Posted inଜାତୀୟ

କରୋନା ଆତଙ୍କ: ସୁରଟରେ ୮୦୦୦ କୋଟିର ହୀରା କାରବାର ଠପ୍‌

ସୁରଟ,୫।୨: କରୋନା ଭୁତାଣୁ ଆତଙ୍କ ଯୋଗୁ ସୁରଟର ୮୦୦୦ କୋଟି ଟଙ୍କାର ହୀରା କାରବାର ଠପ୍‌ ହୋଇଛି। ଚାଇନା ପରେ ଏବେ ହଂକଂରେ ଏହି ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢୁଛି। ହଂକଂ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ ଭାବେ ବେଶ୍‌ ଜଣାଶୁଣା। ପ୍ରତିବର୍ଷ ସୁରଟରୁ ୫୦ ହଜାର କୋଟି ଟଙ୍କାର ହୀରା ରପ୍ତାନୀ କରାଯାଇଥାଏ। ତେବେ ବିଦେଶ ଯାତ୍ରା ଉପରେ କଟକଣା ଜାରି ହେବାରୁ ହୀରା ବ୍ୟବସାୟ ମାନ୍ଦା ରହିଛି। ଏହାଯୋଗୁ ବ୍ୟବସାୟୀଙ୍କ ବଡ଼ ଧରଣର କ୍ଷତି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆଗାମୀ ମାସରେ ହେବାକୁ ଥିବା ଅନ୍ତର୍ଜାତୀୟ ଅଳଙ୍କାର ପ୍ରଦର୍ଶନୀକୁ ମଧ୍ୟ କରୋନା ସଂକ୍ରମଣ ଯୋଗୁ ବାତିଲ କରାଯାଇପାରେ ବୋଲି କୁହାଯାଉଛି। ଇତିମଧ୍ୟରେ ହଂକଂରେ ୧୮ ଜଣଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। ସେହିପରି ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

ଇବୋଲା ବିପଦକୁ ଦେଖି ସ୍ଥଗିତ ରହିଲା ଭାରତ-ଆଫ୍ରିକା ସମ୍ମିଳନୀ, ଦିଲ୍ଲୀରେ ଥିଲା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୧।୫: ଆଫ୍ରିକାର କିଛି ଅଂଶରେ ଇବୋଲା ଭାଇରସର ବୃଦ୍ଧି ପାଉଥିବା ପ୍ରକୋପକୁ ଦୃଷ୍ଟିରେ ରଖି, ଭାରତ ଏବଂ ଆଫ୍ରିକୀୟ ସଂଘ ମଧ୍ୟରେ ସ୍ଥିର ହୋଇଥିବା ଶିଖର ସମ୍ମିଳନୀକୁ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri