କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍
ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ହଂକଂ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ଭାବେ ବେଶ୍ ଜଣାଶୁଣା। ପ୍ରତିବର୍ଷ…
ନିର୍ଭୟା ମାମଲା: ଦୋଷୀଙ୍କୁ ମିଳିଲା ପୁଣି ସପ୍ତାହେ; ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବନି ଫାଶୀ
ନୂଆଦିଲ୍ଲୀ,୫।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ପୁଣି ସପ୍ତାହେ ସମୟ ମିଳିଛି। ଏହି ସମୟ ମଧ୍ୟରେ ସମସ୍ତ ଆଇନଗତ ବିକଳ୍ପ ପୂରଣ କରିବାକୁ ସେମାନଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେମାନଙ୍କ ଲାଗି ମୃତ୍ୟୁ ଓ୍ବାରେଣ୍ଟ ଜାରି କରାଯିବ ବୋଲି…
୧୦ ବର୍ଷରେ ୧୫ ହଜାର ବାଂଲାଦେଶୀଙ୍କୁ ମିଳିଛି ଭାରତୀୟ ନାଗରିକତ୍ୱ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୫।୨: ଗତ ୧୦ ବର୍ଷ ମଧ୍ୟରେ ୨୧ ହଜାର ୪ ଶହ ୮ଜଣ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ୱ ମିଳିଛି। ଏନେଇ ବୁଧବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରେ ୧୫ ହଜାର ବାଂଲାଦେଶୀ ରହିଛନ୍ତି। ୨୦୧୦ଠାରୁ ୨୦୧୯…
ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା, ‘ସୁରଜ ଯୋଜନା’ରେ ସହାୟତା
ଭୁବନେଶ୍ୱର,୫।୨(ବ୍ୟୁରୋ): କିଡ୍ନୀ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ରାଜୁଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିସହ ‘ସୁରଜ ଯୋଜନା’ରେ…
ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ
ଶ୍ରୀନଗର,୫।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ଘେରିଛନ୍ତି। ସ୍ଥାନୀୟ ଶ୍ରୀନଗରର ପାରିମ୍ ପୋରା ଚେକ୍ ପୋଷ୍ଟ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି। ଜଣେ…
୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ ସେନା ଯବାନ: ସିଡିଏସ୍ ବିପିନ ରାଓ୍ବତ ଦେଲେ ସୂଚନା
ନୂଆଦିଲ୍ଲୀ, ୫।୨: ଭାରତୀୟ ସେନାରେ କାର୍ଯ୍ୟ କରୁ ଥିବା ଯବାନ ଏଣିକି ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ଏନେଇ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍(ସିଡିଏସ୍) ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ସେନାରେ ୨ ବର୍ଗର କର୍ମଚାରୀ କାର୍ଯ୍ୟ କରିଥାନ୍ତି।…
ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି
ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ କରାଯାଇଥିବା ସମ୍ପର୍କରେ ସେ କହିଛନ୍ତି। ସୁପ୍ରିମ୍କୋର୍ଟ ରାମମନ୍ଦିର ମାମଲାରେ ରାୟ ଦେବାର…
ଦେଶରେ ପ୍ରଥମ ଥର ପାଇଁ ଡ୍ରୋନ୍ ଦ୍ୱାରା ଖୋଜାଯିବ କୋଇଲା ଓ ଖଣିଜ ଭଣ୍ଡାର
ରାଞ୍ଚି,୫।୨: ଭୂଗର୍ଭରେ ଥିବା କୋଇଲା ଏବଂ ଅନ୍ୟ ଖଣିଜ ଭଣ୍ଡାର ସମ୍ପର୍କରେ ତଥ୍ୟ ଏବେ ଡ୍ରୋନ୍ ଦ୍ୱାରା ସଂଗ୍ରହ କରାଯିବ। ଦେଶରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ରାଞ୍ଚିରେ ଡ୍ରୋନ୍ ଦ୍ୱାରା ଏପରି କରାଯିବ। ଏହାଦ୍ୱାରା ଭୂଗର୍ଭର ୨୦୦ ମିଟର ମଧ୍ୟରେ…
ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ
ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ ୨୪ଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର ୧୫ଟି…
ଦିଲ୍ଲୀ ଲଢ଼େଇ ଘମାଘୋଟ
ନୂଆଦିଲ୍ଲୀ,୫ା୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ଥିବାବେଳେ ଶାସକ ଆମ୍ ଆଦ୍ମୀ ପାର୍ଟି (ଏଏପି) ଏବଂ ଭାଜପା ମୁହାଁମୁହିଁ ହୋଇଛନ୍ତି। ସରକାର ସପକ୍ଷରେ ହାଓ୍ବା ବୋହୁଛି ବୋଲି ଦାବି କରୁଥିବା ଏଏପି ପକ୍ଷରୁ ମଙ୍ଗଳବାର ନିର୍ବାଚନୀ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ୧୦ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ
ପୋଚେଫ୍ସଟ୍ରୁମ୍,୪।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ଟିକେଟ…
ଦେଶ ସାରା ଏନ୍ଏଆର୍ସି ଲାଗୁ ପାଇଁ ଏବେ ନାହିଁ ଯୋଜନା: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୪।୨: ଦେଶ ସାରା ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍ଏଆର୍ସି) ଲାଗୁ କରିବା ପାଇଁ ଏବେ ଯୋଜନା ନାହିଁ। ଏନେଇ ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ବୟାନ ଦିଆଯାଇଛି। ଲୋକ ସଭାରେ ଏମ୍ପି ଚନ୍ଦନ ସିଂ ଏବଂ ନାଗେଶ୍ୱର ରାଓଙ୍କ ପକ୍ଷରୁ…
Archives


