାରତ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି…

‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ ‘ଅପରେଶନ୍‌ ମା’ ଦ୍ୱାରା ୫୦ ଯୁବକ ଆତଙ୍କବାଦ ରାସ୍ତା ଛାଡ଼ି ଘରକୁ ବାହୁଡ଼ିଛନ୍ତି। ମା’ଙ୍କ…

ଦେଶରେ ହିଂସା ସୃଷ୍ଟି କରୁଛନ୍ତି ମୋଦି ସରକାର: ରାହୁଲ

ଜୟପୁର,୨୮।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧୀ। ସେ ରାଜସ୍ଥାନ ଜୟପୁରରେ ଯୁବ ଆକ୍ରୋଶ ରାଲିରେ ଯୋଗଦେଇ କହିଛନ୍ତି ଯେ, ମୋଦି ସରକାର ଦେଶରେ ହିଂସା ସୃଷ୍ଟି କରୁଛନ୍ତି। ଭାରତ ବଡ଼…

ପାକିସ୍ତାନକୁ ଯୁଦ୍ଧରେ ହରାଇବାକୁ ୧୦ ଦିନ ବି ଲାଗିବନି: ମୋଦି

ନୂଆଦିଲ୍ଲୀ,୨୮।୧: ପାକିସ୍ତାନ ଭାରତଠାରୁ ଯୁଦ୍ଧରେ ୩ ଥର ପରାଜିତ ହୋଇଛି। ଏବେ ଯୁଦ୍ଧ ହେଲେ ପାକିସ୍ତାନକୁ ହରାଇବାକୁ ୧୦ ଦିନ ସମୟ ବି ଲାଗିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ସ୍ଥାନୀୟ କାରିୟପ୍ପା ପରେଡ଼ ପଡ଼ିଆରେ ଜାତୀୟ ସମର…

ଆଳୁ ସମ୍ମିଳନୀରେ ମୋଦି: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ହେବ ୨ ଗୁଣା

ଗାନ୍ଧିନଗର,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଗାନ୍ଧିନଗରରେ ତୃତୀୟ ଆଳୁ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ମୋଦି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ କହିଛନ୍ତି ଯେ, ଭାରତ ସରକାର ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ୨ ଗୁଣା କରିବା ଲକ୍ଷ୍ୟ…

ବିଦେଶରେ ସିଏଏକୁ ବିରୋଧ: ୟୁରୋପୀୟ ସଂଘର ୧୫୦ ସଦସ୍ୟ ଏକଜୁଟ; ବୁଧବାର ଆଲୋଚନା ଗୁରୁବାର ଭୋଟିଂ

ନୂଆଦିଲ୍ଲୀ/ବ୍ରସେଲ୍ସ୍‌,୨୮।୧: ଭାରତ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିଦେଶରେ ମଧ୍ୟ ବିରୋଧ କରାଯାଉଛି। ଏନେଇ ୪୫ଟି ଦେଶରେ ପ୍ରଦର୍ଶନ ଜାରି ରହିଥିବାବେଳେ ଆମେରିକାର ୩୦ରୁ ଅଧିକ ସହରରେ ବିକ୍ଷୋଭ କରାଯାଉଛି। ୟୁରୋପୀୟ ସଂଘର ୧୫୦  ସଦସ୍ୟ ସିଏଏ…

ଜାନୁୟାରୀରୁ ୩୧ରୁ ଭୁବନେଶ୍ୱର-ବାରାଣସୀ ସିଧାସଳଖ ବିମାନ ସେବା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ବିିମାନ ସେବା ଆରମ୍ଭ ହେବ। ଆସନ୍ତା ଜାନୁୟାରୀ ୩୧ରୁ ଏହି ସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ସୂଚନା ଦେଇଛନ୍ତି। ୭୦ ସିଟ୍‌ ବିଶିଷ୍ଟ ଆଲିଆନ୍ସ ଏୟାର ବିମାନ ପ୍ରତିଦିନ…

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏବିଏସ୍‌ୟୁ) ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ବୋଡୋଲ୍ୟାଣ୍ଡ ରାଜ୍ୟ ଗଠନ…

ତେଜୁଛି ସିଏଏ ବିରୋଧୀ ଆନ୍ଦୋଳନ

ନୂଆଦିଲ୍ଲୀ/କୋଲକାତା/ ଓ୍ବାଶିଂଟନ,୨୮ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ଥମିବାର ନାଁ ନେଉନାହିଁ। ଗୋଟିଏ ପରେ ଗୋଟିଏ ରାଜ୍ୟ ବିଧାନସଭାରେ ସିଏଏ ବିରୋଧୀ ସଂକଳ୍ପନାମା ଗୃହୀତ ହେବାରେ ଲାଗିଛି। କେରଳ, ପଞ୍ଜାବ, ରାଜସ୍ଥାନ ପରେ ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପନାମା…

ଏକାମ୍ର ଯୋଜନା ପାଇଁ ସହାୟତା ପ୍ୟାକେଜ

ଭୁବନେଶ୍ୱର, ୨୮।୧ (ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ବିକାଶ ପରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱର ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି। ଏକାଦଶ ଶତାବ୍ଦୀର ଏହି ଅନନ୍ୟ କୀର୍ତ୍ତିର ପାରିପାର୍ଶ୍ୱିକ ଉନ୍ନତି, ସୌନ୍ଦର୍ଯ୍ୟକରଣ ପାଇଁ ଏକାମ୍ର ଯୋଜନା ଆରମ୍ଭ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri